ପୁରା ଦୁନିଆଁନେ ଇହାଦେ ଭିଲ୍ କରୋନା ବେମାର ଲାଗି ଚିନ୍ତା ରହିଛେ । ଗଲା ବରଷ୍ ଚୀନ୍ର ଉହାନ୍ ସହରନୁ ବାହରିଥିବାର କରୋନା ପଛେ ପଛେ ସବୁ ଦେଶନେ ଭିଲ୍ ଦେଖାଦେଇଥିଲା । ଯେନଟାକି ପୁରା ଦୁନିଆ ଲାଗି ମୁଡଦୁଖା ବନିଛେ । କରୋନା ବେମାରନେ ୭ କୋଟି ୨୨ ଲାଖ୍ନୁ ଅଏତକା ଲୁକକୁଁ ହେଇଥିବାର ବେଲକେ ପ୍ରାୟ୍ ସାଢେ ୬୧ ଲାଖ୍କଁର ଜୀବନ୍ ନେଇଛେ ।![]()
କରୋନା ଟିକା ଲାଗି ଭିନ୍ ଭିନ୍ ଦେଶର ବୈଜ୍ଞାନିକ୍, ଡାକ୍ତର ମାନେ ଲାଗିଥିବାର ବେଲକେ କେତେଟା ଟିକା ବାହାର କରାଯାଇଛେ । ଇତାର ଭିତରୁ କିଛି ଦେଶନେ କରୋନା ଟିକାକରଣ ଭିଲ୍ ମୁଲ କରାଦିଆଗଲାନ୍ । ପହେଲା ବ୍ରିଟେନ୍ନେ ଟିକାକରଣ ମୁଲ ହେଲା ପରେ ଇହାଦେ ଦୁଶରା କିଛି ଦେଶ୍ ସାଙ୍ଗେ ଆମେରିକାନେ ଭିଲ୍ ମୁଲ୍ ହେଇଯାଇଛେ । ଡିସେମ୍ବର ୧୪ ତାରିଖନୁ ମାନେ ଆଏଜନୁ ଇଠାନେ ଟିକାକରଣ କରାଯିବାନେଇକରି ଜନାପଡିଛେ । ଫାଇଜର କମ୍ପାନୀ ଆଡୁ ଟିକାକଣ ଲାଗି ଅନୁମତି ମିଲିଛେ ।
