ଶୁଲିଆ ଯାତରା ଲାଗି ପ୍ରସ୍ତୁତି ବୈଠକ

ପ୍ରଶାସନ ଆରୁ ଯାତରା କମିଟି ସଦସ୍ୟକଁର ବୈଠକ, ବଲି ଦିଆଯିବାର କଥାନେ ପ୍ରଶାସନ୍ ଚୁପ୍

0

ଆଏବାର ୧୯ ତାରିଖନେ ହେବାକେ ଯାଉଛେ ଶୁଲିଆ ଯାତରା । ଫେର୍ ରକତ୍‌ଥି ଉଦା ହେବା ବଲାଙ୍ଗିର ଦେଓଗାଁ ଖଇରଗୁଡାର ଶୁଲିଆ ପୀଠ୍ । ଆଦିବାସୀ ସମ୍ପ୍ରଦାୟକଁର ଶୁଲିଆ ଯାତରା ଫି ବରଷ୍ ଲେଖେଁ ଇ ବରଷ୍ ଭିଲ୍ ହେବାକେ ଯାଉଛେ । ଯାତରା ପ୍ରସ୍ତୁ୍‌ତି ନେଇକରି ଜିଲ୍ଲା ପ୍ରଶାସନ୍ ଆଡୁ ବଲାଙ୍ଗିର ଉପଜିଲ୍ଲାପାଳକଁର ଅଫିସ୍‌ନେ ବୈଠକ ଅନୁଷ୍ଠିତ ହେଇଥିଲା । ବୈଠକନେ ଉପଜିଲ୍ଲାପାଳକଁର ସାଙ୍ଗେ ମନ୍ଦିର ମୁଖ୍ୟ ପୂଜକ ଆରୁ ଯାତରା କମିଟିର ଦୁଶରା ସଦସ୍ୟ ଭିଲ୍ ଉପସ୍ଥିତ ରହିଥିଲେ । କରୋନା ଗାଇଡ ଲାଇନ୍ ହିସାବେ ଯାତରାର ଆୟୋଜନ୍ କରାଯିବାର ନେଇକରି ନିଷ୍ପତ୍ତି ନିଆଯାଇଛେ ।

ସାମାଜିକ୍ ଦୂରତା ମାନବାର ସାଙ୍ଗେ ମାସ୍କ ପିନ୍ଧବାର, ଯାତରା ହେବାକେ ଥିବାର ଜାଗାନେ ସାନିଟାଇଜଡ୍ କରାଯିବାର ଉପରେ ଭିଲ୍ ଗୁରୁତ୍ୱ ଦେବାର ଲାଗି ପ୍ରଶାସନ୍ ଆଡୁ କୁହାଯାଇଛେ । ବଡଖଳା ଆରୁ ସାନଖଳାନେ ଅସ୍ଥୀ ଶୌଚାଳୟ ସାଙ୍ଗେ ପିଇବାର ପାଏନ୍‌ର ବେବସ୍ଥା ଭିଲ୍ କରାଯିବା । ଇ ସବୁ ଭିତରେ କିନ୍ତୁ ବଲି ଦେବାର କଥାନେ ପ୍ରଶାସନ୍ କିଛି ନାଇଁ କହି । ବିଧି ରକ୍ଷା ଲାଗି ପଶୁବଲି ଦିଆଯିବା ନେଇକରି କହିଛନ୍ ଉପଜିଲ୍ଲାପାଳ । ସେଆଡେ ଯେନ୍ତା ହିସାବେ ବଲି ଦିଆଯାଇସି ହେନ୍ତା ବଲି ଦିଆଯିବା ବଲି ମୁଖ୍ୟ ପୂଜକ କହିଛନ୍ । ବଲି ପ୍ରଥା ଉପରେ ରୋକ୍ ଲଗାବାର ଲାଗି ସଚେତନତା କାର୍ଯ୍ୟକ୍ରମ୍ କରାଯିବାର ଦରକାର ଥିଲେ ଭିଲ୍ ପ୍ରଶାସନ୍ ଆଡୁ କେନସି କାର୍ଯ୍ୟକ୍ରମ୍ ନାଇଁ କରାଯାଇ ।

Leave A Reply

Your email address will not be published.