ସାବିତ୍ରୀବାଇ ଫୁଲେ କିଏ ?

ଜାନୁଆରୀ ୩ ସାରା ଦେଶ୍ ମାନସି ବାଲିକା ଦିବସ୍

0

ଭାରତ୍ ର ଟୁକେଲ ପାୱାର ଆଏଜ୍ ଜଗତ ଜିତା । ଏନ୍ତା କେନସି କାମ ନାଇନ ଯେନଟା ଟୁକେଲ ଟେ କରି ନାଇପାରେ । ବାକି ଆଘର୍ ସମିଆ ଏନ୍ତା ନାଇଥାଇ । ଆଘର୍ ସାମାଜ୍ ନେ ମହିଲା ମାନେ ଘର୍ ଭିତ୍‌ରେ ରହେବାର୍ ଆର୍ ସବୁକାମ୍ କରବାର୍‌କେ ବାଧ୍ୟ ହେଉଥିଲେ । ବହୁତ୍ ପ୍ରଥା , ପରମ୍ପରା ଥିଲା ଯେନଟା ମହିଲା ମାନକୁଁ ମୁନୁଷ ବାଗିର୍ ବଂଚବାର୍ ହକ୍ ବି ନାଇଁ ଦେଉଥାଇ , ପାଠ ପଢା ତ ଯେନତା ସାତ୍ ସପନ୍ ଥିଲା । ସେ ସମିଆ ନେ ଟୁକେଲ୍ ମାନକୁଁ ଘରୁ ଭଟାକେ ବାହାରିବାର୍ ଉପରେ ବି ସମାଜ୍ ରୋକ୍ ଲଗଉଥିଲା । ସେନ୍ତା ଗୁଟେ ସମାଜ୍‌ର ଖରାପ୍ ପରମ୍ପରା ବିରୋଧ୍ ନେ ଠିଆ ହେଇ ଥିଲେ ସାବିତ୍ରୀବାଇ ଫୁଲେ । ଦେଶର୍ ଟୁକେଲ୍ ମାନେ କେନ୍ତା ପାଠ୍ ଦୁଇ ଅକ୍ଷର୍ ପଢବେ ଆର୍ ତାକଁର୍ ନ୍ୟାୟ ଅଧିକାର୍ ସବୁ ପାଏବେ ସେଟାକେ ନେଇକରି ସେ ଦିନ୍ ରାଏତ୍ ଏକ୍ କରି ଦେଇଥିଲେ । ସେଥିର୍ ଲାଗି ଜାନୁଆରୀ ୩ ତାରିଖ୍ ତାକଁର୍ ଜନମ ଦିବସ୍ କେ ବାଲିକା ଦିନ ହିସାବେ ପାଲନ୍ କରାଯାଏସି । ଆମର୍ ଦେଶ୍ ନେ ଆର୍ ଆମର୍ ସମାଜନେ ଆଗରୁ ନାରୀ ମାନକୁଁ ବହୁତ୍ ଅତ୍ୟାଚାର୍ କରାଯାଉଥିଲା ।

ସେମାନକଁର୍ ଅଧିକାର୍ ଆର୍ ସୁରକ୍ଷା ଲାଗି ଲଢବାର୍ ଲାଗି ଅଣ୍ଟା ଭିଡିଥିଲେ ମହାରାଷ୍ଟ୍ର ର ସାବିତ୍ରୀବାଇ ଫୁଲେ ସେ ମହାରାଷ୍ଟ୍ର ପୁନେ ର ସିତାରା ଜିଲ୍ଲାର ନଇଗାଓଁ ନେ ଜାନୁଆରୀ ୩ ତାରିଖ୍ ୧୮୩୧ ମସିହା ନେ ଜନମ୍ ନେଇଥିଲେ । ତାହାକୁଁ ୯ ବରଷ ହେଉଥିବାର୍ ବେଲ୍‌କେ ସେ ଜ୍ୟୋତିରାଓ ଫୁଲେ କୁଁ ବିହା ହେଇଥିଲେ । ତାକଁର୍ ପାଠ ପଢବାର୍ ଇଛା ଥିଲେ ବେ ସେ କେନସି କାରଣ ଲାଗି ଛୋଟ ବେଲୁ ପଢି ନାଇ ପାରିଥିଲେ ସେଥିର୍ ଲାଗି ଛୋଟ ବେଲୁ ଝିଅ ମାନକୁଁ ପାଠ ପଢାବାର୍ ଲାଗି ସେ ନାରୀ ଶିକ୍ଷା କେ ଆଗକେ ନେବାର୍ କେ ଚେଷ୍ଟା କରିଥିଲେ । ସେ ମହାରାଷ୍ଟ୍ର ର ପହେଲା ମହିଲା ଥିଲେ ଯିଏ ଆମର୍ ଦେଶ୍ ନୁ ଆର୍ ଆମର୍ ସମାଜ ନେ ଝିଅ ମାନକଁର୍ ଉପରେ ହେଉଥିବାର୍ ଅନ୍ୟାୟ ଅତ୍ୟାଚାର୍ କେ ବିରୋଧ୍ କରିଥିଲେ । ସେ ଆମର୍ ସମାଜ୍ ନେ ଚାଲିଆସୁଥିବାର୍ ସତୀଦାହ ପ୍ରଥା , ବାଲ୍ୟ ବିବାହ, ଜାତି ପ୍ରଥା ବାଗିର୍ ଖରାପ୍ ପରମ୍ପରା କେ ବନ୍ଦ କରବାର୍ ଲାଗି ଲଢିଥିଲେ ।

ବିହାଘର୍ ଉତାରୁ ତାକଁର୍ ବର୍ କଁର୍ ସହଯୋଗ ନୁ ସେ ନିଜେ ତାକଁର୍ ପାଠ ପଢା ଆରମ୍ଭ କରିଥିଲେ । ତାର୍‌ପରେ ସେ ଟୁକେଲ ମାନକଁର୍ ଶିକ୍ଷା ଲାଗି ପୁନେ ର ଭିଡେ ୱାଡା ଠାନେ ଦେଶ୍ ର୍ ପହେଲା ଗାର୍ଲ୍ସ ସ୍କୁଲ୍ ୧୮୪୮ ନେ ଥାପ୍‌ନା କରିଥିଲେ । ଯେନ ଖାଲି ଟୁକେଲ୍ ମାନକଁର୍ ଶିକ୍ଷା ର ବିକାଶ୍ ଉପରେ ଧ୍ୟାନ ଦିଆଯାଉଥିଲା । ଖାଲି ହେତକି ନୁହେଁ ସେ ଝିଅ ମାନକଁର୍ ପାଠପଢା ଉପରେ ଇଛା କେ ବଢାବାର୍ ଲାଗି ତାକୁଁ ଷ୍ଟାଇପେଣ୍ଡ୍ ଭିଲ୍ ଦେଉଥିଲେ । ସେ ଆଉ ତାକଁର୍ ବର୍ ଝିଅ ମାନକଁର୍ ଶିକ୍ଷା ଲାଗି ଭିନ ଭିନ ଜାଗାନେ ୧୮ଟା ସ୍କୁଲ୍ ଆରମ୍ଭ କରିଥିଲେ । ସେ ଜଣେ ସମାଜସେବିକା ଥିଲେ ସେ ଅସହାୟ ଆର୍ ଦୂଷ୍କର୍ମ ପୀଡିତା ମାନକଁର୍ ଲାଗି ବାଲହତ୍ୟା ପ୍ରତିବନ୍ଧକ୍ ଗୃହ ଭିଲ୍ ତିଆର୍ କରିଥିଲେ ।

ଖାଲି ସେତ୍‌କି ନୁହେଁ ଟୁକେଲ୍ ମାନକୁଁ ସମାଜର୍ ଭଲ୍ ମନ୍ଦ ଉପରେ ସଚେତନ୍ କରାବାର୍ ଲାଗି ସେ ମହିଲା ସେବା ମଣ୍ଡଲ ବଲିକରି ଗୁଟେ ଅନୁଷ୍ଠାନ ତିଆରି କରିଥିଲେ ଯେନ ସେ ମହିଲା ମାନକଁର୍ ସୁରକ୍ଷା ଆର୍ ଅଧିକାର୍ ଉପରେ ସେମାନକୁଁ ସଚେତନ୍ କରଉଥିଲେ । ସମାଜ ନେ ବିଧବା ମାନକଁର୍ ଉପରେ ହେଉଥିବାର୍ ଅତ୍ୟାଚାର୍ କେ ଦେଖିକରି ସେ ବିଧବା ମାନକଁର୍ ଫେର ଥରେ ବିହା କରାବାର୍ ଲାଗି ବି ସ୍ୱର୍ ଉଠେଇଥିଲେ । ଛୁଆଁ ଅଛୁଆଁ ଉପରେ ରହିଥିବାର୍ ଲୋକମାନକଁର୍ ଅନ୍ଧବିଶ୍ୱାସ କେ ସେ ଦୁର୍ କରବାର୍ ଲାଗି ବି ବହୁତ୍‌ଟେ ଚେଷ୍ଟା କରିଥିଲେ । ସେ ସବୁବେଲେ ସମାଜ ର ଖରାପ ପରମ୍ପରା କେ ଦୁର କରବାର୍ ଲାଗି ଲଢିଥିଲେ ଆର୍ ସଫଲ ଭିଲ୍ ହେଇ ପାରିଥିଲେ । ସେ ଦେଶର ପହେଲା ମହିଲା ଶିକ୍ଷୟତ୍ରୀ ଥିଲେ ଯିଏକି ଝିଅ ମାନକଁର୍ ଶିକ୍ଷା ଲାଗି ଲଢିଥିଲେ ଆର୍ ସେମାନକୁଁ ଶିକ୍ଷିତ୍ କରିଥିଲେ । ସେ ଜନେ ଶିକ୍ଷୟତ୍ରୀ ଆର୍ ସମାଜସେବିକା ହେବାର୍ ସାଙ୍ଗେ ଜନେ କବିୟତ୍ରୀ ଆର୍ ଲେଖିକା ଭିଲ୍ ଥିଲେ । ତାକଁର୍ ଲେଖା ମାନକଁର୍ ନୁ ପ୍ରେରଣା ପାଇକରି ସମାଜ୍‌ନେ ବହୁତ୍ ଟେ ପରିବର୍ତନ ଆସିଛେ ।

ସମାଜ୍ ର ସବୁ ଟୁକେଲ୍ ମାନକଁର୍ ଲାଗି ସେ ଲଢିଥିବାର୍ ନୁ ତାକଁର୍ ବଲିଦାନ୍ ଲାଗି ଆଜି ସବୁ ନାରୀ ଜାତି ବହୁତ୍‌ଟେ ଉପକୃତ୍ ହେଇଛନ୍ । ଆର୍ ସବୁ ଜାଗା ନେ ସବୁ କ୍ଷେତ୍ରନେ ଆଗ୍‌କେ ବଢି ପାରିଛନ୍ । ସେ ମହାମାରୀ ନେ ହେଇଥିବାର୍ ଲୋକମାନକଁର୍ ସେବା କରିଥିଲେ ଆଉ ନିଜେ ବି ମହାମାରୀ ର ଶିକାର୍ ହେଇକରି ୧୮୯୭ ମାର୍ଚ୍ଚ ୧୦ ତାରିଖ୍ ନେ ତାକଁର୍ ଦେହାନ୍ତ ହେଇଥିଲା । ତାକଁର୍ ସ୍ମୃତି କେ ଲୁକକଁର୍ ମନ୍ ଭିତ୍‌ରେ ଜୀବିତ ରଖବାର୍ ଲାଗି ତାକଁର୍ ନାଁ ଥି ଡାକ୍ ଟିକେଟ୍ ଲାଗୁ କରାଯାଇଥିଲା । ୨୦୧୫ ନେ ପୁନେ ବିଶ୍ୱବିଦ୍ୟାଲୟ ର୍ ନାଁ କେ ବଦ୍‌ଲେଇକରି ସାବିତ୍ରୀବାଇ ଫୁଲେକଁର୍ ନାଁ ଥି ନାମିତ୍ କରାଗଲା । ସେ ଆମର୍ ସମାଜର୍ ମହିଲା ଆର୍ ଆଏବାର୍ ପୀଢି ର ଟୁକେଲ୍ ମାନକଁର୍ ଲାଗି ଜନେ ପ୍ରକୃତ୍ ମହିଲା କ୍ରାନ୍ତିକାରୀ ର ବଡ ଉଦାହରଣ୍ ପାଲଟିଛନ୍ ।

Leave A Reply

Your email address will not be published.