ପଶ୍ଚିମ ଓଡ଼ିଶାର ‘ବଡ଼ମାଁ’ ପାର୍ବତୀ ଗିରି

0

ଗୁଟେ ୧୪ ବର୍ଷୀୟା ଟୁକେଲ । ନାଁ ତାର ପାର୍ବତୀ , ସଭାନେ ଲୁକକୁଁ ବୁଝଉଛେଯେ ‘ଭାଏ ବୁହେନ ମାନେ ଆମକୁଁ ସମକୁଁ ଏକ୍ ହେବାରକେ ପଡବା ଆର୍ ଏକ୍ ହେଇକରି ଫିରଙ୍ଗି ସରକାରକେ ଖେଦବାରକେ ପଡବା, ପିଟାମରା କରି କରି ନାଇଁ , ମହାତ୍ମା ଗାନ୍ଧିକଁର୍ ରାସ୍ତାନେ ଚାଲିକରି ଅହିଂସା ଆନ୍ଦୋଲନ୍ କରବାରକେ ପଡବା । ଦେଶକେ ସ୍ୱାଧିନ୍ କରବାରକେ ପଡବା ।ଆଗକେ ନେବାରକେ ପଡବା । ମୁଇଁ କି ତୁମେ ଇଟା ଏକଲା ନାଇଁ କରିପାର , ଡରିଗଲେ ନାଇଁ ହୁଏ ମାଁ ମାଏଟ୍ ଡାକୁଛେ, ଆସ ସ୍ୱାଧିନତା ସଂଗ୍ରାମନେ ଝାସ୍ ଦିଅ ’ । ଏଡକି ଛୁଆଟେ ଟୁକେଲ ବୁଝଉଛେ ଲୁକକୁଁ ସମାଜବାଦ କାଣା ଆଏ । ସ୍ୱାଧନ୍ ହେବାରଟା କାଣା ଆଏ । ସ୍ୱାଭିମାନ କାଣା ଆଏ । ଆର୍ ସଭେ ମିଶିକରି ଯଦି ଭାରତକେ ସ୍ୱାଧିନ୍ କରବାରକେ ଅଛେ । ବଏଲେ ଆମକୁଁ କାଣା କାଣା କରବାର ପଡବା । ଆଗକେ ଯାଇକରି ସେ ଟୁକେଲକେ ଦେଶ୍ ଦୁନିଆକେ ପାର୍ବତୀ ଗିରି ବଲିକରି ଜାନିଛେ । କ୍ଷମତା ରାଜନୀତିନୁ ନିଜକେ ଅଲଗା ରଖିକରି ସମାଜ୍ ସେବା ଆର୍ ସମାଜ୍ ବାଦର ଜୀବନ୍ତ କୀମ୍ବଦନ୍ତି ଥିଲେ ପାର୍ବତୀ ଗିରି। ଆମେ ଯେତେବେଲକେ ଟୁକେଲ ପାୱାରର କଥା କହେଁସୁ, ଆର୍ ଖାସ୍ କରି ପଶ୍ଚିମ ଓଡ଼ିଶାର ଟୁକେଲ ପାୱାରର କଥା କହେସୁଁ, ସବୁନୁ ଉପରେ ଆର୍ ସବୁନୁ ଆଘେ ଯାହାକଁର୍ ନାଁ ଆଏବା ସେ ହେଉଛନ୍ ‘ପାର୍ବତୀ ଗିରି ’ । ଇ ଗୁଟେ ନାଁ ଶୁନିଦେଲେ ପଶ୍ଚିମ ଓଡ଼ିଶାର ଲୁକକଁର୍ ଛାତି ଚଉଡା ହେଇଯାଏସି । ତାକୁଁ ପଶ୍ଚିମ ଓଡ଼ିଶାର ମଦର ଟେରେସା ବଲି ବି କୁହାଯାଏସି । କାରନ୍ ଯେତେବେଲକେ ସେ ଅଞ୍ଚଲନେ ମରଡି ପଡିଥିଲା, ଲୋକ୍ ଖାଏବାରକେ ନାଇଁ ପାଉଥାଇର୍ । ଠିକ୍ ସେତେବଲକେ ପାର୍ବତିଗିରି ଗାଁନୁ ଗାଁକେ ଦଉଡିକରି ଲୁକକୁଁ ରିଲିଫ ବାଣ୍ଟୁଥିଲେ । ଯେନ୍ ମାନେ ଭୁକେ ବଡା ଗୁଲଗୁଲା ହେଉଥିଲେ ତାକଁର୍ ପାଖକେ ପହଞ୍ଚୁଥିଲେ ।

ପାର୍ବତୀ ଗିରି ଜନମ୍ ହେଇଥିଲେ ୧୯୨୬ ମସିହା ଜାନୁୟାରୀ ୧୯ ତାରିଖ୍ , ଆଝିର ଦିନେ । ବରଗଡର ଜିଲ୍ଲାର ସମଲେଇପଦର ଗାଁନେ , ଯେନଟାକେ ସେତକିବେଲକେ ସମ୍ବଲପୁର ଜିଲ୍ଲାନେ ଥିଲା, ସେନ ପାର୍ବତୀ ଗିରିକଁର୍ ଜନମ୍ । ବେଶୀ ପାଠ୍ ବି ନାଇଁ ପଢି ଖାଲି ୩ କ୍ଲାସ ତକ୍ ପଢିଥିଲେ, ହେଲେ ଖାଲି ବହୁତ୍ କମ୍ ବୟସୁ ଭାରତର ସ୍ୱାଧିନତା ସଂଗ୍ରାମନେ ଝାସ୍ ଦେଇଥିଲେ । ଓଡ଼ିଶା ସାରା ବୁଲି ବୁଲି ଭାରତୀୟ ଜାତୀୟ କଂଗ୍ରେସ ଲାଗି ବୁଲି ବୁଲି କରି ପ୍ରଚାର କରୁଥିଲେ । ମହାତ୍ମା ଗାନ୍ଧିକଁର୍ ନେତୃତ୍ୱନେ ଭାରତ ଛାଡ ଆନ୍ଦୋଲନନେ ଝାସ୍ ଦେଇଥିଲେ ପାର୍ବତୀ ଗିରି । ଇଂରେଜ ମାନକଁର୍ ବିରୋଧନେ ଆର ହେନ୍ତା କେତେଟେ ରାଲିନେ ସେ ସାମିଲ୍ ହେଇଥିଲେ । ତାକଁର୍ ବୟସ ଯେତେବେଲେ ଖାଲି ୧୪ ବର୍ଷ ହେଇଥିଲା , ବରଗଡର ଭିନ୍ ଭିନ୍ ଜାଗାକେ ଯାଇକରି ସେ ଲୁକକୁଁ ବୁଝଉଥିଲେ । ମହାତ୍ମା ଗାନ୍ଧିକଁର୍ କଥା ଆର ତାକଁର୍ ବିଚାର ଲୁକକଁର୍ ସାମନାନେ ରଖୁଥିଲେ । ସେ ଲୁକକୁଁ ଗୁଟେନ କଥା ବୁଝଉଥିଲେ, ଯେ ଭାରତ ସ୍ୱାଧିନ ହେବାରଟା ଏକା ସବୁ ଲୁକକଁର୍ ଗୁଟେନ ଲକ୍ଷ୍ୟ ହେବାର୍ ଦରକାର । ଅଲଗା ସବୁ ସ୍ୱାଧିନତା ସଂଗ୍ରମୀ ବାଗିର ସେ ବି ଜେଲ ଯାଇଥିଲେ, ହେଲେ ତାକୁଁ ୧୬ ବର୍ଷ ହେବାର୍ ଲାଗି ତାକୁଁ ଛାଡିଦିଆଯାଇଥିଲା । ତାକୁଁ ପଛେ ଫେର୍ ଥରେ ଗିରଫ୍ କରଯାଇଥିଲା । ହେଲେ ଫେର ଥରେ କମ୍ ବୟସ୍ ଲାଗି ତାକୁଁ ଛାଡି ଦିଆଗଲା । ତାକଁର୍ ଘରର ଝନେ ସଂପର୍କୀୟ ରାମଚନ୍ଦ୍ର ଗିରି, ଯିଏ କି ଝନେ ସ୍ୱାଧିନତା ସଂଗ୍ରାମୀ ଥିଲେ , ତାକୁଁ ଏକା ଦେଖିକରି ପାର୍ବତୀ ଗିରି ଭାରତ ମାଁକେ ସ୍ୱାଧିନ କରବାର୍ ଲାଗି ପ୍ରେରଣା ପାଇକରି ନିଜେ ବି ସ୍ୱାଧିନତା ସଂଗ୍ରାମନେ ସାମିଲ ହେଇଥିଲେ । ଯେତେବେଲେ ୧୯୪୭ରେ ଆମର ଦେଶ୍ ସ୍ୱାଧିନ୍ ହେଲା, ତାର ଉତାରୁ ସମାଜ୍ ସେବାନେ ନିଜକେ ନିୟୋଜିତ୍ କଲେ ପାର୍ବତୀ ଗିରି । ୧୯୫୦ ରେ ସେତେବେଲର ଏଲହାବାଦ ମାନେ ପ୍ରୟାଗରାଜର ପ୍ରୟାଗ ମହିଲା ବିଦ୍ୟାପୀଠନୁ ନିଜର ସ୍କୁଲ ପାଠ ସରେଇଥିଲେ । ତାର ଉତାରୁ ୧୯୫୫ରେ ଫେର ଥରେ ସମ୍ବଲପୁରକେ ଫିରି ଆସିଥିଲେ ପାର୍ବତୀ ଗିରି । ନୃସିଂହନାଥନେ ମହିଲା ଆର୍ ଅନାଥ ମାନକଁର୍ ଲାଗି କସ୍ତୁରବା ଗାନ୍ଧି ମାତୃନିକେତନ କରିଥିଲେ । ପାଇକମାଲନେ ରୁକ୍ମିଣୀ ଲାଠ ବାଲନିକେତନ କରିଥିଲେ ଅନାଥ ଛୁଆ ମାନକଁର ଲାଗି ।ହେନ୍ତା ସମ୍ବଲପୁର ଜିଲ୍ଲାର ଯୁଯୁମରା ଠାନେ ଡ. ସନ୍ତରା ବାଲ ନିକେତନ ନାଁନେ ଗୁଟେ ଆଶ୍ରମ୍ କରିଥିଲେ । ପାର୍ବତୀ ଗିରି କୁଁ ସେତେବେଲକେ ବିଧାନସଭା ଲାଗି ଟିକେଟ ଆର୍ ରାଜ୍ୟସଭା ସିଟ ଲାଗି କୁହାଯାଇଥିଲେ ବି ସେଟାକେ ସେ ପୁରା ବିନମ୍ରତାର ସାଙ୍ଗେ ମନାକରିଥିଲେ । ସମାଜ୍ ସେବା କରବାରଟା ଏକା ତାକଁର ଜୀବନ୍‌ର ଗୁଟେନ ଲକ୍ଷ୍ୟ ଥିଲା । ସମାଜର ତଲ ଶ୍ରେଣୀର ଲୁକକଁର୍ ଲାଗି ତାକଁର୍ ମନ୍ ଭିତରେ ଥିବାର୍ ଭାବନା ଲାଗି ଏକା ତାକୁଁ ପଶ୍ଚିମ ଓଡ଼ିଶାର ମଦର ଟେରେସା ବଲି କୁହାଯାଏସି । ନିଜେ ପାରୁଥିବାର୍ ତକ୍ ଲୁକକଁର୍ ସେବା କରୁଥିବାର୍ ଗିରିକଁର୍ ୧୯୯୫ ମସିହା ଅଗଷ୍ଟ ୧୭ ତାରିଖ ଦିନ୍ ଦେହାନ୍ତ ହେଇଥିଲା । ପାର୍ବତୀ ଗିରିକୁଁ ସମ୍ବଲପୁର ୟୁନିଭରିସିଟି ଆଡୁ ସମ୍ମାନ୍ ଜନକ୍ ଡକ୍ଟରେଟ୍ ମିଲିଥିଲା । ତାର ସାଙ୍ଗେ ଇହାଦେର ଓଡ଼ିଶା ସରକାର ତାକଁର ସମ୍ମାନନେ ପାର୍ବତୀ ଗିରି ବୃହତ୍ ଉଠା ଜଲସେଚନ୍ ପ୍ରକଳ୍ପ କରିଛନ୍ । ପାର୍ବତୀ ଗିରି ଝନେ ସ୍ୱାଧିନତା ସଂଗ୍ରାମୀ, ସମାଜ ସେବୀ ଆର୍ ମହିଲା ଶସକ୍ତି କରନ୍ ଉଦାହରନ୍ ଥିଲେ । ଓଡ଼ିଶାର ଲୁକକଁର୍ ଲାଗି ଆର୍ ଖାସ୍ କରି ଟୁକେଲ ମାନକଁର୍ ଲାଗି ପୀଢି ଉତାରୁ ପୀଢି ସେ ଉଦାହରନ୍ ଥିଲେ, ଅଛନ୍ ଆର ଆଗକେ ବି ରହେବେ । ଦୁଃଖର କଥା ହେଲା ଆଜିର ସମାଜ୍ ପାର୍ବତୀ ଗିରିକଁର୍ ବଲିଦାନ୍ ଆର୍ ଅବଦାନ୍ ବାବଦନେ କିଏ କେନ୍ତା ଜାନିଛନ୍ । ଇତିହାସରେ ତାହାକୁଁ ଯେନ୍ ମର୍ଯ୍ୟାଦା ଦିଆହେବାର୍ କଥା ସେଟା ନାଇଁ ହେଇପାରି । ବାକି ସମିଆଁ ଆସିଛେ ଆମେ ସେ ସମକଁର କଥା ସୋର୍ ପକାମା , ସେମାନକୁଁ ସମ୍ମାନ୍ ଦେମା ଆର ତାକଁର୍ ବତେଇଥିବାର୍ ରାସ୍ତାନେ ଚାଲିକରି ସେମାନକୁଁ ଶ୍ରଦ୍ଧାଞ୍ଜଲି ଦେମା ।

Leave A Reply

Your email address will not be published.