ସୂତା ଦାମ୍ ବଢିଗଲା ଉତାରୁ ଚିନ୍ତା ନେ ସମ୍ବଲପୁରୀ ବୁଣାକାର୍

0

କେନ୍ଦ୍ର ବଜେଟ୍ ୨୦୨୧ ନେ ସୂତା ର ଦାମ୍ ଉପରେ ଟିକସ୍ ଲାଗ୍‌ବାର୍ ନୁ ଇହାଦେ ମୁଡେ ହାତ୍ ଦେଇଛନ୍ ବୂଣାକାର୍ । କଟନ୍ ର ଦାମ୍ ବଢି ଯିବାର୍ ନୁ ସୂତା ର୍ ଦାମ୍ ଭିଲ୍ ବଢିଯିବା ଯେନଥିର୍ ଲାଗି ଗୁଟେ ବୁଣାକାର୍ କେ ଯେତ୍‌କି ଲାଭ୍ ମିଲୁଥିଲା ସେତ୍‌କି ଭିଲ୍ ନାଇ ମିଲେ । ସେଥିର୍ ଲାଗି ବଲିକରି ଇହାଦେ ବୁଣାକାର୍ ମାନକଁର୍ ମୁଡର୍ ଚିନ୍ତା ବଢିଯାଇଛେ । କେନ୍ଦ୍ର ବଜେଟ୍ ଆଡୁ କଟନ୍ ଆମଦାନୀ ଉପ୍‌ରେ ୧୦ ଶତ୍‌କଡା କଷ୍ଟମ୍ ଡ୍ୟୁଟି ଲାଗୁ କରାଯାଇଛେ । ଯେନ ସୂତା ପେଣ୍ଡି ଆଗ୍‌ରୁ କମ୍ ଦାମ୍ ନେ ମିଲୁଥିଲା ତାର୍ ଦାମ୍ ଇହାଦେ ୨ ଗୁଣ୍ ବଢିଯାଇଛେ । ବୂଣାକାର୍ ଗୁଟେ ନିଜର୍ ମଙ୍ଗାସାଲେ ନିଜର୍ ଜୀବକା କେ କରିକନି ପେଟ୍ ପୁସିଥିସି ହେଲେ ଇହାଦେ ସୂତା ର୍ ଦାମ୍ ବଢିଯାଇଥିବାର୍ ନୁ ବୁଣାକାର୍ ଦୁଃଖ୍ ବଢିଯାଇଛେ ।

ଭିନ୍ ଭିନ୍ ସୂତା ର୍ ଦାମ୍ ଇହାଦେ ବଢିଯାଇଛେ । ଯେନ୍ତା ଶହେ ନମ୍ବର୍ ସୂତା ପେଣ୍ଡି ଆଗ୍‌ରୁ ୨୫ଶହ ଟକାଁ ଥିଲା ବେଲ୍‌କେ ଇହାଦେ ୩ହଜାର୍ ଟକାଁ ହେଇଛେ । ୧୨୦ ନମ୍ବର୍ ସୂତା ପେଣ୍ଡି ୨୯୦୦ ଟକାଁ ଥିଲା ହେଲେ ଇହାଦେ ତାର୍ ଦାମ୍ ୩୫୦୦ଟକାଁ ହେଇଛେ । କଲା ଆର୍ ଲାଲ୍ ରଙ୍ଗ୍ ର ସୂତା ଆଗ୍‌ରୁ ୨୫୦ ଆର୍ ୩୦୦ ଥିଲା ହେଲେ ସେଟା ବଢିକରି ୩୫୦ , ୪୨୦ ଟକାଁ ହେଇଯିବା । ସୂତାର୍ ଦାମ୍ ବଢୁଛେ ହେଲେ ଶାଢୀ ରେ୍ ଦାମ୍ ଯେତ୍‌କି କେ ସେତ୍‌କି । ପଶ୍ଚିମ୍ ଓଡିଶାର୍ ସୋନପୁର୍ , ବରଗଡ୍ ଜିଲ୍ଲା ନେ ବେଶୀ ବୁଣାକାର୍ ପରିବାର୍ ରହିଥିବାର୍ ନୁ ସେମାନେ ତାକଁର୍ ଜୀବନ୍ ଜୀବ୍‌କା ଇ ସମ୍ବଲପୁରୀ ଶାଢୀ ବୁନିକରି ଚଲେଇଥିସନ୍ ।

ସୂତାର୍ ଦାମ୍ ବଢାବାର୍ ନୁ ସେମାନେ କରୁଥିବାର୍ ପରିଶ୍ରମର୍ କିଛି ଲାଭ୍ ତାହାକୁଁ ନାଇ ମିଲିପାରେ । ଯେନଥିର୍ ଲାଗି ତାହାକୁଁ ତାକଁର୍ କୁଟୁମ୍ବ ଚଲାବାରକେ ବି ବଡା କଷ୍ଟ୍ ଉଠେଇକେ ପଡିଯିବା ବଲିକରି ପଶ୍ଚିମ ଓଡିଶାର୍ ବୁଣାକାର୍ ମାନେ କହିଛନ୍ । ଆମର୍ ରାଏଜର୍ ସବୁଆଡେ ବୁଣାକାର୍ ରହିଛନ୍ ହେଲେ ପଶ୍ଚିମ ଓଡିଶାର୍ ହଜାର୍ ହଜାର୍ ବୁଣାକାର୍ ଇ ଥିର୍ ଲାଗି ପ୍ରଭାବିତ୍ ହେବେ । ଖାଲି ବରଗଡ୍ କ୍ଲଷ୍ଟର୍ ନେ ୧୫ ହଜାର୍ ନୁ ଅଧିକା ବୁଣାକାର୍ କୁଟୁମ୍ବ ରହିଥିବାର୍ ବେଲ୍‌କେ ସୋନପୁର୍ ଜିଲ୍ଲା ନେ ୩ ହଜାର୍ ନୁ ଅଧିକା ବୁଣାକାର୍ ଅଛନ୍ । ସମ୍ବଲପୁର୍ ଜିଲ୍ଲା ନେ ବି ଶହ ଶହ ବୁଣାକାର୍ କୁଟୁମ୍ବ ନିଜର୍ ଶାଢୀ ବୁଣା କାମ୍ ଉପ୍‌ରେ ନିର୍ଭର୍ କର୍‌ସନ୍ । ସମ୍ବଲପୁରୀ ଶାଢୀ ର୍ ଆଦର୍ ଇହାଦେ ସାରା ଦୁନିଆ ନେ ରହିଥିବାର୍ ବେଲ୍‌କେ ସମ୍ବଲପୁରୀ ଶାଢୀ ବୁନୁ ଥିବାର୍ ବୁଣାକାର୍ ଉପ୍‌ରେ ଇହାଦେ ଚଡକ୍ ପଡିଛେ ।

 

Leave A Reply

Your email address will not be published.