ବର୍ଷାନେ ବେହେଲା ଆନ୍ଧ୍ର ଆର ତେଲେଙ୍ଗାନା

ସାଧାରଣ ଜନଜୀବନ ପ୍ରଭାବିତ, ଯିବାର ଆଏବାର ଠପ୍

0

ଆନ୍ଧ୍ର ଆର ତେଲେଙ୍ଗାନାନେ ଲାଗିରହିଛେ ଜବର ବର୍ଷା । ଲଗାତାର ବର୍ଷା ଲାଗି ବେହାଲ ସାଧାରଣ ଜୀବନ୍ । ବର୍ଷା ଲାଗି ରହିଥିବାରନୁ ବଏଢ ଲେଖେଁ ହାଲତ ବନିଛେ ଇ ଦୁହି ରାଜ୍ୟର ଖୋବଟେ ଇଳାକାନେ । ସେଆଡେ ପାଏନ୍ ଭରିହେଇ କରି ରହେବାରନୁ ଯିବାର ଆଏବାରନେ ସମସ୍ୟା ଦେଖାଦେଇଛେ । ବର୍ଷା ଲାଗି ଖୋବଟେ କୁଠା ଘର ଧସକିକିନା ମାଏଟନେ ମିଶିଯାଇଛେ । ବଡ ବଡ ଗାଡି ମଟର ସବୁ ପାଏନଥି ଭାଷୁଥିବାର ଦେଖବାକେ ମିଲିଛେ । ଇ ସବୁ ଭିଡିଓ ଇହାଦେ ସୋସିଆଲ ମିଡିଆନେ ଭାଇରାଲ ହେବାରନେ ଲାଗିଛେ । ହାଇଦ୍ରାବାଦନେ ବର୍ଷା ଲାଗି ରହିଥିବାରନୁ ସହର ଭିତରେ ବଏଢ ଲେଖେଁ ହାଲତ ଦେଖବାକେ ମିଲିଛେ । ଦୁହି ରାଜ୍ୟନୁ ୧୮ ଝନଙ୍କର ମରନ୍ ହେଇଥିବାର ନେଇକରି ସୂଚନା ମିଲୁଛେ । ତେଲେଙ୍ଗାନାନେ ୧୪ ଝନଙ୍କର ମରନ୍ ହେଇଥିବାର ବେଲେ ଆନ୍ଧ୍ରନେ ୪ଝନଙ୍କର ମରନ୍ ହେଇଛେ । ରାଏଜେ ବଏଢ ସ୍ଥିତିର ସମୀକ୍ଷା ଲାଗି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଗୁଟେ ବୈଠକ ଡକେଇତିବାର ଝନାପଡିଛେ । ଲଗାତାର ବର୍ଷା ଲାଗିରହିଥିବାରନୁ ଆଏବାର ୧୪ ଆର ୧୫ ତାରିଖନେ ଓସମାନିଆ ବିଶ୍ୱବିଦ୍ୟାଳୟନେ ହେବାକେ ଥିବାର ସବୁ ପରୀକ୍ଷା ସ୍ଥଗିତ ରଖାଯାଇଛେ ।

Leave A Reply

Your email address will not be published.