୧୬ନୁ ଦେଶନେ ଟିକାକରଣ ମୁଲ୍‌

ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀକଁର ସାଙ୍ଗେ ମୋଦିକଁର ଆଲୋଚନା, ପହେଲା ଖେପେ କରୋନା ଯୋଦ୍ଧାକୁଁ ଦିଆଯିବା ଟିକା

0

ଭାରତନେ କରୋନା ଟିକାକରଣ କରାଯିବାର ନେଇକରି ସବୁ ବେବସ୍ଥା ଆରମ୍ଭ ହେଇଛେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟ ଆର କେନ୍ଦ୍ର ଶାସିତ୍ ଅଂଚଲର ମୁଖ୍ୟମନ୍ତ୍ରୀ ମାନକଁର ସାଙ୍ଗେ ବୈଠକ୍ କରିଛନ୍ । ପହେଲା ଖେପ୍ ଟିକାକରଣ ବାବଦେ ସବୁ ଟଙ୍କା କେନ୍ଦ୍ର ସରକାର ଖର୍ଚ୍ଚା ଉଠାବେ ବଲିକରି ପ୍ରଧାନମନ୍ତ୍ରୀ କହିଛନ୍ । ଇ ବାବଦେ ରାଜ୍ୟ ସରକାର ମାନକୁଁ କିଛି ଖର୍ଚ୍ଚା ଦେବାକେ ନାଇଁପଡେ । ଭାରତ ସରକାର ଦୁଇଟା କରୋନା ଟିକାକେ ଟିକାକରଣ ଲାଗି ଅନୁମତି ଦେଇଛନ୍ । ଜାନୁଆରୀ ୧୬ ତାରିଖନୁ ଭାରତନେ ଦୁନିଆଁର ସବୁନୁ ବଡ ଟିକାକରଣ କରାଯିବା ବଲି କହିଛନ୍ ମୋଦି । ପହେଲା ଖେପ୍ ଟିକାକରଣ ଲାଗି ସରକାର ଗୁଟେ ଲିଷ୍ଟ୍ ବନେଇଛନ୍ । ଇ ଲିଷ୍ଟ୍ ହିସାବେ ପହେଲା ଖେପ୍‌ନେ ଗୁଟେ କୋଟି ସ୍ୱାସ୍ଥ୍ୟକର୍ମୀ ଆରୁ ଆଗଧାଡିର ସବୁ କରୋନା ଯୋଦ୍ଧା ଟିକା ନେବେ । ମୋଦି କହିଛନ୍ ପହେଲା ଖେପ୍‌ନେ କେନସି ରାଜନେତା ସାମିଲ୍ ନାଇଁ ହୁଅନ୍ ।

ବିଶ୍ୱନେ ଇହାଦେ ମାତ୍ର ୨.୫ କୋଟି ଲୋକ୍ ଟିକା ନେଇଛନ୍ । ଆରୁ ଭାରତନେ ଆଏବାର କିଛି ମାସ ଭିତରେ ୩୦ କୋଟି ଲୋକକୁଁ ଟିକା ଦେବାର ଲାଗି ଚେଷ୍ଟା ଆରମ୍ଭ ହେଇଛେ । ଦୁଇ ନମ୍ବର ଖେପ୍‌ନେ ୫୦ ବରଷ୍‌ନୁ ଅଏତକା ବୟସର ଲୋକ୍ ଆରୁ ସିରୟସ୍ ବେମାରନେ ଥିବାର ଲୋକମାନକୁଁ ଟିକା ଦିଆଯିବା । ଇମାନକଁର ସଂଖ୍ୟା ୨୭ କୋଟି ଥିବାର ନେଇକରି ଗୁଟେ ଆକଳନନୁ ଜନାପଡିଛେ । ପୁନେର ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଆଡୁ ବାହାର କରାଯାଇଥିବାର କୋଭିସିଲଡ୍ ଟିକାର ୧୧ ନିୟୁତ ଡୋଜ୍ ଘିନବାର ଲାଗି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ । କେନ୍ଦ୍ର ସରକାର ଗୁଟେ ଟିକାର ଲାଗି ୨୧୦ ଟଙ୍କା ଦେବାର ନେଇକରି ମୂଲ୍ୟ ନିର୍ଦ୍ଧାରଣ କରିଛନ୍ । ଡିସିଜିଆଇର ଅନୁମତି ଉତାରୁ କେନ୍ଦ୍ର ସ୍ୱାସ୍ଥ୍ୟ ଆର ପରିବାର କଲ୍ୟାଣ ମନ୍ତ୍ରଳାୟ ଆଡୁ ଦେଶନେ ଆଏବାର ୧୬ନୁ ଟିକାକରଣ ମୁଲ ହେବା ।

Leave A Reply

Your email address will not be published.