ସୋର୍ ପଡୁଛନ୍ ମାଧୋ ସିଂ

0

ବରଗଡ ଜିଲ୍ଲା ସ୍ୱାଧିନତା ସଂଗ୍ରାମୀ ଆର୍ ବିଳ୍ପବୀ ମାନକଁର୍ ବୀରଗାଥାର ମୁକସାକ୍ଷୀ ପାଲଟିଛେ । ପାଣି ମୋରାର ସ୍ୱାଧିନତା ଆନ୍ଦୋଲନର ଗୁଟେ କେନ୍ଦ୍ର ଥିବାର୍ ବେଲକେ ଇ ଗାଁନୁ ୨୦ନୁ ଅଧିକା ସ୍ୱାଧିନତା ସଂଗ୍ରାମୀ ମହାତ୍ମା ଗାନ୍ଧୀକଁର୍ ଡାକରାନେ ସ୍ୱାଧିନତା ସଂଗ୍ରାମନେ ଝାସ୍ ଦେଇଥିଲେ । ହେଲେ ସ୍ୱାଧିନତା ସଂଗ୍ରାମର ବହୁତ୍ ଆଘୋନୁ ସେତେବେଲର ସମ୍ବଲପୁର ରାଜ୍ୟର ଘେଁସ୍ ଜମିଦାର ନିଜର ସ୍ୱାଭିମାନ୍ ଆର୍ ମାଁ ମାଏଟ୍ ଲାଗି ଇଂରେଜ୍ ସରକାରକଁର୍ ବିରୋଧ୍‌ନେ ଗର୍ଜିଥିଲେ । ଘେଁସ ଜମିଦାର ମାଧୋ ସିଂ ଉଲଗୁଲାନ୍ ମୁଲ କରିଥିଲେ । ବ୍ରିଟିଶ ରାଜକେ ବିରୋଧ୍ କରି ଇଂରେଜକଁର୍ ବିରୋଧନେ ସଂଗ୍ରାମ କରି ମାଧୋ ସିଂକଁର୍ ପୁରା ପରିବାର ସହିଦ ହେଇଥିଲେ । ଘେଁସ ଜମିଦାର ସିଂଘୋଡା ଘାଟିରେ ଇଂରେଜ୍ ମାନକଁର୍ ବିରୋଧ୍‌ନେ ଗର୍ଜିଥିଲେ । ଆର ଡିସେମ୍ବର ୩୧, ୧୮୫୮ନେ ମାଧୋ ସିଂକୁଁ ଫାଶି ଦିଆଯାଇଥିଲା । ସେହିଦିନ୍ ଠାନୁ ଡିସେମ୍ବର ୩୧କେ ବୀରତା ଦିବସ ହିସାବେ ପାଲନ୍ କରାଯାଉଛେ । ବରଗଡ ଜିଲ୍ଲାର ଘେଁସର ଇତିହାସକେ ଦେଖଲେ ପଶ୍ଚିମ ଓଡ଼ିଶାର ଲୁକକଁର୍ ଛାତି ଫୁଲିଯିବା । ଇହାଦେ ସେହି ମାଟିନୁ ଆସିଛନ୍ ଲୋକକବି ପଦ୍ମଶ୍ରୀ ହଳଧର ନାଗ । ଯିଏ ବି ଆମର ମାନକଁର୍ ଟେକ୍ ରକିଛନ୍ । ଜମିଦାରକଁର୍ ପୈତୃକ୍ ଘର ଭାଙ୍ଗିରୁଜି ବସୁଥିବାର୍ ବେଲକେ ରାଜ୍ୟ ସରକାରକଁର୍ ପ୍ରୋତ୍ସାହନନେ ଜମିଦାରକଁର୍ ଘରକେ ସ୍ମାରକୀ ହିସାବେ ସ୍ୱୀକୃତି ଦିଆଯାଇକରି ପ୍ରତ୍ନତତ୍ୱ ବିଭାଗ ତରଫୁଁ କରାଯାଇଛେ । ଏବେ ଘେଁସ୍ ଜମିଦାରକଁର୍ ଘର ଗୁଟେ ପର୍ଯ୍ୟଟନର ଜାଗାର ବି ମାନ୍ୟତା ପାଇଛେ । ହେଲେ ତାର ପ୍ରଚାର ପ୍ରସାର ଅଭାବନୁ ଇତାର ବିକାଶ୍ ହେଇ ନାଇଁ ପାରବାର୍ । ଘେଁସ୍ ବୀରତା ଆର୍ ସାହିତ୍ୟର ଐତିହାସିକ୍ ମାଏଟ୍ ହେଇଥିବାର୍ ବେଲକେ ଆଗକେ ଇନେ ସମ୍ବଲପୁରୀ-କୋଶଲି ଭାଷା ଗବେଷଣା କେନ୍ଦ୍ର ଆଗକେ ପ୍ରତିଷ୍ଠା ହେବା । ଡିସେମ୍ବର ୩୧ ହେଲେନ ସୋର ପଡସନ୍ ସହିଦ
ଘେଁସ୍ ଜମିଦାରକଁର୍ ମାଁ ମାଟିର ଲାଗି ଯେନ୍ ବଲିଦାନ୍ ରହିଛେ ତାହାକେ ସେତକି ସମ୍ମାନ୍ ମିଲି ପାରୁଛେ କାଏଁ । ମାଧୋ ସିଂକଁର୍ ପ୍ରତିମୂର୍ତ୍ତି କି ଚିତ୍ର ଇହାଦେତକ୍ ସାଧାରନ୍ ଲୋକକଁର୍ ନଜରକେ ନାଇଁ ଆସବାର୍ । ମାଧୋ ସିଂ ଆର ତାକଁର୍ ପିଲା ମାନକଁର୍ ବାବଦେ ଅଞ୍ଚଲନେ ବି ବିଶେଷ୍ ପ୍ରଚାରପ୍ରସାର ହେଇ ନାଇଁ ପାରି । ତ କମ୍ ସେ ୍‌କମ୍ ବରଗଡ ସହରେ ତାକଁର୍ ଗୁଟେ ପ୍ରତିମୂର୍ତ୍ତୀ ବନାଯିବାର୍ ସାଙ୍ଗେ କେନସି ବି ରାସ୍ତାକେ ତାକଁର୍ ନାଁନେ କରାଯିବାର ଲାଗି ବନେ ଦିନୁ ଦାବି ହେଇ ଆସୁଛେ । ଘେଁସ୍ ଜମିଦାରକଁର୍ ଯେନ୍ ବଲିଦାନ୍ ରହିଛେ ତାହାକେ ରାଜ୍ୟସ୍ତରନେ, କି ଜାତୀୟ ସ୍ତରନେ ହେଉ କି ସେତକି ସମ୍ମାନ୍ ଇହାଦେ ବି ନାଇଁ ମିଲିପାରି । ବରଗଡ ହଲଦିପାଲି ଛକକେ ବୀର ଛକକେ ହିସାବେ କରାଯାଇକରି ପ୍ରଶାସନ୍ ତରଫୁଁ ତାକଁର୍ ସହିଦ ଦିବସ୍‌କେ ପ୍ରଶାସନ୍ ତରଫୁଁ ପାଲନ୍ କରାଯାଉଛେ । ମାତ୍ର ବର୍ଷକେ ଥରେ ଖାଲି ଡିସେମ୍ବର ୩୧ ହେଲେ ତାହାକୁଁ ସୋର କରାଯାଉଛେ । ନିଜର ମାଁ ମାଏଟ୍‌, ନିଜର ସ୍ୱାଭିମାନ୍ ଲାଗି ଲଢିଥିଲେ, ନିଜର ଜୀବନ୍ ଦେଇଥିଲେ ଇ ମାଏଟ ଲାଗି । ଯିଏ ନାଇଁ ଡରିକରି , ନିଜର ଜନମ ଭୂଇଁ ଲାଗି ଲଢବାର୍ ଶିଖେଇଦେଇଥିଲେ । ସ୍ୱାଭିମାନ କାଣା, ସ୍ୱାଭିମାନୀ ହେବାର ଟା କାଣା ଆମର ଜାତିକେ ବତେଇକରି ଯାଇଥିଲେ । ସେମାନକଁର୍ ଭିତରୁ ଗୁଟେ ହେଉଛନ୍ ଘେଁସ ଜମିଦାରକଁର୍ କୁଟୁମ୍ । ଆଜିର ଦିନେ ସହିଦ ହେଇଥିଲେ ବୀର ମାଧୋ ସିଂ । ହେଲେ ଇତିହାସରେ ଯେନ୍ ଜାଗା ତାକୁଁ ମିଲବାର୍ କଥା, ସେତକି ମିଲିଛେ କାଏଁ ?

Leave A Reply

Your email address will not be published.