ହାରଲା କ୍ୟାନ୍ସର, ଜିତଲେ ସଂଜୁ

କ୍ୟାନ୍ସରନୁ ଭଲ ହେଇକରି ବାହାଣିଲେ ଅଭିନେତା ସଂଜୟ ଦତ୍ତ

0

କ୍ୟାନ୍ସର ବେମାରନୁ ଭଲ ହେଇକରି ବାହାରିଲେ ସଂଜୁ ବାବା । ଗଲା କିଛି ମାସ ତଲେ ବଲିଉଡ ଅଭିନେତା ସଂଜୟ ଦତ୍ତ ଫୁସଫୁସ କ୍ୟାନ୍ସରନେ ପୀଡିତ ଥିଲେ । ପହେଲା ମୁମ୍ବାଇନେ ସେ ଚିକିତ୍ସିତ ହେଉଥିବାର ବେଲେ ପଛେ ବିଦେଶନେ ଅଏଧକା ଚିକିତ୍ସା ଲାଗି ଯାଇଥିଲେ । ତେଭେ ଇହାଦେ ବେମାର ଠିକ୍ ହେଇଯାଇଥିବାର ନେଇକରି ସୋସିଆଲ ମିଡିଆ ଜରିଆନେ ଝନେଇଛନ୍ ସଂଜୟ । ବେମାରନୁ ଭଲ ହେଇଯାଇଥିବାର ଖବର ପାଏଲା ବାଦ୍ ତାଙ୍କର ଫ୍ୟାନ୍ ମାନଙ୍କର ଭିତରେ ଉସତ ଦେଖବାରକେ ମିଲିଛେ । ନିଜର ଅସମୟରେ ବନ୍ଧୁ ପରିଜନ ତଥା ପ୍ରଶଂସକଙ୍କୁ ନିଜର ପାଖେ ପାଇଥିବାରନୁ ସଭିଙ୍କୁ ଧନ୍ୟବାଦ୍ କହିଛନ୍ ।

ସେ ଲେଖିଛନ୍‌, ଗଲା କିଛି ହପ୍ତା ମୁଇଁ ଆର ମୋର ପରିବାର ଲାଗି ବହୁତ କଷ୍ଟ ରହିଥିଲା । ହେଲେ କଥାନେ ଅଛେ, ଭଗବାନ ବଡ ବଡ ଲଢେଇନୁ ଜିତବାର ଲାଗି ସବୁନୁ ଶକ୍ତିଶାଳୀ ଯୋଦ୍ଧାଙ୍କୂ ପେଂଇଥିସନ୍ ଆର ଆଏଝ ମୋର ପୁଅର ଜନମ୍ ଦିନନେ ଇ ଯୁଦ୍ଧନୁ ଜିତିକରି ଫିରିଥିବାରନୁ ମୁଇଁ ବହୁତ ଖୁସି । ହେଲେ ଇ ଲଢେଇ ଆପଣମାନଙ୍କର ବିନା ନାଇଁ ଜିତି ପାରିଥିତି । ଆପଣମାନଙ୍କର ସମର୍ଥନ ଆର ସହଯୋଗ ଲାଗି ମୁଇଁ କର୍କଟ ଲେଖେଁ ବେମାରକେ ହରେଇ ପାରିଛେ । ଇ ନେଇକରି ମୁଇଁ ମୋର ପରିବାର ବନ୍ଧୁ ଆର ସବୁ ପ୍ରଶଂସକଙ୍କୁ ଧନ୍ୟବାଦ ଝନଉଛେ ।

ଅଗଷ୍ଟ ୧୨ ତାରିଖନେ ସେ କ୍ୟାନ୍ସରନେ ପୀଡିତ ଥିବାର ଝାନିଥିଲେ । ନିଶ୍ୱାସ ପ୍ରଶ୍ୱାସ ନେବାରନେ ସମସ୍ୟା ଥିବାରନୁ ସେ ଟେଷ୍ଟ କରିଥିଲେ । ପହେଲା କରୋନା ଟେଷ୍ଟ କରିଥିବାର ବେଲେ ଇଟା ନେଗେଟିଭ ଆସିଥିଲା ହେଲେ ପଛେ କ୍ୟାନ୍ସର ଥିବାର ଝନାପଡିଥିଲା । ଆମେରିକାନୁ ଅଏଧକା ଚିକିତ୍ସା ଲାଗି ଯାଇକରି ଇହାଦେ ସୁସ୍ଥ ଥିବାର କହିଛନ୍ ସଂଜୁ ।

Leave A Reply

Your email address will not be published.