୨୬/୧୧ର ସେ କଲା ଦିନ୍‌କେ ପୁରଲା ୧୨ ବଛର୍‌

ମୁମ୍ବାଇନେ ହେଇଥିବାର ଆତଙ୍କବାଦୀ ଆକ୍ରମଣନେ ଜୀବନ୍ ଦେଇଥିବାର ସବୁ ବୀର୍ ମାନକୁଁ ଶ୍ରଦ୍ଧାଞ୍ଜଳି 

0

ନଭେମ୍ବର ୨୬, ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକେ ୧୨ ବରଷ୍ ପୂରିଛେ । ଆଜିର ଏନ୍ତା ଗୁଟେ ଦିନ୍ ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ୍ ଲସ୍କର-ଇ-ତୋଇବାର ୧୦ ଝନ୍ ଆତଙ୍କବାଦୀ ମୁମ୍ବାଇନେ ଆକ୍ରମଣ କରିଥିଲେ । ସମୁଦ୍ର ବାଟ୍ ଦେଇକରି ପାକିସ୍ତାନର କରାଚିନୁ ମୁମ୍ବାଇନେ ଢୁକିଥିଲେ । ମୁମ୍ବାଇର ମେନ୍ ମେନ୍ ଜାଗା ମାନକେ ଯାଇକରି ଇମାନେ ଆକ୍ରମଣ ରଚିଥିଲେ । ଛତ୍ରପତି ଶିବାଜୀ ଟର୍ମିନସ୍‌, ଚବାଡ ହାଉସ୍‌, ହୋଟେଲ ଓବରାଇ, ତାଜ୍ ପ୍ୟାଲେସ୍ ମାନକୁଁ ଯାଇକରି ୍ରାକ୍ରମଣ ଚଲେଇଥିଲେ । ୪ ଦିନ୍ ତକ୍ ମୁମ୍ବାଇନେ ଆତଙ୍କବାଦୀକଁର ଆକ୍ରମଣ ଚାଲିଥିଲା । ଏନଏସଜି କମାଣ୍ଡୋକଁର ସ୍ପେସାଲ ଅପରେସନ୍‌ନେ ଇ ଆତଙ୍କବାଦୀ ମାନକୁଁ ମରାଯାଇଥିଲା ।

ଅଜମଲ କସାବ ନାଁର ଆତଙ୍କୀ ଖାଲି ବଂଚିଥିବାର ବେଲକେ ଇତାକେ ପଛେ ଫାଶୀ ଦିଆଯାଇଥିଲା । ୨୬/୧୧ ର ଇ ଦିନ୍ ସବୁ ଦିନ୍ ଲାଗି ଭାରତ ଇତିହାସନେ ଗୁଟେ କଲାଦିନ୍ ହେଇକରି ରହିଯାଇଛେ । ଇ ଆକ୍ରମଣନେ ୧୭୪ ଝନକଁର ଜୀବନ୍ ଯାଇଥିବାର ବେଲକେ ୩ଶହନୁ ଅଏତକା ଲୋକ୍ ଖଣିଆଁ ହେଇଥିଲେ । ଇ ଘଟନା ପଛଆଡେ ପାକିସ୍ତାନ ସରକାର ଆରୁ ତାର ସେନାର ହାତ୍ ଥିବାର ପୁରା ଦୁନିଆଁ କହୁଥିବାର ବେଲକେ ପଛେ ପାକିସ୍ତାନର କିଛି ସାଂସଦ ଭିଲ୍ ଇ କଥାକେ ମାନିଥିଲେ ।ଆଏଜ୍ ଇ ଘଟନାକେ ୧୨ ବରଷ୍ ପୂରିଥିବାର ବେଲକେ ନିଜର ଜୀବନ୍ ବାଜି ଲଗେଇଥିବାର ସବୁ ଯବାନକୁଁ ସୋର୍ ପକେଇକରି ଶ୍ରଦ୍ଧାଞ୍ଜଳି ଦିଆଯାଇଛେ ।

Leave A Reply

Your email address will not be published.