ଜାତୀୟ ପୁରସ୍କାର ୨୦୧୯ ଲାଗି ମନୋନୀତ୍ ହେଇଛେ ଫିଲ୍ମ ‘କାଲିର ଅତୀତ’ ଆରୁ ‘ଶଲା ବୁଢାର ବଦଲା’

0

ଓଡ଼ିଆ ଆରୁ ସମ୍ବଲପୁରୀ-କୋଶଲୀ ଫିଲ୍ମ ଜଗତ ଲାଗି ଖୁସିର ଖବର । ଫିଲ୍ମ କାଲିର ଅତୀତ ଆରୁ ଶଲା ବୁଢାର ବଦଲା କେ ମିଲଲା ଜାତୀୟ ପୁରସ୍କାର । ୬୭ ନ୍ୟାସନାଲ୍ ଫିଲ୍ମ ଆୱାର୍ଡ ୨୦୧୯ନେ ଇ ଦୁହି ଫିଲ୍ମକେ ଆୱାର୍ଡ ମିଲିଛେ । ଫିଚର ଫିଲ୍ମ କାଟାଗୋରୀନେ ଦୁହି ଫିଲ୍ମକେ ଜାତୀୟ ପୁରସ୍କାର ମିଲିଥିବାର ନେଇକରି ସୂଚନା ରହିଛେ । ଇତାର ସାଙ୍ଗେ ନନ୍ ଫିଚରର୍ଡ ଫିଲ୍ମ ହିସାବେ ଶ୍ରୀକ୍ଷେତ୍ରରୁ ସାହିଜାତ ଫିଲ୍ମକେ ଆୱାର୍ଡ ମିଲିଛେ । ପଶ୍ଚିମ ଓଡ଼ିଶା ସୋନପୁର ମାଟିର ଦୁହି ପୁଓ ଇହାଦେ ମାଁ ମାଏଟ୍ ଲାଗି ଗୌରବ ଆନିଦେଇଛନ୍ । ଆନ୍ତର୍ଜାତିକ୍ ଫିଲ୍ମ ନିର୍ମାତା ନିର୍ଦ୍ଦେଶକ ପଦ୍ମଶ୍ରୀ ନୀଳମାଧବ ପଣ୍ଡା ଆର ସମ୍ବଲପୁରୀ-କୋଶଲୀ ଫିଲ୍ମ ନିର୍ଦ୍ଦେଶକ୍ ସବ୍ୟସାଚୀ ମହାପାତ୍ରକଁର ଫିଲ୍ମ ଜାତୀୟ ପୁରସ୍କାର ପାଇଛନ୍ । ୬୭ ନ୍ୟାସନାଲ୍ ଫିଲ୍ମ ଆୱାର୍ଡ ୨୦୧୯ନେ ଫିଲ୍ମ କାଲିର ଅତୀତ ଆରୁ ଶଲା ବୁଢାର ବଦଲା କେ ଜାତୀୟ ପୁରସ୍କାର ମିଲିଛେ । ଇତାର ଆଘୋନୁ ଭିଲ୍ ବହୁତ୍ ଥର ନ୍ୟାସନାଲ ଆୱାର୍ଡ ପାଇସାରିଥିବାର ନୀଳମାଧବ ପଣ୍ଡାକୁଁ ଇଥର ତାକଁର ପହେଲା ଓଡ଼ିଆ ଫିଲ୍ମକେ ଜାତୀୟ ପୁରସ୍କାର ମିଲିଛେ । ସେନ୍ତା ସବ୍ୟସାଚୀ ମହାପାତ୍ରକୁଁ ପହେଲା ଥର ଲାଗି ନ୍ୟାସନାଲ ଆୱାର୍ଡ ମିଲିଛେ । ଫିଲ୍ମ କାଲିର ଅତୀତ ଓସ୍କାର ରେସ୍‌ନେ ଭିଲ୍ ରହିଥିଲା ଆରୁ ଇହାଦେ ଜାତୀୟ ପୁରସ୍କାର ଲାଗି ମନୋନୀତ୍ ହେଇଛେ । ଇ ଫିଲ୍ମଟା ଓଡ଼ିଶାର ପ୍ରାକୃତିକ୍ ବିପର୍ଯ୍ୟୟନେ ହେଉଥିବାର କ୍ଷୟ କ୍ଷତି ଆରୁ ଇତାକେ ନେଇକରି ଇଠାନର ଲୋକମାନକଁର ଭାବନା ଉପରେ ପର୍ଯ୍ୟବେଶିତ୍ ରହିଛେ । ଫିଲ୍ମର ମୁଖ୍ୟ ଚରିତ୍ର ଗୁନୁ ଆର ଗୁଟେ ନଲକୂଆଁ ଇତାର ମୁଖ୍ୟ ଆକର୍ଷଣ ରହିଛେ । ଜଲବାୟୂ ପରିବର୍ତ୍ତନ ଉପରେ ସବୁବେଲେ ଫିଲ୍ମ ତିଆର କରିଆସୁଛନ୍ ନୀଳମାଧବ । ଆର ଇ ଫିଲ୍ମନେ ଭିଲ୍ ତାର ଚିତ୍ର ଦର୍ଶକ ଦେଖିପାରବେ । ଫିଲ୍ମଟା ଗୋଆ ଫିଲ୍ମ ଫେଷ୍ଟିଭାଲନେ ଇତାର ସ୍କ୍ରିନିଂ କରାଯାଇଥିବାର ବେଲକେ ଇଟା ଆଗକେ ରିଲିଜ୍ ହେବାକେ୍ ଯାଉଛେ । ସମ୍ବଲପୁରୀ-କୋଶଲୀ ଫିଲ୍ମ ଯଦି ଦେଖବେ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ବହୁତ୍‌ଟେ ସୁନ୍ଦର ସୁନ୍ଦର ଫିଲ୍ମ ଭେଟି ଦେଇଛନ୍ ଦର୍ଶକକୁଁ । ପହେଲାନୁ ଶଲା ବୁଢାର ବଦଲା ଫିଲ୍ମ ଆସିଥିବାର ବେଲକେ ପଛେ ଶଲା ବୁଢାର ବଦଲା ୨୦୧୯ନେ ରିଲିଜ୍ ହେଇଥିଲା । ଆମର ସାମାଜିକ୍ କଥା ବସ୍ତୁ କଲା ସଂସ୍କୃତି ଉପରେ ଫିଲ୍ମ ତିଆର କରିଆସୁଥିବାର ସବ୍ୟସାଚୀ ମହାପାତ୍ରକଁର ଫିଲ୍ମ ଦର୍ଶକକୁଁ ବହୁତ୍ ପସନ୍ଦ ଆସିଥିସି । ଶଲା ବୁଢାର ବଦଲାନେ ଅଟଳ ବିହାରୀ ପଣ୍ଡାକଁର ଅଭିନୟ ଦର୍ଶକକଁର ମନ୍ ଘିନିଥିଲା । ଶଲା ବୁଢାନେ ଭିଲ୍ ଅଟଲ ବିହାରୀ ପଣ୍ଡା ଅଭିନୟ କରିଥିଲେ ଆରୁ ଶଲା ବୁଢାର ବଦଲାନେ ଭିଲ୍ ଦର୍ଶକ ତାକୁଁ ଦେଖବାର ଲାଗି ପାଇଥିଲେ । ବେଷ୍ଟ ଫିଚର ଫିଲ୍ମ ତାଲିକାନେ ଇ ଦୁହି ଫିଲ୍ମ ଜାଗା ପାଇଥିବାର ବେଲକେ ରାଜ୍ୟ ତଥା ଓଡ଼ିଆ ଆର ସମ୍ବଲପୁରୀ ଫିଲ୍ମ ଜଗତ ଲାଗି ଇଟା ଗୁଟେ ଗୌରବର କଥା ହେଇପାରିଛେ । ଆଗକେ ଭିଲ୍ ଆମର ସମାଜର, ସଂସ୍କୃତି, ପରମ୍ପରାର ବାର୍ତ୍ତା ଫିଲ୍ମ ମାଧ୍ୟମନେ ପୁହୁଞ୍ଚ ବଲି ଆମେ ଆଶ୍ କରୁଛୁ । ସବୁନୁ ବଡ କଥା ହେଲା ଦୁହି ନିର୍ଦ୍ଦେଶକ ସମବ୍ୟସାଚୀ ମହାପାତ୍ର ଆରୁ ନୀଳମାଧବ ପଣ୍ଡା ସୋନପୁର ଜିଲ୍ଲା ପୁଓ ଆରୁ ଆଏଜ୍ ସେମାନେ ତାକଁର ମାଁ ମାଏଟ୍‌ର ନାଁ ଏତକି ଆଗକେ ଆନିପାରିଛନ୍ ।

Leave A Reply

Your email address will not be published.