ହୀରାକୁଦର ଇକୋ ରିଟ୍ରିଟ୍ କାମ୍ ମୁଲ୍‌

ଫେଷ୍ଟିଭାଲ୍ ଲାଗି ଚାଲିଛେ ଜୋରଦାରିଆ ସଜ୍‌ବାଜ୍‌, ଶେଷ ହେଲାନ ୧୦ଟା କଟେଜ୍ ତିଆର କାମ୍‌

0

ଡିସେମ୍ବର ପହେଲାନୁ ହୀରାକୁଦନେ ହେବାକେ ଯାଉଛେ ଇକୋ ରିଟ୍ରିଟ୍ କାର୍ଯ୍ୟକ୍ରମ୍ । ୩ ମାସ ଲାଗି ହେବାକେ ଥିବାର ଇ ଫେଷ୍ଟିଭାଲ୍ ଲାଗି ଚାଲିଛେ ଜୋରଦାର୍ ସଜ୍‌ବାଜ୍ । ପର୍ଯ୍ୟଟକ ମାନକଁର ଲାଗି ଏନ୍ତା ଗୁଟେ କାର୍ଯ୍ୟକ୍ରମର ଆରମ୍ଭ କରିଛନ୍ ରାଜ୍ୟ ସରକାର । ପର୍ଯ୍ୟଟକକଁର ଲାଗି ବୋଟିଂ ସାଙ୍ଗେ ପାଏନ ଭିତରେ ଦୁଶରା ମଜା ଭିଲ୍ ନେଇପାରବେ । ବଳବସପୁର ଅଂଚଲନେ ପର୍ଯ୍ୟଟକକଁର ରହେବାର ଲାଗି ଭିଲ୍ ବେବସ୍ଥା କରାଯାଇଥିବାର ବେଲକେ କଟେଜ୍ ମାନେ ଭିଲ୍ ତିଆର କରାଯାଇଛେ । ସେଆଡେ କାମର ସମୀକ୍ଷା କରବାର ଲାଗି ହୀରାକୁଦନେ ପୁହୁଞ୍ଚିଥିଲେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ଇହାଦେ ତକ୍ ୧୦ଟା କଟେଜ୍ ତିଆର ହେଇସାରିଥିବାର ବେଲକେ ଆରୁ ୧୫ଟା କଟେଜ୍ ତିଆର କରାଯିବା । ସବୁ କଟେଜ୍ ମାନକେ ବିଜଲି, ପାଏନର ସଂଯୋଗ କରାଯିବା । ଡିସେମ୍ବର ୮ ତାରିଖନେ ଫେଷ୍ଟିଭାଲ୍‌ର ଉଦଘାଟନ୍ କରାଯିବା ଆରୁ ଇଟା ଫେବୃୟାରୀ ୨୮ନେ ଶେଷ ହେବା ।

ବାହାରୁ ଆସବାକେ ଥିବାର କୁନୁଆଁକଁର ଲାଗି ୨୦ଟା ପ୍ରିମିୟମ୍ ଟେଣ୍ଟ ଆରୁ ୫ଟା ରଜୱାଡି ଟେଣ୍ଟର ଭିଲ୍ ବେବସ୍ଥା କରାଯାଇଛେ । ଇକୋ ରିଟ୍ରିଟ୍‌କେ ଆସୁଥିବାର ସବୁ ପର୍ଯ୍ୟଟକ୍ ପାଏନ୍‌ନେ ଖେଲର ମଜା ନେବାର ସାଙ୍ଗେ ଜଙ୍ଗଲ ସଫାରୀ, ହୀରକୁଦ ରୋପ୍‌-ୱେ, ସମଲେଶ୍ୱରୀ ମନ୍ଦିର ବୁଲବାର ଭିଲ୍ ମଜା ନେଇପାରବେ । ଗଲାବରଷ କୋଣାର୍କନେ ଇକୋ ରିଟ୍ରିଟ୍ କାର୍ଯ୍ୟକ୍ରମ କରାଯାଇକିନା ସଫଲ ହେଲା ବାଦ୍ ଇ ବରଷ୍ ଦୁଶରା ଜାଗା ମାନକେ ଭିଲ୍ ଫେଷ୍ଟିଭାଲର ଆୟୋଜନ୍ କରାଯାଉଛେ । କୋଣାର୍କ, ହୀରାକୁଦ, ଭିତରକନିକା, ସାତକୋଶିଆ, ଦାରିଙ୍ଗବାଡିନେ ଇ ବରଷ୍ ଇକୋ ରିଟ୍ରିଟ୍ କାର୍ଯ୍ୟକ୍ରମ ହାତକେ ନିଆଯାଇଛେ । ଇସବୁ ଭିତରେ କୋଭିଡ ନିୟମକେ ଆଏଁଖ୍ ଆଗାଡେ ରଖିକରି ସବୁ ବେବସ୍ଥା କରାଯାଉଛେ ।

Leave A Reply

Your email address will not be published.