ହରିଶଙ୍କରକେ ଚାଲବା ପର୍ଯ୍ୟଟନ୍ ବସ୍‌

ଗୁଟେ କୋଟି ଟଙ୍କା ମଂଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0

ରାଜ୍ୟ ସରକାର ପର୍ଯ୍ୟଟନ୍ କ୍ଷେତ୍ରର ବିକାଶ ଲାଗି କାମ୍ ମୁଲ କରିଛନ୍ । ସୋନପୁର କୋଟସମଲାଇନେ ଥିବାର ପାତାଳି ଶ୍ରୀକ୍ଷେତ୍ର ଉତାରୁ ଇହାଦେ ହରିଶଙ୍କରର ପୀଠ୍‌ର ଭିତ୍ତିଭୂମିର ବିକାଶ ଲାଗି କାମ ମୁଲ ହେଇଛେ । ଇଥିର ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଟେ କୋଟି ଟଙ୍କା ମଂଜୁର କରିଛନ୍ । ଯାର ବାଦ୍ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଆଡୁ ବଲାଙ୍ଗିରନୁ ହରିଶଙ୍କରକେ ୨୫ ସିଟ୍ ଥିବାର ଏସି ବସ୍ ଚାଲବାର ଲାଗି ନିଷ୍ପତ୍ତି ନିଆଯାଇଛେ । ଆଏଜ୍ ଓଟିଡିସି ଅଧକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ହରିଶଙ୍କରନେ ପୁହୁଞ୍ଚି କରି ପର୍ଯ୍ୟଟନ୍ ବସ୍ ସେବାର ଶୁଭାରମ୍ଭ କରିଛନ୍ । ଶ୍ରୀମୟୀ ମିଶ୍ରକଁର ସାଙ୍ଗେ ବଲାଙ୍ଗିର ଜିଲ୍ଲାପାଲ ଚଞ୍ଚଲ ରାଣାକଁର ସାଙ୍ଗେ ଦୁଶରା ଅଏଧକାରୀ ମାନେ ଭିଲ୍ ଉପସ୍ଥିତ ରହିଥିଲେ । ଆଏଜ୍‌ନୁ ପ୍ରାରମ୍ଭିକ୍ ହିସାବେ ବସ୍ ସେବା ମୁଲ ହେଇଥିବାର ବେଲକେ ଫି ଶନିବାର ଆରୁ ରଏବାର ସଖାଲର ୮ ବଜାନୁ ବଲାଙ୍ଗିରନୁ ବସ୍ ହରିଶଙ୍କର ଯିବା । ଆଗକେ ଇ ବସ୍ ସେବା ବଲାଙ୍ଗିରନୁ ଉନିହାଁ ପର୍ଯ୍ୟଟନ୍ ଜାଗା ମାନକଁର ଲାଗି ଭିଲ୍ କରାଯିବା ।

ଯଦି କେହି ପିକନିକ୍‌, ୱେଡିଂ ଡେଷ୍ଟିନେସନ୍ ଲାଗି ଚାହେଁବେ ତ ଅଲଗା ହିସାବେ ଭଡା ପଏସା ଦେଇକରି ଭିଲ୍ ପର୍ଯ୍ୟଟନ୍ ବସ୍ ବେବହାର କରିପାରବେ । ସେଆଡେ ପର୍ଯ୍ୟଟନ୍ ବସ୍ ସେବା ସାଙ୍ଗେ ‘ପର୍ଯ୍ୟଟନ୍ ଅଫିସର ନିଜର କୁଠାବାଡି’ ତିଆର ଲାଗି ଭିଲ୍ ଭିତ୍ତିପ୍ରସ୍ତରର ଲୋକାର୍ପଣ କରାଯାଇଛେ । ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଳାଗି ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚା କରୁଥିବାର ବେଲକେ ଆଏବାର ଡିସେମ୍ବର୮ ତାରିଖନୁ ହୀରାକୁଦନେ ଇକୋ-ରିଟ୍ରିଟ୍ କାର୍ଯ୍ୟକ୍ରମର ଆୟୋଜନ କରାଯିବା । ପହେଲା ଥର ଲାଗି ହୀରାକୁଦନେ ଏନ୍ତା କିଛି କାର୍ଯ୍ୟକ୍ରମ କରାଯାଉଥିବାରନୁ ଇଆଡୁ ପର୍ଯ୍ୟଟକ୍ ମାନେ ଭିଲ୍ ହୀରାକୁଦନେ ବୁଲବାର ମଜା ନେଇପାରବେ ।  ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ୍ ବିକାଶ ଦିଗନେ ଟଙ୍କା ମଂଜୁର କରିଥିବାରନୁ ତାକୁଁ ଧନ୍ୟବାଦ୍ ଜନେଇଛନ୍ ଓଟିଡିସି ଅଧକ୍ଷା ଶ୍ରୀମୟୀ ମିଶ୍ର ।

Leave A Reply

Your email address will not be published.