ପରିବା ବେପାରୀକଁର ନାଁନେ ଜିଏସଟି ମାମଲା

ରାଉରକେଲାନ ଜିଏସଟି ଠକେଇର ନୂଆଁ ମାମଲା, କାର୍ତ୍ତିକ କାମିଲା ନାଁନେ ଆସଲା ଜିଏସଟି ନୋଟିସ୍‌

0

ରାଉରକେଲାନେ ଜିଏସଟି ଠକେଇର ନୂଆଁ ମାମଲା ଆସିଛେ । ହେଲେ ଇଟା ଜନେ ଗରିବ ଲୁକକଁର ନାଁରେ ଆସିଥିବାର ଜନାପଡିଛେ । କୋଟି କୋଟି ଟଙ୍କା ସରକାରୀ ରାଜସ୍ୱନୁ ମାରୁଥିବାର ଘଟନା ମାନେ ଇହାଦେ ଦେଖବାକେ ମିଲୁଛେ । ରାଉରକେଲାନେ ଜନେ ପରିବା ବେପାରୀକଁର ନାଁନେ ଜିଏସଟି ଠକେଇ ମାମଲା ହେଇଛେ । କାର୍ତ୍ତିକ କାମିଲା ନାଁର ଜନେ ପରିବା ବେପାରୀ ରାସ୍ତା ତରାନ ଗୁଟେ ଛୁଟିଆ ଦୁକାନ କରିକିନା ପରିବା ବିକ୍ରି କରିଥିସନ୍ ।

କାମ୍ କଲେ ଯାଇକରି ମୁଠେ ଖାଇ ପାରୁଥିବାର କାର୍ତ୍ତିକକୁଁ ଜିଏସଟି ନୋଟିସ୍ ଆସିଥିବାର ସେ କହିଛନ୍ । କୋଏଲନଗରସି ବ୍ଲକ୍ ମାର୍କେଟ କମ୍ପେକ୍ସର ମାଲିକ ଥିବାର ଦେଖେଇକରି ଲିଙ୍ଗରାଜ ଟ୍ରେଡିଂ ନାଁର ଗୂଟେ ଜାଲ୍ ବେବସାୟୀ ସଂସ୍ଥା ୧୧୦ କୋଟି ଟଙ୍କାର ବ୍ୟବସାୟ କରିଥିବାର ଜନାପଡିଛେ । ଇନପୁଟ୍ ଟ୍ୟାକ୍ସ କେଡ୍ରିଟ୍ ବାବଦକେ ଜାଲ୍ ବେଙ୍କ ଆକାଉଣ୍ଟ ମାଧ୍ୟମନେ ୧୦ କୋଟିନୁ ଅଏତକା ଟଙ୍କା ହଡପ କରିଥିବାର ଭିଲ୍ ଅଭିଯୋଗ ହେଇଛେ । ହେଲେ ଇହାଦେ ସମ୍ପୃକ୍ତ ବେବସାୟୀକଁର ଅଭିଯୋଗ ଉତାରୁ ସେ ଇ ମାର୍କେଟ କମ୍ପେକ୍ସର ମାଲିକ ହେଇ ନାଇଁଥିବାର ଜନାପଡିଛେ ।

ଇ ଘଟନାଟା ଇଠାନେ ଇଟା ନୂଆଁ ନୁହେଁସେ । ଇତାର ଆଘୋନୁ ମୁଲିଆ, ରାସ୍ତା ତରାନ ବିକୁଥିବାର ଜଲଖିଆ ଦୁକାନୀ, ଗୁପଚୁପ୍ ଦୁକାନୀ, ଅଟୋ ଡ୍ରାଇଭର, ଛାତ୍ରଛାତ୍ରୀ, ଗୃହିଣୀକଁର ନାଁନେ ଭିଲ୍ ଜିଏସଟି ଠକେଇ ମାମଲା ଥିବାର ଅଭିଯୋଗ ହେଇଛେ । ବାରମ୍ବାରନ୍ନ୍‌ା ଅଭିଯୋଗ ହେଲା ଉତାରୁ ଭିଲ୍ ଇତାର ଉପରେ ଧ୍ୟାନ୍ ନାଇଁ ଦିଆଯିବାର । ପୁଲିସ କି ପ୍ରଶାସନ ଇ କଥାକେ ଗୁରୁତ୍ୱ ନାଇର୍ ଦେଉଥିବାର ବେଲକେ କୋଟି କୋଟି ଟଙ୍କାର ରାଜସ୍ୱ ହଡପ୍ ହେଉଛେ ଆର ସାଧାରଣ ଲୁକକଁର ନାଁ ପଡୁଛେ ଇଥରେ ।

Leave A Reply

Your email address will not be published.