ଛୁଆ ଜନମ୍‌ର ଦୁଇହପ୍ତା ପରେ ଦାୟିତ୍ୱ ସମ୍ଭଲାଲେ ଏସଡିଏମ୍‌

ଦାୟିତ୍ୱ ଆଘୋ ବଲି କହେଲେ ମହିଳା ଆଇଏଏସ୍ ଅଧିକାରୀ

0

ଇ ପୁରୁଷ ପ୍ରଧାନ ସମାଜନେ ନାରୀ ନିଜର ଲାଗି ଗୁଟେ ଦୁଶରା ଜାଗା ତିଆର କରିପାରିଛେ । କେନସି କାମଥି ଭିଲ ଆର ପଛେ ନାଇଁନ, ପରିସ୍ଥିତି କିଛି ଭିଲ ହେଉ ନିଜର ଦାୟିତ୍ୱ ସବୁବେଲେ ଆଗ ଦେଖିକରି ନିଭେଇ ଆସିଛନ୍ ଇମାନେ । ତେଭେ ଇ କରୋନା ସମିୟାନେ ଝନେ ମହିଳା ଆଇଏଏସ୍ ଲୋକଙ୍କୁ ଦାୟିତ୍ୱବାନ ମୁନୂଷର କର୍ତବ୍ୟ କାଣା ବତେଇକରି ନୂଆଁ ଉଦାହରଣ ତିଆର କରିପାରିଛନ୍ । ଉତ୍ତର ପ୍ରଦେଶ ଗାଜିଆବାଦ ଜିଲ୍ଲା ମୋଦିନଗରର ଏସଡିଏମ ପଦବୀନେ ଥିବାର ଆଇଏଏସ୍ ସୌମ୍ୟା ପାଣ୍ଡେ ଗଲା କିଛି ହପ୍ତା ତଲେ ଗୁଟେ କନ୍ୟା ସନ୍ତାନକେ ଜନମ୍ ଦେଇଥିଲେ । ତେଭେ ଛୁଆ ଜନମ୍ ହେବାର ୧୪ ଦିନ ବାଦନୁ ଫେର କାମ ସମ୍ଭଲେଇଛନ୍ ।

ନିୟମ ଅନୁସାରେ କୌଣସି ବି ମହିଳା ସରକାରୀ କର୍ମଚାରୀ କି ଅଧିକାରୀ ପ୍ରସବ ପରେ ଛୁଟି ନେଇପାରବେ । ହେଲେ କରୋନା ମହାମାରୀ ସମିୟାର ସ୍ଥିତିକେ ଦେଖିକରି କମ୍ ଦିନନେ ହି ଫେର ଘାଏ ନିଜର କର୍ମକ୍ଷେତ୍ରରେ ଯୋଗ ଦେଇଛନ୍ ସୌମ୍ୟା । ସେ ନବଜାତ ଛୁଆକେ କୂଲେ ଧରିକରି ଅଫିସ କାର୍ଯ୍ୟଭାର ସମ୍ଭାଲୁଥିବାର ଭିଡିଓ ସୋସିଆଲ ମିଡିଆନେ ଭାଇରାଲ ହେବାନେ ଲାଗିଛେ । ତାଙ୍କର ଏନ୍ତା ପାହାକେ ଭିନ୍ ଭିନ୍ ମହଲନେ ପ୍ରଶଂସା କରାଯାଇଛେ ।

Leave A Reply

Your email address will not be published.