ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଖୁଲବା ୧୧ଟା ଅଫିସ୍

0

ପରିଷଦ ଅଧୀନନେ ଥିବାର୍ ୧୦ଟା ଜିଲ୍ଲାର ଆର ଆଠମଲ୍ଲିକନେ ୧୧ଟା ଅଫିସ୍ ଖୁଲବା । ପରିଷଦର ବାର୍ଷିକ୍ ଅନୁଦାନକେ ଦୁଇଗୁଣା କରବାର୍ ଲାଗି ଲାଗି ବି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ୍ ଦେଇଛନ୍ । ତ ୨୦୨୧-୨୨ ଆର୍ଥିକ୍ ବର୍ଷେ ୨୦୦ କୋଟି ହେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆନେ ପରିଷଦର କାର‌୍ୟ୍ୟକ୍ରମର ସମୀକ୍ଷା କରବାର୍ ଅବସରନେ ଇ ନିର୍ଦ୍ଦେଶ୍ ଦେଇଛନ୍ ।

ପଶ୍ଚିମ ଓଡ଼ିଶା ବିକାଶ ଲାଗି ତାର ସାଙ୍ଗେ ପିଲା ମାନକଁର୍ ଲାଗି ଯେନ୍ତା ରୋଜଗାରର ଅଧିକା ସୁଯୋଗ୍ ମିଲବା , ସେଥିରଲାଗି ଧିଆନ୍ ଦେବାର୍‌କେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ୍ ଦେଇଛନ୍ । ପଶ୍ଚିମ ଓଡ଼ିଶାନେ ହେଉଥିବାର୍ ବଡ ପ୍ରକଳ୍ପ ମାନକୁଁ କାମ୍ ଜଲଦି କରବାର୍ ଲାଗି ପରିଷଦ୍ ପଦକ୍ଷେପ୍ ନେବା ବଲି ବୈଠକ୍‌ନେ ନିଷ୍ପତ୍ତି ହେଇଥିଲା । ବୈଠକନେ ପରିଷଦର ଅଧ୍ୟକ୍ଷ ଅସିତ ତ୍ରୀପାଠି ଯୋଗ୍ ଦେଇକରି ଇ ସବୁ ବାବଦେ ସୂଚନା ଦେଇଛନ୍ । ବିଜୁ ଏକ୍ସପ୍ରେସୱେ, ଲୋୟର ସୁକତେଲ ଜଲସେଚନ ପ୍ରକଳ୍ପ ଇ ସବୁ ପ୍ରକଳ୍ପ ଲାଗି ପଶ୍ଚିମ ଓଡ଼ିଶାର ବିକାଶ ହେବା ବଲି କହିଛନ୍ । ଆଏବାର ଦିନେ ପନିପରିବା, ଦାଏଲ ଜାତୀୟ ଫସଲ, ଫୁଲ ଚାଷ୍ , ତୈଳବୀଜ ଇ ସବୁ ଉପରେ ଧିଆନ୍ ଦିଆଯିବାର ନେଇ ବି ବୈଠକନେ ଆଲୋଚନା ହେଇଥିଲା ।

ସୁବୁନୁ ବଡ କଥା ହେଲା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ହେଡ ଅଫିସ୍ ଭୁବନେଶ୍ୱର ବଦଲେ ପଶ୍ଚିମ ଓଡ଼ିଶାନେ ଖୁଲବାର୍ ଲାଗି ବନେ ଦିନୁ ଦାବି ହେଇ ଆସୁଛେ । ହେଲେ କେନ୍ ଜାଗାନେ ଖୁଲବା ସେଟାକେ ନେଇ ଅଲଗା ଅଲଗା ମତ୍ ରହିଛେ । ତ ଏନ୍ତାଥି ଜଦି ପରିଷଦ ଅଧୀନଥି ଆସୁଥିବାର୍ ସବୁ ଜିଲ୍ଲାନେ ତାର ଅଫିସ୍ ଖୁଲଲେ ଇ ଦାବି ଆପେ ଆପେ ଦବିଯିବା ବଲି ରାଜନୈତିକ୍ ସମୀକ୍ଷକ୍ ମାନେ କହୁଛନ୍ ।

Leave A Reply

Your email address will not be published.