ବାପାର ନାଁନେ ଥାନାନେ ଅଭିଯୋଗ୍‌

ମଦ ପିଇକରି ଉତ୍ପାତ୍ ହେଉଥିବାର ବାପାର ନାଁନେ ଅଭିଯୋଗ ଆନଲେ ୮ବରଷ୍‌ର ଭାଇ ଆରୁ ୫ ବରଷ୍‌ର ବହେନ୍‌

0

ମଦ ଆରୁ ଦୁଶରା କେନସି ଭି ନିଶାର ଅଭ୍ୟାସ ଥରେ ଲାଗିଗଲେ ଆଉ ନାଇଁ ଛାଡେ । ଆଉ ଇ ନିଶା ଲାଗି କେତେ ଲୁକକଁର ସଂସାର ଭାଙ୍ଗିଛେ ତାର ହିସାବ ନାଇଁ । ଏନ୍ତାକି କେତେଟା ଜାଗାନେ ଲୁକକଁର ଜୀବନ୍ ଭିଲ୍ ଯାଉଛେ । ଆରୁ ସବୁନୁ ଖରାପ୍ ହେଲା ଘରେ କେହି ସଦସ୍ୟ ମଦ୍ ପାଏନ୍ ନିଶା କରିକିନା ଉତ୍ପାତ୍ ହେଲେ ଇତାର ପ୍ରଭାବ ଛୋଟ୍ ଛୁଆକଁର ଉପରେ ପଡିଥିସି । ନିଶା ଲାଗି ଗୁଟେ ପରିବାର ଛାରଖାର୍ ହେବାର ଆଘୋନୁ ଇତାକେ ଠିକ୍ କରବାର ଲାଗି ଦୁଇଟା ଛୋଟ୍ ଛୋଟ୍ ଛୁଆକଁର ଚେଷ୍ଟା ଇହାଦେ ଚର୍ଚ୍ଚା ବନିଛେ ।

ନିଜର ବାପାର ନାଁନେ ଥାନାନେ ଅଭିଯୋଗ କରବାର ପୁହୁଞ୍ଚିଛନ୍ ଭାଇ ବହେନ୍ । ଅଭିଯୋଗ ହେଲା କି, ଫି ଦିନ୍ ଘରେ ବାପା ମଦ ପିଇକରି ଆସିକରି ମାଁକେ ମାରୁଛନ୍ ଆରୁ ଘରର ସାମାନ୍ ଭଙ୍ଗାରୁଜା କରୁଛନ୍ । ରାଉରକେଲା ପ୍ଲାଣ୍ଟସାିଡ୍ ଥାନାନେ ଏନ୍ତା ଅଭିଯୋଗ ନେଇକରି ଆସିଛନ୍ ପାଶର ପରିବା ମାର୍କେଟ ପାଶେ ରହୁଥିବାର ୮ ବରଷ୍‌ର ଅଭିଜିତ୍ । ଅଭିଜିତ ତାକଁର ମା ବାପା ଆରୁ ୫ ବରଷ୍‌ର ସାନ୍ ବହେନ୍ ସାଙ୍ଗେ ରହୁଛନ୍ । ବାପା ଅଟୋ ଚଲଉଥିବାର ବେଲକେ ସବୁଦିନ୍ ମଦ ପାଏନ୍ ନିଶା କରିକିନା ଆସିକରି ଉତ୍ପାତ୍ ମଚଉଥିବାରନୁ ସବୁଦିନ୍ ଘରେ ଅଶାନ୍ତି ଲାଗିରହିଛେ । ଅଭିଜିତ୍ ଅଭିଯୋଗ କରିଛନ୍ ଯେ ସବୁଦିନ୍ ମଦ ପିଇବାର ଲାଗି ମାଁକେ ମାରଲେ ମାଁ କେନଠାନୁ ପଏସା ଆନବା ବଲି କହିଛନ୍ ।

ଇ ସବୁ କଥା ଚିନ୍ତା କରିକିନା ଶେଷେ ପୁଲିସ୍ ପାଶେ ଅଭିଯୋଗ କରିକିନା ସାହାଜ୍ ମାଗିଛନ୍ । ସେଆଡେ ପୁଲିସ ଆଡୁ ସାହାଜ୍ କରବାର ଲାଗି କୁହାଯାଇଥିବାର ଜନାପଡିଛେ । ଛୁଆ ପିଲା ବିଗଡିଲେ ଯେନଠାନେ ମାଁ ବୁଆ ସେମାନକୁଁ ହାତଧରିକରି ବାଟ୍ କଢାବାର କଥା ସେ ଜାଗାନେ ଉଲଟିଆ କଥା ଦେଖବାକେ ମିଲୁଛେ । ଆରୁ ମାଁ ବୁଆକଁର ଗାଲି ଝଗଡ ଲାଗି ଛୁଆସ୍ନକୁଁ ଥାନାକେ ଆସବାକେ ପଡୁଛେ । ଏନ୍ତା ଘଟନା ଚିନ୍ତାର ବିଷୟ ବନିଛେ ଇହାଦେ ।

Leave A Reply

Your email address will not be published.