ପୁରୀ ଜଗନ୍ନାଥ ମନ୍ଦିର ଖୁଲବାର ଅନୁମତି ମିଲଲା ବାଦ୍ ଇହାଦେ ସମ୍ବଲପୁରର ସମଲେଇ ମନ୍ଦିର ଖୁଲବାର ନେଇକରି ଭିଲ୍ କଥା ଚାଲିଛେ । ମନ୍ଦିର ଖୁଲବାର ନେଇକରି ଟ୍ରଷ୍ଟ ବୋର୍ଡ ଆଡୁ ଗୁଟେ ବୈଠକ କରାଯାଇକରି ଆଲୋଚନା କରାଯାଇଛେ । ଇ ବୈଠକନେ ବହୁତ୍ ଜଲଦି ଭକତ୍କଁର ଲାଗି ମନ୍ଦିର ଖୁଲାଯିବା ବଲିକରି କୁହାଯାଇଛେ । ୭ରୁ ୧୦ ଦିନ୍ ଭିତରେ ମନ୍ଦିର ଖୁଲାଯିବାର ନେଇକରି କୁହାଯାଉଥିବାର ବେଲକେ କୋଭିଡ୍ ନିୟମ୍ ହିସାବେ ମନ୍ଦିରକେ ଛଡାଯିବା । ସରକାର ଆରୁ ପ୍ରଶାସନ ଆଡୁ ଏସଓପିକେ ଟକାଯାଇଥିବାର କୁହାଯାଇଛେ ମନ୍ଦିର ଟ୍ରଷ୍ଟ ଆଡୁ ।
ସେଆଡେ ମନ୍ଦିରକେ ଆହୁରି ସୁନ୍ଦର ଆରୁ ଇତାର ବିକାଶ ଦିଗେ କାମ୍ ମୁଲ ହେଇଛେ । ଇହାଦେ ମନ୍ଦିରନେ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ ଲାଗି କାମ୍ ଚାଲିଛେ । ଇଥିର ଲାଗି ଇହାଦେ କେବୁଲ୍ ପକାକାମ୍ ଚାଲିଛେ ମନ୍ଦିର ଭିତରେ । ଇତାର ସାଙ୍ଗେ ଭିତରେ ଖାଲ ମାନେ କୁଡା ଯାଇକରି କାମ୍ କରାଯାଉଥିବାରନୁ ଇହାଦେ ଭକତ୍ ଆଏଲେ ଅଘଟନ୍ ଘଟବାର ଭିଲ୍ ଡର୍ ରହିଛେ । ଯେନଥିର ଲାଗି କାମ୍ ସରଲା ପରେ ଭକତ୍କୁଁ ମନ୍ଦିର ଭିତରକେ ଛଡାଯିବାକେ ଅନୁମତି ଦିଆଯିବା । ବୋର୍ଡର ନିଷ୍ପତ୍ତି ହିସାବେ ମନ୍ଦିର ଖୁଲବାର ପହେଲା ୫ ଦିନ୍ ଖାଲି ସମ୍ବଲପୁର ସହରର ଭକତ୍କୁଁ ମନ୍ଦିର ଭିତରକେ ଯିବାର ଲାଗି ଅନୁମତି ଦିଆଯିବା । ଇ ସମିଆଁନେ ଭକତ୍କୁଁ ତାକଁର ପରିଚୟ ପତ୍ର ଦେଖେଇକରି ଯିବାକେ ପଡବା ଭିତରକେ ।
Prev Post