ଇଥିର ଲାଗି ଜାଲିଦେଲେ ଗୁଟେ କୁଟି ଟଙ୍କାର ମର୍ସିଡିଜ୍‌

କିଛି ସମିୟାଥି ଜଲିକରି ଖାର ହେଇଗଲା କୁଟିଏ ଟଙ୍କାର ମର୍ସିଡିଜ୍‌

0

ଫିଦିନ୍ ଆପଣ ସୋସିଆଲ ମିଡିଆନେ ଖୋବଟେ ଭାଇରାଲ ଭିଡିଓ ଦେଖୁଥିବେ । ବହୁତ ଲୋକ ଅଛନ ଭିଉସ୍ ପାଏବାର ଲାଗି କେନସି ଭିଲ ହଦ୍ ପାର କରୁଛନ୍ । ଆର ଲୋକଙ୍କୁ ନିଜର ଭିଡିଓ ସାଙ୍ଗେ ଯୁଡିକିନା ରଖବାର ଲାଗି ସ୍ପେସାଲ ଭିଡିଓ ସବୁ ତିଆର କରୁଛନ୍ । ଏନ୍ତା ବହୁତଟେ ୟୁଟ୍ୟୁବରର୍ସ ରହିଛନ୍ ଯେନମାନେ କି ୟୁଟ୍ୟୁବ୍‌ନେ ଇନ୍ତା ଟାଇପର ଭିଡିଓ ବନେଇକରି ପପୁଲାର ହେଇଛନ୍ । ଇ ସବୁ ପପୁଲାର ୟୁଟ୍ୟୁବର ମାନଙ୍କର ଭିତରୁ ଝନେ ହେଲେ ଋଷର ମିଖାଇଲ୍ ଲିଟବିନ୍ । ଯେ କି ସବୁ ବେଲେ ନିଜର ଅନୋଖା ଭିଡିଓ ଲାଗି ଲୋକଙ୍କର ଚର୍ଚ୍ଚା ସାଉଁଟିଛନ୍ ।

ଗଲା କିଛି ଦିନ ତଲେ ସେ ଗୁଟେ ଭିଡିଓ ୟୁଟ୍ୟୁବ୍‌ନେ ପୋଷ୍ଟ କରିଥିଲେ ଯେନଥିରେ ସେ ନିଜର ମର୍ସଡିଜ୍ ଜିଟି ୬୩ ଏସ୍ କାରକେ ନିଆଁ ଲଗେଇଦେଇଛନ୍ । ଗାଡିଟା ପୂରା ଜଲିକି ଖାର ହେଇଯାଇଥିବାର ଭିଡିଓନେ ଦେଖବାକେ ମିଲିଛେ । ଯାର ବାଦ୍ ଭ୍ୟୁୟର୍ସଙ୍କର ଆଡୁ ଭିଲ ଭିନ୍ ଭିନ୍ ପ୍ରତିକ୍ରିୟା ସବୁ ଆସୁଥିବାର ଦେଖବାକେ ମିଲୁଛେ । ଇହାଦେ ତକ୍ ଇ ଭିଡିଓକେ ୧୦ ଲାଖ୍ନୁ ଜହ ଲୋକ ଦେଖି କି ଲାଇକ୍ କରିଛନ୍ । ମିଖାଇଲଙ୍କର ୫୦ ଲାଖ୍ ସବସସ୍କ୍ରାଇବର ରହିଛନ୍ ୟୁଟ୍ୟୁବ୍‌ନେ ଆର ଇନ୍‌ଷ୍ଟାନେ ତାଙ୍କର ୧.୧୬ କୁଟି ଫଲୋୟର୍ସ ଅଛନ୍ । କୁହାଯାଉଛେ କି ମିଖାଇଲଙ୍କର ଗାଡିଟା ସବୁବେଲେ ଖରାପ ରହୁଥିଲା ଆର ବାର ବାର ସଜାଲା ବଦ୍ ଭିଲ ଠିକ୍ ନାଇଁ ରହୁଥିବାରନୁ ସେ ତାକେ ଶେଷେ ଜାଲିଦେଇଛନ୍ ।

Leave A Reply

Your email address will not be published.