ମାଓବାଦୀକଁର୍‌ କବ୍‌ଜା ନୁ ମୁକଲିବା ସ୍ୱାଭିମାନ ଅଂଚଲ୍‌

ଓଡିଶା–ଛତିଶଗଡ ସୀମା ସିଲ୍‌

0

ଆମର୍‌ ଓଡିଶାର୍‌ ସ୍ୱାଭିମାନ ଅଂଚଲ ମାନ୍‌କେ ମାଓବାଦି ମାନେ କବ୍‌ଜା କରିଥିବାର୍‌ କେ ନେଇକରି ସେ ଅଂଚଲ ମାନକୁଁ କେନ୍ତା କରି ମାଓବାଦୀ ମାନକଁର୍‌ କବ୍‌ଜା ନୁ ଛଡାଯିବା ସେ ନେଇକରି ଡିଜିପି ଅଭୟ ନିଷ୍ପତି ନେଇଛନ୍‌ । ଅଧିକା ମାଓବାଦୀ ରହିଥିବାର୍‌ ଅଂଚଲ୍‌ ମାନକଁର୍‌ ସୀମା ସିଲ୍‌ କରବାର୍‌ ଲାଗି ସ୍ୱାଭିମାନ୍‌ ଅଂଚଲର୍‌ ଏସ୍‌ପି ମାନକୁଁ ନିର୍ଦ୍ଦେଶ୍‌ ଦେଇଛନ୍‌ । ଓଡିଶାର୍‌ ମାଓବାଦୀ ମାନକଁର୍‌ ଭିତ୍‌ରୁ ୧୭ଶତକଡା ଛତିଶ୍‌ଗଡି ମାଓବାଦୀ ଅଛନ୍‌ । ସେମାନେ ଛତିଶଗଡ ଆର୍‌ ଓଡିଶା ବର୍ଡର୍‌ ଦେଇକରି ସ୍ୱାଭିମାନ ଅଂଚଲ୍‌ କେ ଆସୁଥିଲେ । ସ୍ୱାଭିମାନ୍‌ ଅଂଚଲ୍‌ ନେ ଜଙ୍ଗଲ୍‌ ନେ ସେମାନେ ରହିକରି ଲୋକ୍‌ ମାନକୁଁ ଡରାବାର୍‌ ସାଙ୍ଗେ ସେମାନକୁଁ ମାଓ ସଂଗଠନନେ ସାମିଲ୍‌ କରୁଥିଲେ ।ସେଥିର୍‌ ଲାଗି ଓଡିଶାନେ ମାଓବାଦୀ ମାନକଁର୍‌ ଦବ୍‌ଦବା କେ କମାବାର୍‌ ଲାଗି ରାଜ୍ୟ ପୁଲିସ ଏନ୍ତା ପଦକ୍ଷେପ୍‌ ନେଇଛେ ।

 

ମାଓବାଦୀ ମାନକଁର୍‌ ଅର୍ଥନୀତିକେ ଆର୍‌ ଯିବାର୍‌ ଆସବାର୍‌ ରାସ୍ତା କେ ବନ୍ଦ୍‌ କରବାର୍‌ ଲାଗି ମାଲକାନ୍‌ଗିରି ନୁ ବରଗଡ୍‌ ତକ୍‌ ଥିବାର୍‌ ମାଓବାଦୀ ମାନକଁର୍‌ ମୁଖିଆ ରାସ୍ତା କେ ସିଲ୍‌ କରଯିବା ବଲି ଯୋଜନା କରିଛନ । ଡିଜିପିକଁର୍‌ କହେବାର୍‌ ହିସାବେ ଚିତ୍ରୋକଣ୍ଡାର୍‌ ସ୍ୱାଭିମାନ୍‌ ଅଂଚଲ୍‌ ନେ ମାଓବାଦୀ ମାନକଁର୍‌ ଉପଦ୍ରବ କମିଯାଇଥିବାର୍‌ନୁ ସେନର୍‌ ବିକାଶ୍‌ କାମ୍‌ ଆରମ୍ଭ କରବାର୍‌ ସାଙ୍ଗେ ତାର୍‌ ସୁରକ୍ଷା ଉପରେ କଡା ନଜର୍‌ ରଖାଯାଇଛେ । ଗଲା ୩ଦିନ ଆଗରୁ ସ୍ୱାଭିମାନ୍‌ ଅଂଚଲନେ ମାଓବାଦୀ ଆର୍‌ ପୁଲିସ୍‌ ମୁହାଁମୁହିଁ ହେଇଥିଲେ ଯେନ ପୁଲିସ ର ଗୁଲିମାଡ୍‌ ଥି ୨ଜନ ମାଓବାଦୀ ନିହତ୍‌ ହେଇଥିଲେ । ସ୍ୱାଭିମାନ ଅଂଚଲ୍‌ କେ ମାଓବାଦୀ ମୁକ୍ତ କରବାର୍‌ ଲାଗି ଡିଜିପି ଠାନି ନେଇଛନ୍‌ । ତାର୍‌ ସାଙ୍ଗେ କୋରାପୁଟ ଅଂଚଲନେ ହେଉଥିବାର୍‌ ଗଞ୍ଜେଇ କାର୍‌ବାର୍‌ କେ ତନାଘନା କରିଛନ୍‌ ଡିଜିପି ଅଭୟ । ସେ ଏକା ସାଙ୍ଗେ କୋରାପୁଟ ଟ୍ରାଇ ଜଙ୍କ୍‌ସନ ଯେନଟା କନ୍ଧମାଲ,କଲାହାଣ୍ଡି ଆର୍‌ ରାୟଗଡା କେ କୁହାଯାଏସି ସେନକେ ଯାଇଥିଲେ । ତାକଁର୍‌ ସାଙ୍ଗେ ଆଇଜି ଅପରେସନ୍‌ ଅମିତାଭ୍‌ ଠାକୁର୍‌ , ଏସ୍‌ଓଜିର୍‌ ଏସ୍‌ଆଇଡବ୍ଲୁ ଅନିରୁଦ୍ଧ ସିଂ ଭିଲ ଥିଲେ ।

Leave A Reply

Your email address will not be published.