‘ଆମର ଝି’

ନୂଆଁକରି ଜନମ୍ ହେଇଥିବାର ଟୁକେଲ ଛୁଆର ପଢା ଦାୟିତ୍ୱ କାଣା ହେଲା ଯେ ନେଲେ ଇ ତିନହି ବୁହେନ୍‌?

0

ଗଲା କିଛି ଦିନ୍ ହେଲା ଟୁକେଲ୍ ପାୱାରକେ ନେଇକରି ଜୋରଦାର ଚର୍ଚ୍ଚା ହେଉଛେ । ଭିନ୍ ଭିନ୍ କ୍ଷେତ୍ରନେ ଟୁକେଲକଁର କୀର୍ତ୍ତି ଦେଖୁଛନ୍ ଦୁନିଆଁର ସବୁ ଲୋକ୍ । କେନ୍‌ଠାନେ ମହିଲାମାନେ ମିଶିକରି ଏକଲା ଆକାଶ ଉପରେ ସବୁନୁ ଲମ୍ବା ରାସ୍ତାର ଯାତ୍ରା କରୁଛନ୍ ଫେର୍ କେନ୍‌ଠାନେ ଦିନେକର ଲାଗି ଟୁକେଲ ମୁଖ୍ୟମନ୍ତ୍ରୀ ହେଉଥିବାର ଲେଖେଁ କଥା ଚର୍ଚ୍ଚାକେ ଆସିଛେ । ଆରୁ ଇ ସବୁ ଭିତରେ ଆରୁ ଦୁଇ ପାଦ୍ ଆଗକେ ଯାଇକରି ଆରଗୁଟେ କଥା ଇହାଦେ ଦେଖବାକେ ମିଲିଛେ । ଟୁକେଲ ଛୁଆ ଦିବସନେ ଜନମ୍ ହେଇଥିବାର ଗୁଟେ ନୂଆଁ କରି ଜନମ୍ ହେଇଥିବାର ଟୁକେଲ ଛୁଆର ପଢା ଦାୟିତ୍ୱ ନେଇଛନ୍ ତିନଟା ବୁହେନ୍ । ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାନେ ଗଲାକାଲି ଜନମ୍ ହେଇଥିବାର ପହେଲା ଟୁକେଲ ଛୁଆର ଦଶମ ଶ୍ରେଣୀ ତକ୍ ପାଠପଢାର ସବୁ ଖର୍ଚ୍ଚା ନେବାର ଲାଗି ତିନଟା ଟୁକେଲ ବାହାରିଛନ୍ । ଟୁକେଲ ମାନକଁର ପଢାନୁ ନେଇକରି ତାକଁର ବିକାଶ ଲାଗି କେତନି ଯୋଜନା କରୁଛନ୍ ସରକାର । ବେଟି ପଢାଓ, ବେଟି ବଚାଓ ନାରା ଦେଇକରି ଭିନ୍ ଭିନ୍ ସୁବିଧା ସୁଯୋଗ ଭିଲ୍ ଯୁଗେଇ ଦିଆଯାଉଛେ । ହେଲେ ଇତାର ସତ୍ତ୍ୱେ ଭିଲ୍ ଇଥରେ ଅବହେଲା ଦେଖାଯାଉଛେ । ଆରୁ ଟୁକେଲର ବିକାଶ ଲାଗି ଆର ଶିକ୍ଷା ଲାଗି ନିଜେ ବାହାରିଛନ୍ ଟୁକେଲ । ନାରୀ ଆର ପୁରୁଷ୍ ଦୁହିଜନ୍ ସମାନ୍‌, ସେମାନକଁର ସମାନ୍ ଅଧିକାର ଭିଲ୍ ରହିଛେ । ନାରୀ ଯେ ଖାଲି ଘରେ ରହିକରି ରନ୍ଧାବଢା କରବା ଆର ଘର ସମ୍ଭଲବା ସେଟା ନୁହେଁ । ଆଜିର ନାରୀ କେନସି କାମ୍ କି କେନସି ଗୁନ୍ ପୁଲାକଁରନୁ କମ୍ ନୁହେଁସେ । ପିଲାକଁର ଖଁନ୍ଦନେ ଖଁନ୍ଦ ମିଶେଇକରି ସେ ଭିଲ୍ ସବୁଥିରେ ଆଗକେ ବଢିଛେ ଆରୁ ନିଜକେ ପ୍ରମାଣିତ୍ କରିପାରିଛେ । ଆଉ ସବୁନୁ ବଡ କଥା ହେଲା ନାରୀକଁର ବିକାଶ ଲାଗି ଇହାଦେ ନାରୀ ମାନେ ଗୋଡ୍ କାଢିଛନ୍ । ପୁରୁଷ୍ ପ୍ରଧାନ୍ ସମାଜନେ ଟୁକେଲକୁଁ ଆରୁ ଅବହେଲା କରବାକେ ନାଇଁ ଦିଆଯାଏ , ଏନ୍ତା ପ୍ରତିଶ୍ରୁତିବଦ୍ଧ ହେଇଛନ୍ ଅମାର ମହିଲା ଆରୁ ଟୁକେଲ ମାନେ । ବରଗଡ଼ ଜିଲ୍ଳାନେ ଟୁକେଲ ଛୁଆ ଦିବସନେ ଗୁଟେ ଏନ୍ତା କଥା ଦେଖବାକେ ମିଲିଛେ ଯେନଟା ଇହାଦେ ଇ ଅଂଚଲନେ ଚର୍ଚ୍ଚା ବନିଛେ ଆରୁ ଟୁକେଲକଁର ଉଜ୍ୱଲ ଭବିଷ୍ୟତ୍‌ର କଥା କହୁଛେ । ଗଲାକାଲି ମାନେ ଜାନୁଆରୀ ୨୪ ରଏବାର ଦିନ୍ ବରଗଡ଼ ମୁଖ୍ୟ ଡାକ୍ତରଖାନାନେ ଜନମ୍ ହେଇଥିବାର ଟୁକେଲ ଛୁଆର ପାଠ ପଢା ଦାୟିତ୍ୱ ନେଇଛନ୍ ଏମ.କେ. ଏକାଡେମି ଫାଉଣ୍ଡେସନ୍ ।

ବରଗଡ଼ର ସ୍ୱର୍ଗତ ମହେନ୍ଦ୍ର ନାଗକଁର ତିନି ଝିଅ କୁନ୍ତିଲତା ବାଗ୍‌, ଚନ୍ଦ୍ରିକା ନାଗ୍‌, ସୁସ୍ମିତା ନାଗ୍ । ତିନି ଟୁକେଲ୍ ବାପାକଁର ନାଁନେ ଏନ୍ତା ଗୁଟେ ସଂସ୍ଥା ଖୁଲିଛନ୍ ଗଲା ନଭେମ୍ବର ୧୪ ତାରିଖନୁ । ଇ ସଂସ୍ଥା ଆଡୁ ଗରିବ ଆରୁ ମେଧାବୀ ଛାତ୍ରୀକଁର ଶିକ୍ଷା ଲାଗି ସବୁ ବେବସ୍ଥା ଆରୁ ସୁବିଧା ଯୁଗେଇ ଦିଆଯିବା । ସମାଜ ସେବା, ଶିକ୍ଷାର ବିକାଶ କେନ୍ତା ହେବା ଟୁକେଲ ଛୁଆମାନେ କେନ୍ତା ଆଗକେ ବଢି ପାରବେ ଇ ସବୁ ଲାଗି କାମ୍ କରବାର ଲାଗି ଚାହୁଁଥିଲେ ମହେନ୍ଦ୍ର ନାଗ ଆରୁ ତାକୁଁ ଛୁଆକୁଁ ଭିଲ୍ ହେଇ ଶିକ୍ଷା ଦେଇଥିିଲେ । ଆରୁ ଆଏଜ୍ ବାପାକଁର ସେହି ସପନ୍ ପୁରା କରବାର ଲାଗି ବାହାରିଛନ୍ ତାକ୍‌ଁର ଟୁକେଲମାନେ । ବାପାକଁର ମୃତ୍ୟୁ ପରେ ତାକଁର ମୃତଦେହକେ ଖଁନ୍ଦ ହେଇକରି ଶଶ୍ମାନ ନେଇକରି ମୁଖାଗ୍ନି ଦେଇଥିଲେ ମହେନ୍ଦ୍ରକଁର ତିନି ଟୁକେଲ୍ । ବାପାକଁର ଦେଖେଇଥିବାର ରାସ୍ତାନେ ଆଗକେ ଯାଇକରି ଟୁକେଲକଁର ଶିକ୍ଷା ଲାଗି କାମ୍ କରବାର କଥା ଭାବିଛନ୍ ।

ଆଘୋନୁ ସଂସ୍ଥା ଆଡୁ ସ୍ଥାନୀୟ ସରପଂଚକଁର ସହଯୋଗନେ ଦୁଇଟା ଟୁକେଲ ଛୁଆକଁର ପାଠପଢା ଖର୍ଚ୍ଚା ନେଇ ସାରିଥିବାର ବେଲକେ ଫେର୍ ଗୁଟେ ନୂଆଁକରି ଜନମ୍ ହେଇଥିବାର ଟୁକେଲ ଛୁଆର ଭବିଷ୍ୟତ୍ ଗଢବାର ଲାଗି ହାତ ବଢେଇଛନ୍ । ବରଗଡ଼ ମେଡିକାଲ ସିଡିଏମଓ ଡ଼. ଅରୁଣ ପାତ୍ରକଁର ଉପସ୍ଥିତିନେ ଇ କାର୍ଯ୍ୟକ୍ରମ୍‌ର ଆୟୋଜନ୍ କରାଯାଇଥିଲା । ଏମ.କେ. ଏକାଡେମି ଫାଉଣ୍ଡେସନ୍‌ର ଏନ୍ତା ପଦକ୍ଷେପ୍‌କେ ସବୁନେ ପ୍ରଶଂସା କରାଯାଉଛେ । ଟୁକେଲ ପଢଲେ ଇ ଦେଶର ଭିଲ୍ ବିକାଶ ହେଇପାରବା ଖାଲି ପିଲାକଁର ଶିକ୍ଷା ଉପରେ ଗୁରୁତ୍ୱ ନାଇଁ ଦିଆଯାଇକରି ଟୁକେଲକଁର ଶିକ୍ଷା ଉପରେ ଗୁରୁତ୍ୱ ଦିଆଯିବାର ସମିଆଁ ଆସିଯାଇଛେ । ଆଜିର ସମାଜ୍ ଧୀରେ ଧୀରେ ବଦଲିବାର ଲାଗଲାନ୍ , ଦିନେ ଟୁକେଲ ଛୁଆ କହିକରି ମାଁର ପେଟୁ ହିଁ ମାରି ଦିଆଯାଉଥିବାର ଟୁକେଲ୍ ଆଏଜ୍ ଆରୁ ଅସହାୟ ନାଇଁ ହେଇ । ଗୁଟେ ଟୁକେଲ ଲାଗି ଆର ଗୁଟେ ଟୁକେଲ୍ ଇହାଦେ ଠିଆ ଉଠିକରି ତାହାକେ ସମର୍ଥନ୍ କରୁଛେ ।

Leave A Reply

Your email address will not be published.