ବାପ-ପୁଓକଁର ଗଲା ଜୀବନ୍‌

ବଲାଙ୍ଗିର ଜମ୍ଭେଲ ଛକ୍ ପାଶେ ବୋଲେରୋ-ବାଇକ୍ ସାମ୍ନାସାମ୍ନି

0

ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ୍ ଜମ୍ଭେଲ ଛକ୍ ପାଶେ ବୋଲେରୋ-ବାଇକ୍ ସାମ୍ନାସାମ୍ନି । ଶୁକ୍ରବାର ଇ ଦୁର୍ଘଟନା ଘଟିଥିବାର ବେଲକେ ଦୁର୍ଘଟନାନେ ବାପ-ପୁଓକଁର ଜୀବନ୍ ଯାଇଛେ । ତରଣୀ ସେନ ବିଶି ଆରୁ ତାକଁର ପୁଓ ଶମ୍ଭୁ ବିଶିକଁର ଜୀବନ୍ ଯାଇଛେ । ସେଆଡେ ଘଟନାନେ ଜନେ ମହିଲା ଆରୁ ଗୁଟେ ୪ ମାସର ଛୁଆର ଅବସ୍ଥା ବିପଦ୍ ଅଛେ । ଇମାନେ ସମସ୍ତେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ରିଷିଡାର ବଲିକରି ଜନାପଡିଛେ । ରିଷିଡାର ତରଣୀସେନ୍ ତାକଁର ସ୍ତ୍ରୀ ନିକିତା ଆରୁ ଦୁହି ପୁଓକୁଁ ନେଇକରି ବଲାଙ୍ଗିର ଡାକ୍ତରଖାନା ଯାଇଥିଲେ । ଫିରଲା ବେଲକେ ଡାହିମାଳ-କଳାହାଣ୍ଡି ରାସ୍ତା ଜମ୍ଭେଲ ଛକ୍‌ନେ ଆଘାଡୁ ଆସୁଥିବାର ଗୁଟେ ବୋଲେରୋ ସାଙ୍ଗେ ମାଡ୍ ହେଇଥିଲା ବାଇକ୍ । ବାଇକ୍ ଘେଷରେଇ ହେଇକରି ସେଥରେ ନିଆଁ ଲାଗିଯାଇଥିଲା ।

ବିପଦ ଅବସ୍ଥାନେ ସମକୁଁ ତୁଷରା ଡାକ୍ତରଖାନାନେ ଭର୍ତ୍ତି କରାଯାଇଥିବାର ବେଲକେ ତରଣୀସେନ୍ ଆରୁ ତାକଁର ପୁଓକଁର ଜୀବନ୍ ପଲେଇଥିଲା । ସେଆଡେ ତରଣୀକଁର ସ୍ତ୍ରୀ ଆରୁ ୪ ମାସର ଛୁଆର ଅବସ୍ଥା ବିଗଡିବାରନୁ ସେମାନକୁଁ ବଲାଙ୍ଗୀର ଭୀମଭୋଇ ମେଡିକାଲକେ ପଠାଯାଇଛେ । ଦୁର୍ଘଟଣା ଘଟେଇ ଥିବାର ବୋଲେରୋ ଡ୍ରାଇଭର ଫେରାର୍ ମାରିଥିବାର ଜନାପଡିଛେ । ଗାଡିଟା କୋଭିଡ୍ ଡ୍ୟୁଟିନେ ଗୁଡଭେଲା ସିଏଚସିନେ ଲାଗିଥିବାର ନେଇକରି ସୂଚନା ରହିଛେ । ସେଆଡେ ଘଟଡ଼ା ଜାଗାନେ ଲୋକକଁର ଭିତରେ ଅସନ୍ତୋଷ ଦେଖାଦେଇଥିବାର ବେଲକେ ଭରନା ଦାବିନେ ରାସ୍ତା ଛେକିଥିଲେ ଲୁକେ ।

Leave A Reply

Your email address will not be published.