ବରଗଡନେ ହେବା କେନ୍ସର ହସ୍ପିଟାଲ୍‌

ହସ୍ପିଟାଲ୍‌କେ ଜଲଦି ମୂଲ କରବାର୍‌ ଲାଗି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ୍‌

0

ବରଗଡ ଜିଲ୍ଲାନେ ବନବାର୍‌ କେ ଯାଉଛେ ସବୁ ନୁଆଁ ନୁଆଁ ସୁବୁଧା ଥିବାର ଗୁଟେ ଆଧୁନିକ୍‌ କେନ୍ସର ହସ୍ପିଟାଲ୍‌ । ଯେନ କେନ୍ସର୍‌ ରୋଗୀକଁର୍‌ ଚିକିତ୍ସା ଲାଗି ରେଡିଓଥେରାପି , କେମୋଥେରାପି ,ସିଟି ସିମୁଲେଟର୍‌ ବାଗିର୍‌ ସବୁ ସୁବିଧା ରହେବା ,ଆର୍‌ ଜରୁରୀ କାଲୀନ୍‌ ସ୍ୱାସ୍ଥ୍ୟ ସେବା ଉପରେ ବି ଖାସ୍‌ ଧ୍ୟାନ୍‌ ଦିଆଯିବା । ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ୍‌ନେ ମୁଖ୍ୟ ଶାସନ୍‌ ସଚିବ୍‌ ଶ୍ରୀ ଅସିତ୍‌ ତ୍ରିପାଠୀ ଇ ସବୁ କାମ୍‌ ଯେନ୍ତା ଜଲଦି୍‌ ହେଇପାରବା ସେ ଦିଗେ ଧ୍ୟାନ୍‌ ଦେବାର୍‌ ଲାଗି ସବୁ ଅଫିସର୍‌ ମାନ୍‌କେ କହିଥିଲେ ।

ଜିଲ୍ଲାନେ କେନ୍ସର୍‌ ରୋଗୀକଁର୍‌ ସଂଖ୍ୟା ଦିନକୁ ଦିନ୍‌ ବଢବାର୍‌କେ ଲାଗିଥିବାର୍‌ନୁ ସେନ କେନ୍ସର୍‌ ହସ୍ପିଟାଲ ଗୁଟେ ବନାବାର୍‌ ଲାଗି ଆନ୍ଦୋଲନ୍‌ ଚାଲିଥିଲା ଆର୍‌ ଇ ସବୁ ଜିନିଷ୍‌ ଦେଖିକରି ସରକାର୍‌ ତାକଁର୍‌ ଦାବିକେ ପୁରା କରବାର୍‌ ଲାଗି ପଦକ୍ଷେପ୍‌ ନେଇଛନ୍‌ ଆର୍‌ ସେନେ ଗୁଟେ ୫୦ଟା ବେଡ୍‌ ସାଙ୍ଗେ ଅତ୍ୟାଧୁନିକ୍‌ ସୁବିଧା ଥିବାର୍‌ କେନ୍ସର୍‌ ହସ୍ପିଟାଲ୍‌ ବନାବାର୍‌ କେ ଘୋଷ୍‌ଣା କରିଛନ୍‌ ।

Leave A Reply

Your email address will not be published.