ଆରୁ ନାଇଁନ ଲଳିତ ଦାଦା

ଶ୍ରମିକ୍ ନେତା ଲଳିତ ନାୟକକଁର ଡାକ୍ତରଖାନାନେ ଚିକିତ୍ସା ଚାଲିଥିବାର ବେଲେ ବିୟୋଗ୍‌

0

ପୁରଖା ସମାଜସେବୀ ଲଳିତ ନାୟକକଁର ବିୟୋଗ୍ । ଭୁବନେଶ୍ୱର ଏମ୍‌ସନେ ଚିକିତ୍ସା ଚାଲିଥିବାର ବେଲେ ଆଏଜ ସଖାଲୁ ତାକଁର ଦେହାନ୍ତ ହେଇଛେ । ଗଲା କିଛି ମାସ୍ ହେଲା କ୍ୟାନସର୍ ବେମାରନେ ପଡିଥିବାର ବେଲକେ ଭୁବନେଶ୍ୱର ଏମ୍‌ସନେ ରହିକରି ଚିକିତ୍ସିତ୍ ହେଉଥିଲେ । ଗଲା ଜୁନ୍ ମାସ ୨୯ ତାରିଖନେ ସେ ତଲେ ପଡିଯାଇଥିଲେ ଆରୁ ଜଂଘନେ ମାଡ୍ ହେଇକରି ଭାଙ୍ଗିଯାଇଥିଲା । ପଛେ ଜୁନ୍ ୩୦ ତାରିଖନେ ଅପରେସନ୍ କରାଯାଇଥିବାର ବେଲକେ ୧୮ ବଛର୍ ଆଘୋନୁ ଲାଗିଥିବାର ୧୮ ଇଂଚର ଗୁଟେ ରଡ୍‌କେ ବାହାର କରାଯାଇଥିଲା । ସେଆଡେ ତାକୁଁ କ୍ୟାନସ୍‌ର ହେଇଥାଇପାରେ ବଲିକରି ଡାକ୍ତରକଁର ସନ୍ଦେହ ହେଇଥିଲା । ପରୀକ୍ଷା ହେଲା ଉତାରୁ ତାକୁଁ କ୍ୟାନ୍‌ସର ପଜିଟିଭ୍ ହେଇଥିବାର ଜନାପଡିଥିଲା ।

ଛାତ୍ର ଜୀବନ୍‌ନୁ ହିଁ ସବୁବେଲେ ସମାଜସେବା ଲାଗି ତାକଁର ମନବୃତ୍ତି ଥିବାର ବେଲକେ ଜନେ ରକ୍ତଦାତା ଭାବେ କେତନି ନାଁ କରିପାରିଥିଲେ । ୮୦ନୁ ଅଏତକା ଥର ରକ୍ତଦାନ୍ କରିଥିବାର ଲଳିତ ନାୟକ ୧୫୦ ୟୁନିଟ୍ ରକ୍ତ ଦାନ୍ କରିସାରିଥିଲେ । ଆରୁ ଇଥିର ଲାଗି ତାକୁଁ ରାଜ୍ୟପାଳ ପୁରୁଷ୍କୃତ୍ ଭିଲ୍ କରିଥିଲେ । ୮୦ଦଶକନେ ବଲାଙ୍ଗିର ରାଜେନ୍ଦ୍ର କଲେଜନେ ଛାତ୍ର ସଂସଦ ସଭାପତି ଭାବେ ବେଶ୍ ଚର୍ଚ୍ଚିତ୍ ଥିଲେ । ଆରୁ ସବୁନୁ ବେଶୀ ଶ୍ରମିକ୍‌, ଗରିବ, ଖଟିଖିଆକଁର ସାଙ୍ଗେ ଠିଆହେଇକରି ସେମାନକଁର ହକ୍ ଲାଗି ଲଢିଥିଲେ । ୪୦ନୁ ଅଏତକା ଶ୍ରମିକ୍ ସଂଗଠନ୍‌ର ସଭାପତି ପଦ୍‌ନେ ରହିଆସିଛନ୍ । ବଲାଙ୍ଗିରନେ ଲଳିତ ଦାଦାନେ ପରିଚିତ୍ ଥିଲେ । ତାକଁର ବିୟୋଗ୍‌ନେ ଶ୍ରମିକ ସଂଗଠନ୍‌ନୁ ନେଇକରି ଭିନ୍ ଭିନ୍ ମହଲ ଆଡୁ ଦୁଃଖ୍ ଜନେଇଛନ୍ ।

Leave A Reply

Your email address will not be published.