୬ ବିଶ୍ୱବିଦ୍ୟାଳୟନେ ନୂଆଁ କୁଳପତି ନିଯୁକ୍ତ୍ କଲେ ରାଜ୍ୟପାଲ୍‌

ଜିଏମ୍‌ୟୁନେ ପ୍ରଫେସର ଏନ୍‌. ନାଗରାଜୁକୁଁ ଦିଆଗଲା ନିଯୁକ୍ତି

0

ରାଜ୍ୟର ୬ଟା ବିଶ୍ୱବିଦ୍ୟାଳୟର ନୂଆଁ କୁଳପତିକଁର ନାଁ ଘୋଷଣା କରାଯାଇଛେ । ସୋମବାର ଦିନ୍ ଇ ସବୁ ବିଶ୍ୱବିଦ୍ୟାଳୟ ଲାଗି ନୂଆଁ କୁଳପତିକୁଁ ନିଯୁକ୍ତ କରିଛନ୍ ରାଜ୍ୟପାଲ ପ୍ରଫେସର ଗଣେଷୀ ଲାଲ । ରାଜଭବନନେ ସୋମବାର ବେଲବୁଡେ ସମସ୍ତକଁର ନାଁ ଘୋଷଣା କରାଯାଇଥିଲା । ଇ ୬ ଜନ୍ କୁଳପତି ଆଏବାର ୪ ବରଷ୍ ତକ୍ ଇ ସବୁ ଜାଗାନେ ନିଯୁକ୍ତ ରହେବେ । ପ୍ରଫେସର ଏନ୍‌. ନାଗରାଜୁକୁଁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ କୁଳପତି ନିଯୁକ୍ତ କରାଯାଇଥିବାର ବେଲକେ, ପ୍ରଫେସର ସବିତା ଆଚାର୍ଯ୍ୟକୁଁ ଉତ୍କଳ ବିଶ୍ୱବିଦ୍ୟାଳୟ, ପ୍ରଫେସର ଅପରାଜିତା ଚୌଧୁରୀକୁଁ ରମାଦେବୀ ବିଶ୍ୱବିଦ୍ୟାଳୟ, ପ୍ରଫେସର ଦୀନବନ୍ଧୁ ସାହୁକୁଁ ଫକିର ମୋହନ ବିଶ୍ୱବିଦ୍ୟାଳୟ, ପ୍ରଫେସର କିଶୋର କୁମାର ବାସାକୁଁ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ, ଆରୁ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତିକୁଁ କଲ୍ଲିକୋଟ ବିଶ୍ୱବିଦ୍ୟାଳୟ କୁଳପତି ଭାବେ ନିଯୁକ୍ତ କରାଯାଇଛେ ।

ପ୍ରଫେସର ନାଗରାଜୁ କର୍ଣ୍ଣାଟକ କେନ୍ଦ୍ର ବିଶ୍ୱବିଦ୍ୟାଳୟନେ ଇଂରାଜୀ ବିଭାଗନେ ପ୍ରଫେସର ଭାବେ କାର୍ଯ୍ୟ ତୁଲେଇ ଆସୁଥିଲେ । ସେନ୍ତା ଇହାଦେ ନିଯୁକ୍ତ ଥିବାର ଦୁଶରା କୁଳପତିକଁର ଭିଲ୍ କେତନି ଅଭିଜ୍ଞତା ରହିଛେ । ଇ ସବୁ ବିଶ୍ୱବିଦ୍ୟାଳୟନେ ସମସ୍ତକୁଁ ନିଯୁକ୍ତି ଦେଇଛନ୍ ରାଜ୍ୟପାଳ । ଇ ମାସ ୬ ବିଶ୍ୱବିଦ୍ୟାଳୟର କୁଳପତିକଁର କାର୍ଯ୍ୟକାଲ୍ ଶେଷ ହେବାର ସାଙ୍ଗେ ନୂଆଁ ନିଯୁକ୍ତ କୁଳପତିକଁର କାର୍ଯ୍ୟକାଲ୍ ମୁଲ ହେବା ।

Leave A Reply

Your email address will not be published.