ପଶ୍ଚିମ ଓଡ଼ିଶାର ପରିଚୟ କବି ହଲଧରକଁର୍ ଜନମ୍ ଦିନ

0

ପଶ୍ଚିମ ଓଡ଼ିଶାର ଗୁଟେ ଐତିହାସିକ୍ ଗାଁ ଘେଁସ୍ । ଇଂରେଜ୍‌କଁର୍ ବିରୋଧନେ ହେଇଥିବାର୍ ସଶସ୍ତ୍ର ଆନ୍ଦୋଲନ୍‌ର ତୀର୍ଥ ଭୂମି ହେଉଛେ ଘେଁସ୍ । ହେଲେ ସେହି ଐତିହାସିକ୍ ଗାଁନେ ୧୯୫୦ ମସିହାନେ ମାର୍ଚ୍ଚ ୩୧ ତାରିଖ୍ ଦିନ ପିଲାଟେ ଜନମ୍ ହେଇଥିଲା । ଘେଁସ୍ ଗାଁର୍ ସେ ଅତି ସାଧାରନ୍ ପିଲାର ମୁହୁଁନୁ ବାହାରିଥିଲା ଅସାଧାରନ୍ କବିତା ମାନେ । ଯେନଟା କିହେ କେଭେ ଭାବି ବି ନାଇଁ ଥାଇ । ଆର୍ ସେ ପିଲା ବଡ ହେଇକରି ପାଲଟିଗଲା ପଶ୍ଚିମ ଓଡ଼ିଶାର ପରିଚୟ । ଆର୍ ସେ ପିଲାର ଆଏଜ୍ ଜନମ୍ ଦିନ୍ । ଆର ସେ ହେଉଛନ୍ ଆମର ମାଟିର ଗର୍ବ ଆର୍ ଗୌରବ୍ ଲୋକକବି ହଲଧର ନାଗ ।

କବିର ପ୍ରତିଭା ଆର୍ କଳ୍ପନାର ଗୁଟେ ମିଲନର ଅଲଗା ନାଁ କବି ହଲଧର ନାଗ । ପୁରା ପଶ୍ଚିମ ଓଡ଼ିଶାନେ ଲୋକକବି ହିସାବେ ବିଖ୍ୟାତ୍ ଇ କବି ଆମର ସମିଆଁର ଗୁଟେ ଆଶ୍ଚର୍ଯ୍ୟ ବଏଲେ ଭୁଲ ନାଇଁ ହୁଏ । ଯେନେ କବିତା ଶୁନବାର୍ କି ପଢବାର୍ ଲାଗି ଲୋକ୍ ମନ୍ ନାଇଁ କରୁଥିବାର୍ ବେଲକେ ସେ ଜାଗାନେ ଯେତେବେଲେ କବି କହୁଥିସନ୍‌, ତାକୁଁ ଶୁନବାର୍ ଲାଗି ସାମନାନେ ହଜାର ହଜାର ଲୋକ୍ ଥିସନ୍ । ଘଣ୍ଟା ଘଣ୍ଟା ଧରି କବିତା ତାକଁର୍ ମୁଖସ୍ଥ ଥିସି । କବିକୁଁ ଶୁନବାର୍ ଲାଗି ଯାତରା ବାଗିର ଭିଡ ଲାଗସି ପଶ୍ଚିମ ଓଡ଼ିଶାନେ ।


ହଳଧାର ନାଗ, ଡେଙ୍ଗା, ବାବରି ବାଲ ପଛକେ ଲମ୍ବିଥିସି । ଧଲା ଧୁତିଟେ ପିନ୍ଧିଥିସନ୍‌, ଖଁନ୍ଦେ କରିଆଟେ ଆର୍ ଏନ୍ତାକି ପାଦେ ଚପଲ ବି ନାଇଁ ଥାଏ । ଦେଖଲେ ଅତି ସିଦାସାଧା, ହେଲେ ସେଅତି ଅସାଧାରଣ ପ୍ରତିଭାର ଅଧିକାରୀ । ଖାଲି ୩ କ୍ଲାସ ତକ୍ ପାଠ ପଢିଛନ୍‌, ସେଟା ବି ଅଧା, ପେଶାନେ ତାକଁର ଅଞ୍ଚଲନେ ସେ ଝନେ ଜନାଶୁନା ଚନାଚରପଟିବାଲା । ଆଘୋନୁ ଭାରୁଆ ଥିଲେ, ସ୍କୁଲ ମାନକୁଁ ପାଏନ୍ ବୁହୁଥିଲେ । ଚାଷ୍ ବି କରିଛନ୍ । ହେଲେ ତାକୁଁ ଦେଖଲେ ସେ ଯେତେ ମାଏନତା ଗୁନତା ବି ହେଉଛନ ହାତ ଯୁଡିକରି ଜୁହାରଟେ କରସନ୍‌, ତାକଁର୍ ବିନା ପଶ୍ଚିମ ଓଡ଼ିଶାର କେନସି କାର୍ଯ୍ୟକ୍ରମ୍ ପୁରା ନାଇଁ ହୁଏ ।
ତାକଁର୍ କବିତାନେ ପଶ୍ଚିମ ଓଡ଼ିଶାର ଜନଜୀବନ, ଜଙ୍ଗଲଡଙ୍ଗରନଦୀପାହାଡ, ଚଲନି, ପରମ୍ପରା, ଲୋକଗୀତ, ଲୋକ୍ ନାଚ୍‌ର ଝଲକ୍ ଦେଖବାରକେ ମିଲିଥିିସି । ଇ ଯଶସ୍ୱୀ କବିକଁର୍ କେତେଟା କାବ୍ୟଗ୍ରନ୍ଥ ହେଉଛେ ‘ବଛର’, ‘ମହାସତୀ ଉର୍ମିଲା’ ‘ରସିଆ କବି’, ‘ସିରି ସମଲାଇ’ ଏନ୍ତା କେତେଟେ । ତାକଁର୍ କବିତାନୁ ଆଏସି ମାଟିର ବାସ୍ନା ଆର୍ ଫୁଟି ଉଠସି ଲୁକକଁର କଥା । ଆମର ଚାରିଆଡର ଅତି ସାଧା ସିଧା କଥାନେ ବି କେଡେ ମହାନ ମହାନ ଭାବନା ସବୁକେ ଖୁଜିକରି ବାହାର କରିପାରସନ୍ ଲୋକକବି ହଲଧର । ଜଙ୍ଗଲର ମଲ୍ଲି ବାହାରକେ ଯାଇ ତାର ବାସ୍ନା ଚହଟେଇ ଦେଲା ବାଗିର ଆମର ସମକଁର୍ ଛାତି ଫୁଲେଇକରି ପଦ୍ମଶ୍ରୀ ଆନିଥିଲେ କବି ହଲଧର । ଆର୍ ଏନ୍ତା କେତେ ସମ୍ମାନ୍ ପାଇଛନ୍ ସେ ତାର ହିସାବ ନାଇଁ । ତାକୁଁ ନେଇକରି କେବେ କେନ୍ତା ଛୋଟମୋଟ୍ ବିବାଦ୍ ବି ହେଇଛେ । ହେଲେ ସେ ଯାହା ବି ହେଉ , ସେ ଆମର ପରିଚୟ, ଆମର ଗର୍ବ ଆର ସବୁନୁ ଉପରେ ସେ ଝନେ ଆମର ଅଞ୍ଚଲର ଲୋକ କବି । ତାକୁଁ ଆଏଜ୍ ତାକଁର୍ ଜନମ୍ ଦିନେ ସବୁଆଡେ ଶୁଭେଚ୍ଛା ଛୁଟୁଛେ । କବି ହଲଧରକୁଁ ପହରା କୁଟୁମ୍ ଆଡୁ ଜନମ୍ ଦିନର ଗୁରଦୁଟେ ଶୁଭେଚ୍ଛା ।

Leave A Reply

Your email address will not be published.