ବିନା ହେଲମେଟ୍‌ଥି ଘରୁ ନାଇଁ ବାହାରୁନ୍‌, ପଡବା ଫାଇନ୍‌

ରାଉରକେଲାନେ ଟ୍ରାଫିକ୍ ନିୟମ୍ କଡାକଡି, ୧୩ ଦିନ୍‌ଥି୧୦ ଲାଖ୍ ଟଙ୍କାର କଟାଗଲା ଫାଇନ୍ ଆର ୬ଶହ ଡିଏଲ୍ ରଦ୍‌

0

ବିନା ହେଲମେଟଥି ଘରୁ ନାଇଁ ବାହାରୁନ୍ । ଯଦି ବାହାରୁଛନ୍ ତ ଫାଇନ୍ ଗନବାର ଲାଗି ରେଡି ହେଇଯାଉନ୍ । କାଣା ହେଲା ଯେ କି ଇହାଦେ ହେଲମେଟ୍ ନାଇଁ ପିନ୍ଧଲେ କି ଟ୍ରାଫିକ୍ ନିୟମ୍ ନାଇଁ ମାନଲେ ରାସ୍ତାନେ କଟା ଯିବା ଫାଇନ୍‌ । ଖାଲି ହେତିକ୍ ନୁହେଁ ବିନା ହେଲମେଟ୍‌ନେ ଗଲେ ଡ୍ରାଇଭିଂ ଲାଇସେନ୍ସ ବିଲ୍ ରଦ୍ କରାଯିବା । ରାଜ୍ୟ ପରିବହନ କର୍ତ୍ତୃପକ୍ଷକଁର ନିର୍ଦ୍ଦେଶ ଉତାରୁ ଇହାଦେ ଫେର୍ ଗାଡି ଚେକିଂ ଜୋରଦାର ହେଇଛେ ।

ରାଉରକେଲାନେ ଭିଲ୍ ଗାଡି ଚେକିଂ କଡାକଡି କରାଯାଇଥିବାର ଦେଖବାକେ ମିଲିଛେ । ସହରର ସବୁ ଛକ୍ ମାନକେ ପୋଲିସ ଆରୁ ପରିବହନ୍ ବିଭାଗ ଆଡୁ ଗାଡିର କାଗଜ ପତର୍ ଯାଂଚ କରାଯିବାର ସାଙ୍ଗେ ହେଲମେଟ୍ ଚେକିଂ ଉପରେ ଗୁରୁତ୍ୱ ଦିଆଯାଉଛେ । ଯେନମାନେ ନିୟମ୍ ନାଇଁ ମାନକରି ଗାଡି ଚଲଉଛନ୍ ସେମାନକୁଁ ଜରିମାନା ଭରବାକେ ପଡୁଛେ । ୧୩ ଦିନ୍ ଭିତରେ ୧୦ ଲାଖ୍ ଟଙ୍କାର ଫାଇନ୍ କଟାଯାଇଥିବାର ବେଲକେ ୬ଶହଟା ଡିଏଲ୍ ରଦ୍ କରାଯାଇଛେ । ଇଟା ନେଇକରି ରାଉରକେଲା ପରିବହନ ନିଗମ ଆଡୁ ସୂଚନା ଦିଆଯାଇଛେ ।

ଲୋକ ମାନକୁଁ ବାରମ୍ବାର ଗାଡି ଚଲାଲା ବେଲେ ହେଲମେଟ୍ ପିନ୍ଧବାର ଲାଗି ସଚେତନ୍ କରାଯାଉଥିଲେ ଭିଲ୍ ନିୟମ୍ ନାଇଁ ମାନବାର କିଛି ଜନ୍ । ଯେନଥିର ଲାଗି ଦୁର୍ଘଟଣା ମାନେ ହେବାର ସାଙ୍ଗେ ଲୁକକଁର ଜୀବନ୍ ଭିଲ୍ ଯାଉଛେ । ଦୁର୍ଘଟଣା କମାବାର ଉପରେ ଅଏତକା ଗୁରୁତ୍ୱ ଦିଆଯାଇକରି ଇହାଦେ ଗାଡି ଚଲାବାର ନିୟମ୍ କଡାକଡି କରିଛନ୍ ରାଜ୍ୟ ପରିବହନ୍ ବିଭାଗ । ଆଏବାର ମଙ୍କସର ବାଇକ୍‌ନେ ଦୁଇ ଜନ୍ ହେଲମେଟ୍ ପିନ୍ଧବାର ବାଧ୍ୟତାମୂଲକ କରାଯାଇଛେ । ଗାଡି ଡ୍ରାଇଭରକଁର ସାଙ୍ଗେ ପଛଆଡେ ବସିଥିବାର ଲୋକ୍ ଭିଲ୍ ହେଲମେଟ୍ ପିନ୍ଧବାର ବାଧ୍ୟତାମୂଲକ କରାଯାଇଛେ ।

Leave A Reply

Your email address will not be published.