ହେଲମେଟ୍ ନାଇଁ ପିନ୍ଧଲେ ବଢବା ଅସବିଧା

ଗାଡି ମଟର ନିୟମ୍ ନାଇଁ ମାନୁଥିବାର ଲୁକକଁର ଉପରେ ଚଢଉ, ସୁବର୍ଣ୍ଣପୁରନେ ଜୋରଦାର୍ ଚେକିଂ

0

ଇହାଦେ ରାଜ୍ୟ ପରିବହନ୍ ବିଭାଗ ଆଡୁ ଗାଡି ମଟର ନିୟମ ଉପରେ ଜୋରଦାର ଚେକିଂ କରାଯାଉଛେ । ରାଜ୍ୟର ଭିନ୍ ଭିନ୍ ଜିଲ୍ଲାନେ ଆଂଚଳିକ୍ ପରିବହନ୍ ବିଭାଗ ଆରୁ ପୁଲିସ ଅଧିକାରୀ ମାନେ ଚଢଉ ଚଲେଇଛନ୍ । ସବୁର୍ଣ୍ଣପୁରନେ ଭିଲ୍ ଜୋରଦାର୍ ଚାଲିଛେ ଗାଡିମଟର ଯାଂଚ । ଆଂଚଳିକ୍ ପରିବହନ୍ ବିଭାଗ ଆର ପୁଲିସ୍ ମିଶିକରି ସହରର ଭିନ୍ ଭିନ୍ ଜାଗାନେ ଯାଂଚ କଡାକଡି କରାଯାଇଛେ । ନିୟମ୍ ନାଇଁ ମାନୁଥିବାର ଲୁକକଁର ଉପରେ ଚଢଉ କରାଯାଇକରି ଫାଇନ୍ ନେଉଛନ୍ ଅଧିକାରୀ । ଗଲାକାଲି ସହରର ବିଜୁ ପଟ୍ଟନାୟକ୍ ଛକ୍‌ନେ ଯାଂଚ କଡାକଡି କରାଯାଇଥିଲା । ବିନା ହେଲମେଟ୍ ପିନ୍ଧିକରି ଗାଡି ଚଲଉଥିବାର ୧୯ ଜନକଁର ଡିଏଲ୍ ବାତିଲ୍ କରିଦିଆଯାଇଛେ ।

ନିୟମ୍ ନାଇଁ ମାନିକରି ଗାଡି ଚଲଉଥିବାର ଚାଲକକଁରନୁ ଗଲା ଦୁଇ ଦିନ୍ ଭିତରେ ୧୭ ହଜାର ଟଙ୍କା ଫାଇନ୍ ନିଆଯାଇଛେ । ସେଆଡେ କରୋନା ସମିଆଁନେ ନିୟମ୍ ଖିଲାପ୍ କରୁଥିବାର ଲୁକକୁଁରନୁ ଭିଲ୍ ଫାଇନ୍ ନିଆଯାଇଛେ । ଦୁଶରା ଆଡେ ଆଂଚଳିକ୍ ପରିବହନ୍ ବିଭାଗ ଆଡୁ ଭିଲ୍ ଗାଡିମଟର ନିୟମ୍ ନାଇଁ ମାନବାର ଅଭିଯୋଗନେ ୧୫ଟା ମାମଲା ରୁଜୁ ହେଇଛେ । ଗାଡି ଚାଲକ୍ ସାଙ୍ଗେ ବାଇକ୍ ପଛଆଡେ ବସିଥିବାର ଲେକକୁଁ ଭିଲ୍ ହେଲମେଟ୍ ପିନ୍ଧବାର ବାଧ୍ୟତାମୂଲକ୍ କରାଯାଇଛେ । ଇ ନିୟମଟା ଆଏବାର ମାସୁ ଜାରି କରାଯିବା ରାଜ୍ୟନେ ବଲି ପରିବହନ୍ ବିଭାଗ ଆଡୁ ସୂଚନା ଦିଆଯାଇଛେ ।

Leave A Reply

Your email address will not be published.