ଭିମସାରନେ ଖୁଲବା ଫାର୍ମାସି କଲେଜ୍‌

୨୦୨୨ ତକ୍ ଭିମସାରନେ ଖୁଲବା କଲେଜ୍‌, ପରିଚାଳନା ବୋର୍ଡ ମଂଜୁରୀ ବାଦ୍ ମୁଲ୍ ହେବା କାମ୍

0

ବୁର୍ଲା ଭିମ୍‌ସାରନେ ଖୁଲବା ପଶ୍ଚିମ ଓଡ଼ିଶାର ପହେଲା ସରକାରୀ ଫାର୍ମାସି କଲେଜ । ଆଏବାର ୧୭ ତାରିଖନେ ହେବାକେ ଥିବାର ପରିଚାଳନା ବୋର୍ଡ ବୈଠକନେ ପ୍ରସ୍ତାବନେ ମୋହର ବାଜଲା ବାଦ୍ କଲେଜ ଖୁଲବାର ନେଇକରି ସବୁ ପ୍ରକ୍ରିୟା ମୁଲ ହେବା । ଇଟା ନେଇକରି ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେର ସୂଚନା ଦେଇଛନ୍ । ସେଆଡେ ୨୦୨୧ନେ ଭିମ୍‌ସାରନେ ସୁପରସ୍ପେସାଲିଟି ମେଡିକାଲ୍ କୁଠା ଉଦ୍‌ଘାଟନ୍ ହେଇକରି ୬ଟା ନୂଆଁ ସୁପରସ୍ପେଲିଟି ବିଭାଗ କାର୍ଯ୍ୟକ୍ଷମ୍ ହେବାର ଲାଗି ଲକ୍ଷ୍ୟ ରଖାଯାଇଛେ ।

ଇତାର ସାଙ୍ଗେ କ୍ୟାନ୍ସର ହସ୍ପିଟାଲ କାମ୍ ଭିଲ୍ ଜଲଦି ମୁଲ ହେବାକେ ଅଛେ । ଏନ୍ତାଥି ସରକାରୀ ଫାର୍ମାସି କଲେଜ ଖୁଲବାକେ ଯାଉଥିବାର ବେଲେ ଲୁକେ ଇଆଡୁ ବହୁତ୍ ଉପକୃତ୍ ହେବେ । ରାଜ୍ୟନେ ଆଘୋନୁ ଏସ୍‌ସିବି ମେଡିକାଲ କଲେଜର ନିଜର ଫାର୍ମାସି କଲେଜ ରହିଥିବାର ବେଲକେ ଭିମ୍‌ସାର କଲେଜନେ ଫାର୍ମାସୀ କଲେଜ ଖୁଲବାରନେ ଦୁଇ ନମ୍ବର ଅଛେ । ପହେଲା ଖେପ୍‌ନେ କଲେଜନେ ୬୦ଟା ସିଟ୍ ରଖାଯିବା । ପହେଲା ବେଚ୍‌ର ସାଢେ ୪ ବରଷ୍ ପାଠ୍ୟକ୍ରମ୍ ଶେଷ ହେବାର ଆଘୋନୁ ଏମ୍‌.ଫାର୍ମା ଆରୁ ପିଏଚଡି ପାଠ୍ୟକ୍ରମ୍ ଲାଗି ବେବସ୍ଥା କରାଯିବା ।

ବୁର୍ଲା ଏନ୍‌ଏସି କଲେଜ୍ ପାଶେ ରହିଥିବାର ୭୯ ଏକଡ୍ ଜମି ଭିମ୍‌ସାର ନାଁଥି ହେବା । ଫାର୍ମାସି କଲେଜ୍‌, ହଷ୍ଟେଲ୍ ଆରୁ କ୍ୱାର୍ଟର ଭିଲ୍ ବନାଯିବା । ପହେଲା ଖେପ୍‌ନେ ୧୭ଜନ୍ ଅଧ୍ୟାପକ୍‌ ପଦ୍ ରଖାଯିବାର ଲାଗି ନିଷ୍ପତ୍ତି ନିଆଯାଇଛେ । ପରିଚାଳନା ବୋର୍ଡ ଆଡୁ ମଂଜୁରୀ ମିଲଲା ବାଦ୍ କାମ୍ ମୁଲ କରାଯିବାର ନେଇକରି ଭିମସାର୍ ନିର୍ଦ୍ଦେଶକ୍ କହିଛନ୍ । ପଶ୍ଚିମ୍ ଓଡ଼ିଶାର ଭିନ୍ ଭିନ୍ ମେଡିକାଲ ମାନକେ ଫାର୍ମାସିଷ୍ଟ୍ ପଦ୍ ଖାଲି ଥିବାର ବେଲକେ ଭିମସାରନେ କଲେଜ୍ ଖୁଲଲେ ଇଟା ବହୁତ୍ କାମେ ଆଏବା ।

Leave A Reply

Your email address will not be published.