ଦୁବାଇନେ ବି ବୀର ସୁରେନ୍ଦ୍ରକଁର କଥା

ବୀର ସୁରେନ୍ଦ୍ର ସାଏକୁଁ ନେଇକରି କାଣା କହେଲେ ନାଁକରା ଏମିରାତି ସିଙ୍ଗର ୟାସିର ହବିବ

0

୧୮୫୭ନେ ହେଇଥିବାର୍ ସ୍ୱାଧିନତା ସଂଗ୍ରାମ୍ ବହୁତ୍ ଆଘୋନୁ ବ୍ରିଟିଶ୍ ସରକାରକଁର୍ ବିରୋଧନେ ମୂଲ କରିଥିଲେ ସଶସ୍ତ୍ର ସଂଗ୍ରାମ୍ । ତାକଁର୍ ବୀରତା ଖାଲି ଭାରତ ନୁହେଁସେ, ପୁରା ଦୁନିଆ ଜାନିଛେ । ଅଧିକାର ,ଅସ୍ମିତା ଆର୍ ମାଁ ମାଏଟ୍‌କେ ବିଦେଶୀକଁର୍ ହାତୁ ଛଡାବାର ଲାଗି ଲଢିଥିଲେ । ୨୦ ବର୍ଷ ଧରିକରି ବ୍ରିଟିଶ୍ ସରକଁର୍ ବିରୋଧନେ ଲଢିକରି ସେମାନକଁର୍ ସାମ୍ରାଜ୍ୟକେ ହଲେଇଦେଇଥିଲେ ବୀର ସୁରେନ୍ଦ୍ର ସାଏ । ତ ଏନ୍ତା ଝନେ ମୁକ୍ତି ପାଗଲ ମୁକ୍ତି ଯୋଦ୍ଧାର ଆର୍ ଭାରତ ମାଁର ବୀର ସପୁତକଁର୍ ୨୧୩ ତମ୍ ଜନମ୍ ଜୟନ୍ତୀ ଦେଶ ବାହାରେ ବି ବନେ ଉସନାକୀଥି ପାଲନ୍ କରାଯାଇଛେ ।

ମାଁ ମାଏଟକେ ମୁକଲାବାର୍ ଲାଗି ଯାହାକଁର୍ ସାରା ଜୀବନ୍ କଟିଥିଲା ସଂଗ୍ରାମ୍ କରବାର ଥି । ଯାହାକଁର୍ ହାତେ ଧନୁଶର ଥିବାର୍ କିହେ ପାଖକେ ନାଇଁ ଆସୁଥାଇର୍ । ସେ ବୀର ସୁରେନ୍ଦ୍ରକଁର୍ କଥା ପୁରା ଦୁନିଆ ଜାନିଛେ । ଦୁବାଇନେ ଗୁଡ ମାନେ ଗ୍ଲୋବାଲ ଓଡ଼ିଆସ ଫର ଓଡ଼ିଶାସ ଡେଭଲପମେଣ୍ଟ ଆଡୁୁ ପୁରା କୋଭିଡ ଗାଇଡଲାଇନ ମାନିକରି ପାଲନ୍ କରାଯାଇଥିଲା ୨୧୩ ତମ୍ ଜନମ୍ ଜୟନ୍ତୀ । ଯେନେ କି ସାମିଲ ହେଇଥିଲେ ନାଁକରା ଏମିରାତି ସିଙ୍ଗର ୟାସିର ହବିବ । ଯିଏକି ଆମର ଜାତିର ପିତା ମହାତ୍ମା ଗାନ୍ଧିକଁର୍ ପସନ୍ଦର ଭଜନ ବୈଷ୍ଣବ ଜନତୋ ଗାଇଥିଲେ । ସେ ଇ ଜନମ୍ ଜୟନ୍ତୀନେ ସାମିଲ ହେଇକରି ବୀର ସୁରେନ୍ଦ୍ର ସାଏକୁଁ ସୋର ପକେଇଥିଲେ । ତାର ସାଙ୍ଗେ ସେ ବୀର ସୁରେନ୍ଦ୍ର ସାଏ ୩୭ ବର୍ଷ ଜେଲନେ କାଟିଥିବାର୍ କଥାକେ କହିକରି ନେଲସନ ମଣ୍ଡେଲାକଁର୍ ସାଙ୍ଗେ ତୁଲନା କରିଥିଲେ ।

ତାର ସାଙ୍ଗେ ମାଟିର କବି ପଦ୍ମଶ୍ରୀ ହଲଧର ନାଗ ବି ଗୁଟେ ଭିଡିଓ ବାର୍ତ୍ତା ଦେଇକରି ଇ କାର‌୍ୟ୍ୟକ୍ରମନେ ସାମିଲ ହେଇଥିଲେ । ଇ ଅବସରନେ ସେ ଗୁଟେ କବିତା ବି ଗାଇଥିଲେ ସୁନ୍ଦର ସାଏ ।

ଭାରତ ବାହାରେ ଇଟା ୨ ନମ୍ବର ଥର ଲାଗି ବୀର ସୁରେନ୍ଦ୍ର ସାଏକଁର୍ ଏନ୍ତା ଜନମ୍ ଜୟନ୍ତୀ ପାଲନ୍ କରାଯାଇଛେ । ଆଘୋନୁ ୨୦୨୦ନେ ଗୁଡସ ଆଡୁ ଏକା ପହେଲା ଥର ଲାଗି କରାଯାଇଥିଲା । ଇ କାର‌୍ୟ୍ୟକ୍ରମନେ ପହେଲା ବୀର ସୁରେନ୍ଦ୍ର ସାଏକୁଁ ଶ୍ରଦ୍ଧାଞ୍ଜଲି ଦିଆଯାଇଥିଲା । ତାର ଉତାରୁ ତାକଁର ଉପରେ ବନା ହେଇଥିବାର୍ ଗୁଟେ ଭିଡିଓ ବି ଦେଖାଯାଇଥିଲା । କେନ୍ତା ଥିଲା ତାକଁର ଜୀବନ୍, କେନ୍ ବୀରତ୍ୱର ସାଙ୍ଗେ ସେ ଇଂରେଜକଁର୍ ବିରୋଧନେ ସଂଗ୍ରାମ୍ କରିଥିଲେ ସେଟା ଦେଖାହେଇଥିଲା ।

ବୀର ସୁରେନ୍ଦ୍ର ସାଏ ଝନେ ସ୍ୱାଧିନତା ସଂଗ୍ରାମୀ ଯିଏ ଆମର ଜାତିକେ ବତେଇ ଦେଇଯାଇଥଲେ ସ୍ୱାଭିମାନ କାଣା,ମାଁ ମାଏଟ୍ ଲାଗି ଯାହାକଁର୍ ଜୀବନ୍ ସମର୍ପିତ ଥିଲା, ସେନ୍ତା ଝନେ ଅମର ଯୋଦ୍ଧାକୁଁ ଦୁବାଇନେ ଶ୍ରଦ୍ଧାଞ୍ଜଲି ଦେଇଛନ୍ ପ୍ରବାସୀ ଓଡ଼ିଆ ।

Leave A Reply

Your email address will not be published.