ନାବାଲକ୍ ଅପରାଧୀ ଗଲା ସୁଧାର ଗୃହ

ସମ୍ବଲପୁର କୁନି ହତ୍ୟା ଘଟନାନେ ଜନେ ନାବାଲକ ସାଙ୍ଗେ ୫ ଅଭିଯୁକ୍ତ ଗିରଫ୍

0

ଅପରାଧ ଆରୁ ଅପରାଧୀକଁର ଅଡ୍ଡା ବନିଥିବାର ସମ୍ବଲପୁର ସହର ଗଲା କିଛି ଦିନ୍ ହେଲା ଉଠୁଛେ ପଡୁଛେ । ହତ୍ୟା, ନିଶା କାରବାର ଲେଖେଁ ଘଟନା ଫି ଦିନ୍ ଦେଖବାକେ ମିଲୁଛେ । କୁନି ହତ୍ୟା ମାମଲାନେ ଅଭିଯୁକ୍ତକେ ଗିରଫ୍ ଦାବିନେ ଜଲୁଥିଲା ସମ୍ବଲପୁର ସହର । ଘଟନାନେ ଶନିବାର ଦିନ ଜନେ ନାବାଲକ୍ ସାଙ୍ଗେ ୬ ଅଭିଯୁକ୍ତକୁଁ ଗିରଫ୍ କରଯାଇଥିଲା । ବାକି ଅଭିଯୁକ୍ତକୁଁ ଗିରଫ୍ ଉତାରୁ କୋର୍ଟ ଚାଲାନ୍ କରାଯାଇଛେ ଆର ନାବାଲକ ଅଭିଯୁକ୍ତକେ ରାଉରକେଲାର ସୁଧାର ଗୃହକେ ପଠାଯାଇଥିବାର ନେଇକରି ଜନାପଡିଛେ ।

ଗିରଫ ଅଭିଯୁକ୍ତ ମାନେ ଧନୁପାଲି ଥାନା ସାକ୍ଷୀପଡାର ଆକାଶ ଭୋଇ, ହନୁମାନ୍ ଲେନ୍‌ର ସୁଦାମ୍ ଶାହ, ଅବିନାଶ ଦାଶ, ଟାଉନ୍ ଥାନା ଅଂଚଲର ପ୍ରଦୀପ ବିଶ୍ୱାଳ, ସାକ୍ଷୀପଡାର ବାବୁଲୁ ନାଏକ ଆରୁ ଜନେ ନାବାଲକ୍ ରହିଛନ୍ । ଇମାନକଁର ନାଁନେ ପହେଲାନୁ ଭିଲ୍ ଭିନ୍ ଭିନ୍ ଥାନା ମାନକେ କେସ୍ ରହିଛେ । ଇହାଦେ ଭିଲ୍ ଘଟନାର ମୁଖ୍ୟ ଅଭିଯୁକ୍ତକଁର ସାଙ୍ଗେ ଆର ୪ ଜନ୍ ଫେରାର ରହିଛନ୍ ଯେନମାକୁଁ ଧରବାର ଲାଗି ପୁଲିସ ଚେଷ୍ଟା ଚଲେଇଛେ । ଡିସେମ୍ବର ୧୪ ତାରିଖର ଘଟନାକେ ନେଇକରି ଏନ୍ତା ଗୁଟେ ହତ୍ୟାକାଣ୍ଡ ହେଇଥିଲା ।

ସାଇକେଲ ଧକ୍କା ହେବାର କଥାକେ ନେଇକରି ପହେଲା ଗାଲି ଝଗଡ ହେଇଥିଲା ଆରୁ ଇତାର ରାଗ ରଖିକରି ହତ୍ୟା କରାଯାଇଥିଲା । ଭୁଲ୍ ନାଇଁ ମାଗବାରନୁ ଗୋଷ୍ଠୀ କରିକିନା ଡାକିକରି ମାଡ୍ ମରାଯାଇଥିଲା କୁନି ଆର ତାକଁର ସାଙ୍ଗକୁଁ, ଯେନଥିରେ ତାକଁର ଜୀବନ୍ ଯାଇଥିଲା ଆର ଜନକ୍ ଇହାଦେ ଭିଲ୍ ମେଡିକାଲନେ ଚିକିତ୍ସିତ୍ ହେଉଛନ୍ । ଘଟନା ଉତାରୁ ସଦର ଏସଡିପିଓ ତଦନ୍ତ ମହାନ୍ତିକଁର ଦାୟିତ୍ୱନେ ୫ଟା ସ୍ପେସାଲ୍ ଟିମ୍ ଗଠନ୍ ତିଆର କରାଯାଇକରି ଭିନ୍ ଭିନ୍ ଜାଗାନେ ଚଢାଉ କରାଯାଇଥିଲା । ବିନା କାରନନେ କୁନିକଁର ଜୀବନ୍ ଯାଇଥିବାର କହିଛେ ପୁଲିସ୍ ।

ସମ୍ବଲପୁରନେ ଏସ୍‌ପି ଆର ଡିଆଜି ପଦ୍ ଖାଲି ଥିବାର ବେଲକେ ବେଲୁବେଲକେ ସହର ଅପରାଧର ଗଡ୍ ବନବାରନେ ଲାଗିଛେ । ଏନ୍ତାଥି ଲୋକ୍ ଘରୁ ବାହାରକେ ବାହାରିବାର ଲାଗି ଭିଲ୍ ଡରୁଛନ୍ । ଜଲଦି ଇ ଦିଗନେ ପୁଲିସ ଆର ପ୍ରଶାସନ୍ ପଦକ୍ଷେପ୍ ନାଇଁ ନେଲେ ଆଏବାର ଦିନେ କୁନି ଲେଖେଁ କେତେ ନୀରିହ ଜୀବନ୍ ବିନା କାରନଥି ଯିବା ଆରୁ ଇତାକେ ଅଟକେଇ ଭିଲ୍ ନାଇଁ ହୁଏ ।

Leave A Reply

Your email address will not be published.