ଓପିଜିସିର ମନମାନି

ଓପିଜିସି ଆଡୁ ବନାଯାଉଥିବାର ଖାର୍ ବଁଧ୍‌କେ ପ୍ରଭାବିତ୍ ଗାଁ ଲୁକକଁର ବିରୁଧ୍‌

0

ଶିଲ୍ପର ସହର ଝାରସୁଗୁଡ଼ା ଜିଲ୍ଲା । ଇଠାନେ ଛତୁ ଫୁଟଲା ଲେଖେଁ ଗଢିଉଠିଛେ କେତନି କଲକାରଖାନା । ଇ ସବୁ କଲକାରଖାନା ଆଡୁ ବହୁତ୍ ଲୋକ୍ ରୁଜଗାରକ୍ଷମ୍ ହେଇପାରୁଛନ୍ ସତ୍‌, ହେଲେ ଇଆଡୁ ବାହାରୁଥିବାର ମଏଲା କେମିକାଲ ପାଏନ୍ ଆର ଧୂଆଁ ଇହାଦେ ସମସ୍ୟା ବଢେଇଛେ । ଇତାର ସାଙ୍ଗେ ବଢିଛେ ବିସ୍ଥାପିତକଁର ଦୁଖ୍ । ବିସ୍ଥାପିତ୍‌କଁର ଲାଗି କେନସି ସୁବିଧା ଯୁଗେଇ ନାଇଁ ଦିଆଯାଉଥିବାର ଅଭିଯୋଗ ହେଇଛେ ।

ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ ତିଲିଆ ମୌଜା ଅଂଚଲନେ ଓପିଜିସି ଆଡୁ ବନୁଥିବାର ଖାର୍ ବଁଧ୍ ଲୁକକଁର ମୁଡ ଦୁଖାର କାରନ୍ ବନିଛେ । ସଂସରାଟିକରା ଆରୁ ତିଲିଆ ଗାଁର ଲୁକେ ଇତାର ବିରୁଧନେ କେତନି ଥର୍ ଅଭିଯୋଗ୍ କରିସାରିଛନ୍ । ହେଲେ ଇମାନଁକର କଥା ନା ପ୍ରଶାସନ୍ ନା ହିଁ ଓପିଜିସି କେହି ଶୁନୁଛନ୍ । ଓପିଜିସି ଆଡୁ ଇଠାନେ ଖା୍ ବଁଧ୍ ତିଆର କରାଯିବାର ଆଘୋନୁ ଦୁହି ଗାଁର କ୍ଷତି ସହିଥିବାର ଲୁକକୁଁ ସବୁ ସୁବିଧା ଯୁଗାଯିବାର ଟିଆ ଦିଆଯାଇଥିଲା । ବିସ୍ଥାପିତ୍ ଲୁକୁଁ ନିଯୁକ୍ତି ସାଙ୍ଗେ ଦୁଶରା ସବୁ ମୌଲିକ୍ ସୁବିଧା ଯୁଗେଇଦିଆଯିବାର ନେଇକରି ଗାଁର ଲୋକ୍‌କଁର ସାଙ୍ଗେ ପ୍ରଶାସନ୍ ଆରୁ ଓପିଜିସିର ବୈଠକ୍ ଭିଲ୍ ହେଇଥିଲା ।

ହେଲେ ଇହାଦେ ଖାର୍ ବଁଧ୍ ତିଆର କାମ୍ ସରି ଆସବାକେ ଥିବାର ବେଲକେ କେନସି କଥା ପୁରା ନାଇଁ ହେଇଥିବାରଟା ଅଭିଯୋଗ କରିଛନ୍ ଗାଁର ଲୁକେ । ଇଟା ନେଇକରି ସ୍ଥାନୀୟ ଲୁକେ ଜିଲ୍ଲା ପ୍ରଶାସନ୍ ପାଶେ କେତନି ଥର ଦାବି ପତର ଦେଇସାରିଛନ୍ । ଗାଁର ଅମ୍ବିକା ମହିଲା ସଂଗଠନ୍ ଆଡୁ ଗଲା ଦୁଇ ମାସ ତଲେ ଜାତୀୟ ନ୍ୟାୟାଧିକରଣ (ଏନଜିଟି) ପାଶେ ଭିଲ୍ ଅଭିଯୋଗ କରିଥିଲେ । ଓପିଜିସି ଆଡୁ ଜନବସତିର ମାତ୍ର ୨୦ ମିଟର ଆରୁ ହୀରକୁଦ ଜଲଭଣ୍ଡାରର ଜଲସ୍ତରର ୫ଶହ ମିଟର ଦୂରତାନେ ଖାର୍ ବଁଧ୍ ତିଆର କରାଯାଉଛେ । ଯେନଟାକି ଆଏବାର ଦିନେ ବହୁତ୍ କ୍ଷତି କରାବା । ଇଆଡୁ ଚାଷ ଜମି ଖରାପ୍ ହେବାର ସାଙ୍ଗେ ହୀରକୁଦ୍ ପାଏନ୍ ଭିଲ୍ ଦୂଷିତ୍ ହେବାର ଡର୍ ରହିଛେ । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିୟମ ବିରୁଧନେ ଇ ଖାର୍ ବଁଧ୍ ତିଆର କରାଯାଉଛେ ।

ଇଟା ନେଇକରି ଏନଜିଟି ଆଡୁ ଜିଲ୍ଲାପାଳ ଆରୁ ରାଜ୍ୟ ନ୍ରଦୂଷଣ ବୋର୍ଡକୁଁ ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଚେ । ସେଆଡେ ଏନଜିଟି ରିପୋର୍ଟ ମାଗିଥିବାର ବେଲେ ବିନା ରିପୋର୍ଟ ଦେଇକରି ଖାର୍ ବଁଧ୍ ସାଇଡନେ କାନ୍ଥି ଦିଆଯାଉଛେ ଓପିଜିସି ଆଡୁ । ଯାହାକେ ଇଠାନର ଲୁକେ ବିରୁଧ୍ କରିଛନ୍ । ଲୁକକଁର ବିରୁଧ ଉତାରୁ ଜିଲ୍ଲାପାଳ କାମ୍ ବନ୍ଦ କରବାର ଲାଗି ନିର୍ଦ୍ଦେଶ ଦେଇଛନ୍ । ଗାଁର ଲୁକକଁର ସାଙ୍ଗେ ଆରୁ ୧୩ଟା ସ୍ୱଂୟ ସହାୟକ୍ ଗୋଷ୍ଠୀ ଭିଲ୍ ଇତାକେ ବିରୁଧ୍ କରିଛନ୍ ।

ଇ ଖାର ବଁଧ୍ ହେଲେ ଲୁକେ ଚାଷ୍ ଜମି ହରାବାର ସାଙ୍ଗେ କେତନି ବେମାରୀନେ ପଡବେ ଆରୁ ପାଏନ୍ ଭିଲ୍ ଦୂଷିତ୍ ହେବା । ଇହାଦେ ଅଧା କାମ୍ ସରିସାରିଥିବାର ବେଲକେ ଧୂଆଁ ଲାଗି ଜନଜୀବନ୍ ପ୍ରଭାବିତ ହେଇଥିବାର ଅଭିଯୋଗ ହେଇଛେ । ସେଆଡେ ଓପିଜିସି ଆଡୁ ଖାର୍ ବଁଧ୍ ଲାଗି ଜମିଅଧିଗ୍ରହଣ ବେଲେ ଜନଶୁଣାଣି ନାଇଁ କରାଯାଇଥିବାର ଭିଲ୍ ଅଭିଯୋଗ ହେଇଛେ । ଆଏବାର ଦିନେ ଯଦି ଇ ଦୁହି ଗାଁର ଲୁକକୁଁ ଥଇଥାନ୍ କରବାର ସାଙ୍ଗେ ଦୁଶରା ମୌଳିକ୍ ସୁବିଧା ନାଇଁ କରାଗଲେ ଆନ୍ଦୋଲନ୍ ଜୋର୍ ଧରବା ବଲି ଚେତାବନୀ ଦେଇଛନ୍ ଇଠାନର ଲୁକେ ।

Leave A Reply

Your email address will not be published.