ନୂଆଁପଡ଼ାନେ ନାଇଁନ ଟିକା

0

ରାଜ୍ୟନେ ବେକାବୁ କରୋନା । ଦିନକିଆ ୩ ହଜାର ଉପରେ ନୂଆଁ କେସ୍ ବାହାରୁଛେ । ପଶ୍ଚିମ ଓଡ଼ିଶା ଇହାଦେ କରୋନା ହବ୍ ବନିଛେ । ସୁନ୍ଦରଗଡ଼ ଜିଲ୍ଲା କରୋନା ସଂକ୍ରମଣନେ ଆଗାଡେ ରହିଥିବାର ବେଲକେ ବଲାଙ୍ଗିର, ନୂଆପଡ଼ା, ସମ୍ବଲପୁର ବରଗଡ଼ ଲେଖେଁ ଜିଲ୍ଲା ମାନକେ କରୋନା ଆକ୍ରାନ୍ତକଁର ସଂଖ୍ୟା ତିନଟା ଅଙ୍କନେ ହିଁ ଦେଖବାର ଲାଗି ମିଲୁଛେ । ଇସବୁ ଭିତରେ ଟିକାକରଣ ଉତ୍ସବ ଚାଲିଥିବାର ବେଲକେ ଟିକା ହିଁ ଅଭାବ୍ ରହିଛେ । ବହୁତ୍‌ଟେ ଟିକା କେନ୍ଦ୍ରନେ ଟିକା ସରିଯାଇଥିବାର ବେଲକେ କିଛିଟା ଜାଗାନେ ତାଲା ଝୁଲୁଥିବାର ଦେଖବାର ଲାଗି ମିଲୁଛେ । ନୂଆପଡା ଜିଲ୍ଲାନେ କରୋନା ଆକ୍ରାନ୍ତକଁର ସଂଖ୍ୟା ହୁ ହୁ ହେଇକରି ବଢୁଛେ ସେଆଡେ କରୋନା ଟିକାର ଅଭାବ୍ ଦେଖବାର ଲାଗି ମିଲିଛେ ।


କରୋନାର ଦୁଇ ନମ୍ବର ଲହରନେ ଚିନ୍ତା ଅଏତକା ଦୁଇଗୁଣା ହେଇଛେ । କାଣା ହେଲା ଯେ କି ଇହାଦେ କରୋନା ବେକାବୁ ହେଇବସଲାନ । ଫି ଦିନ୍ ପଜିଟିଭକଁର ସଂଖ୍ୟା ବଢୁଛେ…ଆର ୨ ଶହ ୬ଶହନୁ ତଲକେ ସଂଖ୍ୟା ନାଇଁ କମବାର । ପଶ୍ଚିମ ଓଡ଼ିଶାର କରୋନା ହବ୍ ବନିଥିବାର ବେଲକେ ନୂଆପଡ଼ା ଜିଲ୍ଲାନେ ସ୍ଥିତି ସମ୍ଭାଲି ନାଇଁ ହେବାର । ଇସବୁ ଭିତରେ ଟିକାଦାନ୍ ଉତ୍ସବ ଚାଲିଥିବାର ବେଲକେ ଟିକା ହିଁ ନାଇଁନ । ନୂଆଁପଡ଼ାନେ ଭିନ୍ ଭିନ୍ ଟିକାଦାନ୍ କେନ୍ଦ୍ରନେ ତାଲା ଝୁଲୁଥିବାର ଅଭିଯୋଗ ହେଇଛେ । ସୂଚନା ହିସାବେ ସ୍ୱାସ୍ଥ୍ୟ ବିଭାଗନେ କାମ୍ କରୁଥିବାର ୪୬୮୦ ଜନ୍ କରୋନାର ପହେଲା ଡୋଜ୍ ଟିକା ନେଇଥିବାର ବେଲକେ ଇମାନକଁର ଭିତରୁ ୩୯୪୯ ଦୁଇ ନମ୍ବର ଡୋଜ୍ ନେଇଛନ୍ । ସେନ୍ତା ଆଗାଡେ ଥିବାର କରୋନା ଯୋଦ୍ଧା ୨୮୬୩ ଜନ୍ ପହେଲା ଡୋଜ୍ ନେଇଛନ୍ ଆର ୨୦୨୮ ଜନ୍ ଦୁଇ ନମ୍ବର ଡୋଜ୍ ନେଇଛନ୍ । ୬୦ ବଛରନୁ ଅଏତକା ଥିବାର ଲୋକ୍ ୩୧ ହଜାର ୯୨୧ ଜନ୍ ପହେଲା ଡୋଜ୍ ନେଇଛନ୍ ଆର ୧୫୦୨ ଜନ୍ ଦୁଇ ନମ୍ବର ଡୋଜ୍ ନେଇଛନ୍ । ସେନ୍ତା ୪୫ ବଛରନୁ ୫୯ ବଛର ତକ୍ ବୟସ ଲିଷ୍ଟନେ ଥିବାର ୨୩ହଜାର ୫୨୮ ହିତାଧିକାରୀ ପହେଲା ଟିକା ନେଇଛନ୍ ଆରୁ ୨୨୮ ଜନ୍ ଦୁଇ ନମ୍ବର ଟିକା ନେଇଛନ୍ । ଗଲା ଜାନୁଆରୀ ୧୪ ତାରିଖନୁ ୧୨ଟା ଖେପ୍‌ନେ ମୋଟ୍ ୭୦ ହଜାର ୯ ଶହ ଡୋଜ୍ ଟିକା ଆସିଛେ । ଗଲା ୧୦ ତାରିଖ ଦିନ୍ ଜିଲ୍ଲାକେ ଶେଷ୍ ଥର ୧୩ ହଜାର ଡୋଜ ଟିକା ଆସିଥିବାର ବେଲକେ ସେଟା ଭିଲ୍ ଶେଷ୍ ହେଇସାରିଛେ । ୭ଟା କେନ୍ଦ୍ରନେ ଇହାଦେ ଟିକା ଦିଆଯାଉଥିବାର ବେଳକେ ଇତାର ଉତାରୁ ଜଗି କରି ରହିଛନ୍ । ପ୍ରାୟ ଟିକାଦାନ୍ କେନ୍ଦ୍ରନେ ଇହାଦେ ତାଲା ଝୁଲୁଥିବାର ଦେଖବାର ଲାଗି ମିଲୁଛେ । ସୋନପୁର ଜିଲ୍ଲାନେ ଟିକା ଅଭାବ୍ ଦେଖବାର ଲାଗି ମିଲିଥିଲା । ଏପ୍ରିଲ୍ ୧୩ ଆର ୧୪ ତାରିଖ୍ ଦିନ୍ ଟିକାଦାନ୍ କେନ୍ଦ୍ରମାନେ ପୁରା ବନ୍ଦ ରହିଥିବାର ବେଲକେ ୧୫ ତାରିଖ୍ ଫେର୍ ଆରମ୍ଭ ହେଇଛେ । ଆଏଜ୍ ୩୧ଟା କେନ୍ଦ୍ରନେ ଫେର୍ କରୋନା ଟିକା ଦେବାର ଆରମ୍ଭ ହେଇଛେ । ଜିଲ୍ଲାନେ ଆରମ୍ଭନୁ ୫୫ଟା କେନ୍ଦ୍ରନେ ଟିକାଦାନ୍ ଚାଲିଥିଲା ହେଲେ ଟିକା ଅଭାବ ଲାଗି ପଛେ ମାତ୍ର ୬ଟା କେନ୍ଦ୍ରନେ ହିଁ ଟିକାଦାନ୍ ଚାଲିଥିଲା । ଗୁରୁବାର ଦିନ୍ ଫେର୍ ୩୧ଟା କେନ୍ଦ୍ରନେ ଟିକାଦାନ୍ ଆରମ୍ଭ ହେଇଛେ । ଜିଲ୍ଲାକେ ୭ ହଜାର ଡୋଜ୍ ଟିକା ଆସିଥିବାର ବେଲକେ ଇଟା ଦୁଇ ଦିନ୍‌ନେ ସରିଯିବା । ଆହୁରି ଟିକା ଯୁଗେଇ ନାଇଁ ଦେଲେ ଫେର୍ ସମାନ୍ ଅସବିଧା ଦେଖବାର ଲାଗି ମିଲବା ।

Leave A Reply

Your email address will not be published.