୨୦୨୦ର ‘ଇସ୍ରୋ’ର ପହେଲା ମହାକାଶ ଅଭିଯାନ୍

ସତୀଶ ଧାୱନ୍ ମହାକାଶ କେନ୍ଦ୍ରନୁ ୧୦ଟା କୃତିମ ଉପଗ୍ରହ ଛଡାଗଲା ମହାକାଶକେ

0

ଇସ୍ରୋକେ ମିଲଲା ଆର ଗୁଟେ ସଫଲତା । ଶନିବାର ଦିନ୍ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ ଆଡୁ ୧୦ଟା କୃତିମ ଉପଗ୍ରହ କକ୍ଷପଥକେ ଛଡାଯାଇଛେ । ଇ ସବୁ ଉପଗ୍ରହକେ ପୋଲାର୍ ସାଟେଲାଇଟ୍ ଲଞ୍ଚ୍ ଭେଇକ୍‌ଲ୍ ମାଧ୍ୟମନେ ମହାକାଶକେ ପଠାଯାଇଛେ । ପିଏସ୍‌ଏଲ୍‌ଭି ର ଇଟା ହେଉଛେ ୫୧ ନମ୍ବର ଉତକ୍ଷେପଣ୍ । ଆଜି ଛଡାଯାଇଥିବାର ଉପଗ୍ରହ ମାନକଁର ଭିତରୁ ଇଓଏସ୍‌-୦୧ ସବୁନୁ ଅଏତକା ଗୁରୁତ୍ୱ ଆଏ । ଇ ଉପଗ୍ରହ ଆଡୁ ପୃଥିବୀନେ ଥିବାର ଚାଷବାସ୍ ଆରୁ ଜଙ୍ଗଲ ବଢାବାର ଦିଗନେ ସାହାଯ କରବା ।

୧୦ଟା ସେଟଲାଇଟ୍‌ନୁ ଉହ୍ନିଆ ୯ଟା ସାଟେଲାଇଟ୍ ହେଉଛେ ଅଲଗା ଦେଶର । ସେଥରୁ ଲିଥୁଆନିଆର ଗୁଟେ, ଲକ୍ସେମ୍‌ବର୍ଗର ୪ଟା ଆରୁ ଯୁକ୍ତରା୍େ‌ଟ୍ର ଆମେରିକାର ୪ଟା ସାଟେଲାଇଟ୍ ରହିଛେ । ଆଜି ଦିନର ୩ ବାଜିକରି ୧୨ ମିନିଟ୍‌ନେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାନେ ଥିବାର ସତୀଶ ଧାୱନ୍ ମହାକାଶ କେନ୍ଦ୍ରନୁ ସବୁ ଉପଗ୍ରହ ଛଡାଯାଇଥିଲା । କିଛି କାରନ ଲାଗି ୧୦ ମିନିଟ୍ ଡେରିନ ଛଡାଯାଇଥିବାର ନେଇକରି ଜନାପଡିଛେ । ୨୦୨୦ରେ ଇଟା ଇସ୍ରୋ ର ପହେଲା ମହାକାଶ ଅଭିଯାନ୍ ଯେନଟା ଛଡାଯିବାରନେ ସଫଲ ହେଇଛେ ।

Leave A Reply

Your email address will not be published.