0

ଚାଷ୍ କରି ଲାଭ୍ ନାଇଁ ହେବାର୍ । ଇଥିରଲାଗି ଗାଁ ଛାଡି ଦାଦନ୍ ଖଟବାରକେ ଚାକିରୀ କରବାରକେ ସହରମୁହାଁ ହେଉଛନ୍ ଲାଖ୍ ଲାଖ୍ ଲୋକ୍ । ହେଲେ ଗାଁ ଗାଁନେ ଏନ୍ତା ବି ଲୋକ୍ ଅଛନ୍ ନିଜର ଇଚ୍ଛାଶକ୍ତି ଲାଗି ନିଜର ମେହେନତ୍ ରେ ଗାଁରେ ରହି ଝନେ ସଫଲ ଚାଷୀ ହେଇ ପାରିଛନ୍ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଦେଣ୍ଡୁପଦର ଗାଁର ନେପାଳ ରଣା, ଯିଏକି ପାଖାପାଖି ୧୦ ବର୍ଷ ହେଲା ସଫଲତାର ଗୁଟେ ନୂଆ ଅଧ୍ୟାୟ ଲେଖିଛନ୍ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାବୁପାଲି ପଞ୍ଚାୟତ ଦେଣ୍ଡୁପଦର ଗାଁର୍ ଛତି ଚାଷୀ ନେପାଲ ରଣା । ୧୦ ବର୍ଷ ହେଲା ସଫଲତାର ସାଙ୍ଗେ ଚାଷ୍ କରି ଆସୁଛନ୍ ନେପାଳ । ଫିଦିନ୍ ୭୦ ରୁ ୮୦ କେଜି ଛତି ଅମଲ୍ ହେଉଥିବାର୍ ଗୁଟେ ଫାର୍ମ କରି ସଫଲ୍ ଉଦ୍ୟୋଗୀ ହେଇପାରିଛନ୍ ନେପାଳ । ନିଜର ଚେଷ୍ଟାନେ ନିଜର ମେହେନତ୍‌ନେ ଲାଖ୍ ଲାଖ୍ ଟଙ୍କା କମାବାର ସାଙ୍ଗେ ସ୍ଥାନୀୟ ଅଞ୍ଚଲନେ ୪ ଝନ୍ କୁଁ ଦେଇଛନ୍ କାମ୍ । ଚାଷ୍ କାମ୍ ମୁଲ କରବାର୍ ଖାଲି ୧୦ରୁ ୧୨ ଦିନ୍‌ନେ ମୁଲ୍ ହେଇଛେ ଛତି ଅମଲ୍ । ବରଗଡ, ବଲାଙ୍ଗିର,ବୌଦ୍ଧ, ସୁବର୍ଣ୍ଣପୁର ଆର ବରପାଲିନୁ ବେପାରୀ ମାନେ ରେଗୁଲାର ଆସି ଛତି ଘିନି ବଜାରନେ ବିକିଥିସନ୍ । ଛତି ଚାଷ୍ କରି ମାସକେ ଲାଖ୍ ଲାଖ୍ ଟଙ୍କା ରୋଜଗାର କରୁଛନ୍ କୁୁଟୁମ୍ ପୁଷବାର୍ ଲାଗି ତାମିଲନାଡୁନେ ଦାଦନ୍ ଖଟୁଥିଲେ ନେପାଲ । ହେଲେ ସେଠାନୁ ଗାଁକେ ଫିରିଆସି ନିଜର ହିସାବେ ଚାଷ୍ କରିଥିଲେ ନେପାଲ । ଇହାଦେ ଛତିଚାଷ୍ କରି ନିଜେ ଭଲ ଦୁଇ ପଏସା କମାବାର୍ ସାଙ୍ଗେ ଅଲଗା ମାନକଁର୍ ଲାଗି ପାଲଟିଛନ୍ ଉଦାହରନ୍ ।

Leave A Reply

Your email address will not be published.