ନାଇଁ ହେତା ସେଞ୍ଚୁରୀ !

0

କ୍ରିକେଟ୍ ରସିଆ ଦେଶ୍ ଭାରତରେ ସେଞ୍ଚୁରୀ ହେଉଛେ ଗୁଟେ ବଡ୍‌ଭାରିଟେ ଜିନିଷ୍ । ଅଲ୍‌ଗା ସବୁ ଜିନିଷ୍ ଅପେକ୍ଷା ଯେନ୍ ଜିନିଷ୍‌ଟା ସବୁଠାନୁ ଜହକରି ଗନାଯାଏସି ସେଟା ହେଉଛେ ସେଞ୍ଚୁରୀ । ଆଘୋ ଲୁକେ ସଚ୍ଚିନ୍ ତେନ୍ଦୁଲକର୍‌କଁର୍ ସେଞ୍ଚୁରୀ ଗନୁଥିଲେ । ଇହାଦେ ବିରାଟ କୋହଲୀକଁର୍ ଗନୁଛନ୍ । ବାକି ଇ ସବୁ ବାଦ୍ ଆଉବି ଗୁଟେ ସେଞ୍ଚୁରୀ କେ ସାରା ଦେଶ୍ ଟାକିଛେ…ବାକି ସମ୍‌କାର ଆଶ୍ କେଭେ ସେ ସେଞ୍ଚୁରୀ ନାଇଁ ହେତା । କଥା ଚାଲିଛେ ପେଟ୍ରୋଲ୍ ଦାମ୍‌ର ଯେନ୍‌ଟାକି ପୁରା ଶହେ ପାଖ୍ ପାଖ୍ ହେଲାନ ଆଉ କେତେବେଲେ ବି ସେଞ୍ଚୁରୀ ହେଇଯାଇ ପାରେ ।


ପୁରା ଦେଶେ ଇହାଦେ ପେଟ୍ରୋଲ୍ ଆର୍ ଡିଜେଲ୍ ଦାମ୍ ରେକର୍ଡ ହିସାବେ ବଢି ଚାଲିଛେ । ପେଟ୍ରୋଲ୍ ତ ୧୦୦ କେନ୍ କେନ୍ ରାଜ୍ୟନେ ପୁରା ଶହେ ପାଖ୍ ପାଖ୍ । କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଇ ଉପରେ ତାଁକର୍ ଉତ୍ତର୍‌ବି ରଖି ସାରିଛନ୍ । କିଏ କେନ୍ଦ୍ର ସରକାରକୁଁ ଦୋଷ୍ ଦେଉଛନ୍ ତ ଆଉ କିଏ ରାଜ୍ୟ ସରକାର୍ ମାନକୁ । ବାକି ସବୁଆଡେ ହଏରାଣ୍ ହେଣଛନ୍ ସାଧାରଣ୍ ଜନ୍‌ତା । ସେଆଡେ ଅଶେଧିତ୍ ତେଲ୍‌ର ଦାମ୍ ଯେ ସେନ୍ତା କମ୍ ଏକା ରହିଛେ ବାକି ସେତାର୍ ଲାଭ୍ ନାଇଁ ପାଇ ପାର୍‌ବାର୍ ଲୋକ୍ ।

Leave A Reply

Your email address will not be published.