ଟିଟଲାଗଡ଼ନେ ମନ୍ତ୍ରୀ ଟୁକୁନୀ ସାହୁକଁର ସମୀକ୍ଷା ବୈଠକ

ଟିଟଲାଗଡ଼ ନିର୍ବାଚନ୍ ମଣ୍ଡଳୀର ଭିନ୍ ଭିନ ପ୍ରକଳ୍ପ କାମ୍‌ର ସମୀକ୍ଷା କଲେ ମନ୍ତ୍ରୀ

0

ଟିଟଲାଗଡ଼ ନିର୍ବାଚନ୍ ମଣ୍ଡଳୀର ବିକାଶ ଦିଗନେ ହେଉଥିବାର ଭିନ୍ ଭିନ୍ କାମ୍‌ର ସମୀକ୍ଷା କଲେ ମନ୍ତ୍ରୀ । ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ ଟିଟଲାଗଡ଼ ପୌର କଲ୍ୟାଣ ମଣ୍ଡପନେ ବସିଥିବାର ସମୀକ୍ଷା ବୈଠକନେ ସାମିଲ ହେଇକରି ଇସବୁ ଉପରେ ଆଲୋଚନା କରିଛନ୍ । ଟିଟଲାଗଡ଼ନେ ଦେଖାଦେଇଥିବାର ପାଏନ୍ ସମସ୍ୟା ଉପରେ ଭିଲ୍ ଆଲୋଚନା କରାଯାଇଥିଲା । ସହରନେ ୭ଦିନଥି ଥରେ ପାଇପ୍ ପାଏନ୍ ଲୁକକୁଁ ଯୁଗାଯାଉଥିବାର ଥିବାର ବେଲକେ ପାଏନ୍ ଚୁରି ସମସ୍ୟା ହେଉଥିବାର କହେଲେ ଜନସ୍ୱାସ୍ଥ୍ୟ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ । ଘର ମାନକେ ମଟର ବସେଇଥିବାର ଗରାଖ ପାଏନ୍ ଚୁରି କରୁଥିବାର ଅଭିଯୋଗ ହେଇଛେ । ଟିଟଲାଗଡ଼ନେ ପ୍ରାୟ ୩୭ କୋଟି ଟଙ୍କାର ଡିପିଆର ପ୍ରସ୍ତୁତ ହେଇଥିବାର ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଥିଲେ । ସେଆଡେ ସଇଁତଲା, ଟିଟଲାଗଡ଼, ଆର ଗୁଡଭେଲା ବ୍ଲକନେ ସ୍ୱଚ୍ଛ ଭାରତ ଯୋଜନା ଆଡୁ କମ୍ ମାନର କାମ୍ ହେଇଥିବାର ନେଇକରି ରିସମୀ ହେଇଥିଲେ ମନ୍ତ୍ରୀ । ସଇଁତଲା ବାଦିପଡ଼ା ଲାନ୍ଥ ନଦୀ ଘାଟନେ ୨୮ କୋଟି ଟଙ୍କା ଖର୍ଚ୍ଚାନେ ତିଆର ହେଇଥିବାର ପୁଲିଆ କାମ୍ କମ୍ ମାନର ହେଇଥିବାର ଭିଲ୍ ଅଭିଯୋଗ ହେଇଥିଲା । ସେନ୍ତା ଟିକ୍ରପଡାନେ ପିଇବାର ପାଏନ୍ ପ୍ରକଳ୍ପ କାମ୍ ପୁରା ହେଇ ସାରିଥିବାର ବେଲକେ ବେଲଗାଁ ଆରୁ ସଇଁତଲାନେ କାମ୍ ଚାଲିଥିବାର ଜନାପଡିଛେ । ମହାରାଜ ସାଗର କାମ୍ ଜଲଦି ପୁରା କରବାର ଲାଗି ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । କୁମୁଡା ପର୍ଯ୍ୟଟନ୍ ପାଶେ ଥିବାର ଦେବନ୍ଧ ସାଗର ବାବଦନେ କେନସି ଅଧିକାରୀ କିଛି ଉତ୍ତର ରଖିନାଇଁ ପାରିଥିଲେ ।

ସେଆଡେ ଗୁଡଭେଲା ବ୍ଲକ୍ ତେନ୍ତୁଲିଖୁଣ୍ଟି ପଂଚାୟତନେ ଅଧପନ୍ତରିଆ କାମ୍ ହେଇକରି ପଡିରହିଥିବାର ମିନି ଷ୍ଟାଡିୟମ୍ ଲାଗି କାମ୍ କରବାର ଲାଗି ବିଡ଼ିଓ ସୂର୍ଯ୍ୟ ନାଏକକୁଁ କହିଥିଲେ ମନ୍ତ୍ରୀ । ଇତାର ସାଙ୍ଗେ ଉହ୍ନିଆ କାମ୍ ମାନକଁର ବାବଦନେ ଦୁଇ ଘଂଟା ଧରିକରି ସବୁ ଅଧିକାରୀ ମାନକଁର ସାଙ୍ଗେ ଆଲୋଚନା କରିଥିଲେ ମନ୍ତ୍ରୀ । ଇ ବୈଠକନେ ମନ୍ତ୍ରୀ ଟୁକୁନୀ ସାହୁକଁର ସାଙ୍ଗେ ବଲାଙ୍ଗିର ଜିଲ୍ଲା ଗ୍ରାମ୍ୟ ଉନ୍ନ୍ରନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଡ. ମହେଶ୍ୱର ସ୍ୱାଇଁ, ଜିଲ୍ଲା ପ୍ଲାନିଂ ବୋର୍ଡ ଉପନିର୍ଦ୍ଦେଶକ ସୁଶାନ୍ତ ଜେନା, ଟିଟଲାଗଡ଼ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟୟକଁର ସାଙ୍ଗେ ଦୁଶରା ଅଧିକାରୀ ଭିଲ୍ ଉପସ୍ଥିତ ଥିଲେ ।

Leave A Reply

Your email address will not be published.