ହରିଶଙ୍କର-ନୃସିଂହନାଥ ମନ୍ଦିରନେ ହେବା ରୋପୱେ

ବଲାଙ୍ଗିର-ବରଗଡ଼ ଜିଲ୍ଲା ଗସ୍ତନେ ହରିଶଙ୍କର-ନୃସିଂହନାଥ ମନ୍ଦିରର ବିକାଶ କାମର ସମୀକ୍ଷା କଲେ ୫-ଟି ସଚିବ

0

ପଶ୍ଚିମ ଓଡ଼ିଶା ଗସ୍ତ କରିଛନ୍ ଆଏଜ୍ ୫-ଟି ସଚିବ ଆର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ବଲାଙ୍ଗିର ଆରୁ ବରଗଡ ଜିଲ୍ଲା ଗସ୍ତ କରିଥିବାର ବେଲକେ ପାଇକମାଲନେ ନୃସିଂହନାଥ ମନ୍ଦିର ବୁଲି ଦେଖିଛନ୍ । ବରଗଡ଼ ସତିଭଟା ଏୟାରଷ୍ଟ୍ରିପ୍‌ନେ ପୁହୁଞ୍ଚିଲା ଉତାରୁ ସେଠାନୁ ନୃସିଂହନାଥ ମନ୍ଦିରକେ ଯାଇଥିଲେ ।

ମନ୍ଦିର ବିକାଶ ଲାଗି କରାଯାିବାକେ ଥିବାର ଭିନ୍ ଭିନ୍ କାମ୍‌ର ତଦାରଖ କରିଥିଲେ । ମନ୍ଦିରନେ ଥିବାର ଧର୍ମଶାଳା ମାନକଁର ମରାମତି ସାଙ୍ଗେ ଇତାର ନୂଆଁ ଧର୍ମଶାଳା ବନାଯିବା, ନୃସିଂହନାଥ-ହରିଶଙ୍କର ରୋପ ୱେ ନିର୍ମାଣ , ଯାତ୍ରୀ ପ୍ରତିକ୍ଷାଳୟ, ନୂଆଁ ଇକୋ ପାର୍କ, ଚିଲ୍ଡ୍ରେରେନ୍ ପାର୍କ, ନୂଆଁ ଅଫିସ ଘର ତିଆର କରାଯିବାର ସାଙ୍ଗେ ପ୍ରାୟ ୨୦ଟା ପ୍ରସ୍ତାବ ମନ୍ଦିର କମିଟି ଆଡୁ ଦିଆଯାଇଛେ ।

ସେଆଡେ ପାଇକମାଲ ନୃସିଂହନାଥ ମନ୍ଦିର ଉତାରୁ ବଲାଙ୍ଗିର ହରିଶଙ୍କର ମନ୍ଦିର ଭିଲ୍ ବୁଲି ଦେଖିଥିଲେ ୫-ଟି ସଚିବ ଆରୁ ମୁଖ୍ୟ ଶାସନ ସଚିବ । ଇଠାନେ ଭିଲ୍ ମନ୍ଦିରର ସୌନ୍ଦର୍ଯ୍ୟକରଣ ଆରୁ ଇତାର ବିକାଶ ଦିଗନେ ହେଉଥିବାର କାମ୍ ଉପରେ ଆଲୋଚନା କରିଥିଲେ । ଇତାର ସାଙ୍ଗେ ମନ୍ଦିରର ଭିତ୍ତିଭୂମି ଯାଂଚ କରବାର ସାଙ୍ଗେ ପୂଜକ ମାନକଁର ସାଙ୍ଗେ ଭିଲ୍ କଥା ହେଇକରି ଭିନ୍ ଭିନ୍ ସମସ୍ୟା ବାବଦେ ପଚରେଇ ବୁଝିଥିଲେ ।

ପୁରୀ ଶ୍ରୀମନ୍ଦିର ଲେଖେଁ ହରିଶଙ୍କର ଆରୁ ଦୁଶରା ଐତିହାସିକ୍ ପୀଠ୍ ମାନକଁର ସୌନ୍ଦର୍ଯ୍ୟକରଣ ଆରୁ ବିକାଶ କାମ୍ କରାଯିବା ବଲି କହିଛନ୍ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ । ଇକୋ ଟୁରିଜମ୍ କ୍ଷେତ୍ର ହିସାବେ ହରିଶଙ୍କରକେ ଭିଲ୍ ତିଆର କରାଯିବାର ନେଇକରି ଭିଲ୍ ଯୋଜନା ଚାଲିଛେ । ୫-ଟି ସଚିବକଁର ସାଙ୍ଗେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ, ଜଳ ସମ୍ପଦ ସଚିବ ଅନୁ ଗର୍ଗ, ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣ ଭିଲ୍ ସାମିଲ୍ ହେଇକରି ସବୁ କାମ୍‌ର ସମୀକ୍ଷା କରିଥିଲେ ।

Leave A Reply

Your email address will not be published.