କ୍ରିକେଟ୍ ଇତିହାସ୍‌ରେ ଶିଳାଲେଖ୍‌: ୨-୧ରେ ବର୍ଡର୍‌-ଗାଭାସ୍କର୍ ସିରିଜ୍ ଜିତ୍‌ଲା ଭାରତ

0

କିଛିଟା ଘଟ୍‌ନା କେ ଖବର୍ କୁହାଯାଏସି ତ ଆର୍ କେତେଟା କେ ଐତିହାସିକ୍ ମୁହୂର୍ତ୍ତ । ଯେତକି ବେଲକେ ମୁନୁଷ୍ ସମାଜ୍ ପଛକେ ଉଲଟି କରି ଦେଖସି ସେତେବେଲେ ସେଇ ଜିନିଷ୍ ମାନେ ହିଁ ତାହାକେ ଇତିହାସ୍ ବାବଦରେ ବତାସି ଆର୍ ଭବିଷ୍ୟତ୍ ଲାଗି ରାହା ଦେଖାସି । ବାକି ଆଏଜ୍ ଭାରତର କ୍ରିକେଟ୍ ଦଲ୍ ଅଷ୍ଟ୍ରେଲିଆର୍ ମାଏଟ୍‌ନେ ଯାହା କରିକରି ଦେଖେଇଛେ ସେଟା ଖାଲି କେହେନ୍‌ସି ଖବର୍‌କାଗଜ୍‌ର ଘଟ୍‌ନା ନାଇଁସେ କି ଛୋଟ୍ ମୋଟ୍ ଐତିହାସିକ୍ ଘଟ୍‌ନା ନାଇଁସେ । ସବୁ ହିସାବେ ଆଏଜ୍‌ର ସେ ଚମତ୍କାର୍‌କେ ଖାଲି ଭାରତର ନାଇଁ, ପୁରା ଦୁନିଆଁର୍ କ୍ରିକେଟ୍ ଇତିହାସ୍‌ନେ ଗୁଟେ ଶିଳାଲେଖ୍ ହେଇକରି ରହେବା । ଅଷ୍ଟ୍ରେଲିଆକେ ଅଷ୍ଟ୍ରେଲିଆନେ ଏକା ହରେଇକରି ୨-୧ନେ ବର୍ଡର୍‌-ଗାଭାସ୍କର୍ ସିରିଜ୍ ଜିତିଛେ ଭାରତ । ସିରିଜ୍‌ତ ଇତାର୍ ଆଘର୍ ଥରବି ଜିତିଥିଲା ଭାରତ ବାକି ଆଏଜ୍‌କା ଯେନ୍ ହିସାବେ ଭାରତ୍ ଅଷ୍ଟ୍ରେଲିଆକେ ହରେଇଛେ ସେଟା ଆଏବାର୍ ସମିଆନେ ସବୁଦିନ୍ ଲାଗି ସବୁ କ୍ରିକେଟ୍ ଖେଲାଲି ମାନକେ ପ୍ରେରଣା ଦେବା ।

ବ୍ରିସବେନ୍ ଠାନେ ସିରିଜ୍‌ର ୪ ନମ୍ବର୍ ଟେଷ୍ଟ୍ ମୂଲ୍ ହେବାର୍‌ତକର୍ ଦୁହି ଦଲ୍ ଗୁଟେ ଗୁଟେ ଟେଷ୍ଟ ମ୍ୟାଚ୍ ଜିତିଥିଲେ । ସବୁଠାନୁ ପହେଲା ଟେଷ୍ଟ୍‌ତ ଭାରତ ଯେନ୍ ହିସାବେ ମ୍ୟାଚ୍ ହାରିଯାଇଥିଲା ସେଟା କେହି ନାଇଁ ପାଶରିଥାଇ ତାଲି । ସେନୁ ବିରାଟ୍ କୋହଲି ବାପା ହେବାର୍ ଛୁଟିନେ ଭାରତ ଫିରିଥିଲେ ଆର୍ ଦଲର୍ ନେତୃତ୍ୱ ଆସିଥିଲା ଅଜିଙ୍କ୍ୟ ରାହାଣେକଁର୍ ପାଖକେ । ସେତାର୍ ପରେ କିନ୍ଦରିଥିଲା ଭାରତର୍ ଭାଗ୍ୟ ଆର୍ ବହୁତ୍ ଭଲ୍ ହିସାବେ ଦୁଇ ନମ୍ବର୍ ମ୍ୟାଚ୍ ଜିତିଥିଲା ଦଲ୍ । ୩ ନମ୍ବର୍ ଟେଷ୍ଟ୍ ମ୍ୟାଚ୍‌କେବି ବହୁତ୍‌ହିଁ ଭଲ୍ ହିସାବେ ଖେଲିକରି ଡ୍ର ରଖିଥିଲା ଭାରତ । ସେ ଟେଷ୍ଟନେ ଭାରତର ବହୁତ୍‌ଟେ ବଡ୍ ବଡ୍ ଖିଲାଡି ଆହତ୍ ହେଇଯାଇଥିଲେ । ତାର୍ ପରେ ମୂଲ୍ ହେଇଥିଲା ୪ ନମ୍ବର ଟେଷ୍ଟ । ଇଟାକେ ଜିତିକରି ବର୍ଡର୍‌-ଗାଭାସ୍କର୍ ଟ୍ରଫିକେ ଭାରତଠାନୁ ଛଡେଇନେବାର୍‌କେ ଜାନ୍‌ଜୀବନ୍‌କେ ଏକ୍ କରି ଉତରିଥିଲା ଅଷ୍ଟେଲିଆ ଦଲ୍ । ବାକି ଭାରତକେ ଘାରିଥିଲା ବହୁତ୍ ବଡ୍ ଚିନ୍ତା । ଭାରତର ୭ଟା ବଡ୍ ଖିଲାଡି ଆହତ୍ ହେଇସାରିଥିଲେ ଆର୍ ନୂଆଁ ନୂଆଁ ଖିଲାଡି ମାନକୁ ନେଇକରି ଖେଲବାର୍‌କେ ବାଧ୍ୟ ହେଇଥିଲା ଦଲ୍ । ପହେଲା ଇନିଂସ୍‌ରେ ଅଷ୍ଟ୍ରେଲିଆ ୩୩ ରନ୍‌ର ଲିଡ୍ ଭିଲ୍ ନେଇଥିଲା । ତାର୍ ପରେ ଅଷ୍ଟ୍ରେଲିଆ ତାର୍ ଦୁଇ ନମ୍ବର୍ ପାରିନେ କାଉଣ୍ଟର୍ ଆଟାକ୍ ଆରମ୍ଭ୍ କରିଥିଲା ବାକି ଭାରତର ବୋଲର୍ ମାନେ ବହୁତ୍ ଭଲ୍ ବୋଲିଂ କରିକରି ୨୯୪ ରନ୍‌ନେ ଅଲ୍‌ଆଉଟ୍ କରିଥିଲେ ।

ତ ସବୁ ମିଶେଇକରି ଭାରତକେ ୩୨୮ ରନ୍‌ର ଟାର୍ଗେଟ୍ ମିଲିଥିଲା । ଇ ଟାର୍ଗେଟ୍‌କେ ଦେଖିକରି ସବୁ ବଡ୍ ବଡ୍ କ୍ରିକେଟ୍ ପଣ୍ଡିତ୍ ମାନେ କହିଥିଲେ ଯେ ଭାରତ ଇ ମ୍ୟାଚ୍ ଜିତିତ ନାଇଁ ପାରେ ଯଦି ଭାରତ ମ୍ୟାଚ୍ ଡ୍ର ବି କରିପାରବା ବେଲେ ବହୁତ୍ କଥା ହେବା ବଲିକରି କହିଥିଲେ । ବାକି ସବୁ ଅସମ୍ଭବକେ ସମ୍ଭବ୍ କରିକରି ଦେଖେଇଥିଲେ ଭାରତର ଯୁଆନ୍ ଖିଲାଡି ମାନେ । ୫ ନମ୍ବର ଦିନେ ଭାରତର୍ ଜୁଆନ୍ ଖିଲାଡି ମାନେ ଇ ପ୍ରକାର୍ ଖେଲ୍ ଦେଖେଇଥିଲେ ଯେ ସାରା କ୍ରିକେଟ୍ ଦୁନିଆଁ ଆକାଭୂତ୍ ହେଇକରି ରହିଯାଇଥିଲା । ଶୁଭ୍‌ମନ୍ ଗିଲ୍ ୯୧ ଆର୍ ପୂଜାରା ୫୬ ରନ୍ କରିଥିଲେ ଆର୍ ରିସଭ୍ ପନ୍ଥ ୮୯ ରନ୍ କରିକି ଟିମ୍‌କେ ଜିତେଇକରି ଆସିଥିଲେ । ବାକି ପୁରା ମ୍ୟାଚ୍‌ନେ ଟିମ୍‌ର ସବୁ ଖେଲାଲୀ ଭଲ୍ ଖେଲିଥିଲେ ଆର୍ ସବୁ ସେସନ୍‌ନେ ଭାରତକେ ନୂଆଁ ନୂଆଁ ହିରୋ ମାନେ ମିଲିଥିଲେ । ପୁରା ଦଲ୍ ଏନ୍ତା ଖେଲିଥିଲା ଯେ ସେମାନଙ୍କର୍ ଖେଲ୍ ଦେଖିକରି ଅଷ୍ଟ୍ରେଲିଆ ଅକାବକା ରହିଯାଇଥିଲା । ଭାରତ୍ ୩ ୱିକେଟ୍‌ନେ ଜିତିଥିଲା ଆର୍ ବର୍ଡର୍‌-ଗାଭାସ୍କର୍ ଟ୍ରଫିକେ ନିଜର୍ ପାଖେ ରଖିଥିଲା ।


ଗୁଟେ ସିରିଜ୍ କି ମ୍ୟାଚ୍ ଜିତିଯିବାର୍‌ଟା ବହୁତ୍ ବଡ୍ କଥା ନାଇଁସେ ବାକି ଭାରତ୍ ଯେନ୍ ହିସାବେ ଇ ସିରିଜ୍‌ଟା ଜିତିଛେ ସେଥରୁ ଜନାପଡୁଛେ ଯେ ଭାରତ୍‌ର କ୍ରିକେଟ୍‌ର ଭବିଷ୍ୟତ୍ ବହୁତ୍ ହିଁ ଭଲ୍ ଆଏ । ଯୁଆନ୍ ଖିଲାଡି ମାନେ ଯେନ୍ ହିସାବର୍ ଖେଲ୍ ଦେଖେଇଛନ୍ ସେଥରୁ ଭାରତ୍‌କେ ବହୁତ୍‌ଟେ ଜିନିଷ୍ ମିଲିଛେ ଯେନ୍‌ଟା ଦେଶର୍ କ୍ରିକେଟ୍‌କେ ବହୁତ୍ ଆଗକେ ନେଇକରି ଯିବା । ଭାରତ ଯେନ୍ ହିସାବେ ଇ ସିରିଜ୍ ଜିତିଛେ ସେଟକେ କ୍ରିକେଟ୍ ପଣ୍ଡିତ୍ ମାନେ ଭାରତର ବିଶ୍ୱକପ୍ ଜିତବାର୍ ବାଗିର୍ ସମିଆ ବଲିକରି କହିଛନ୍ । ଦଲର୍ ଖିଲାଡି ମାନକର୍ ଲାଗି ବିସିସିଆଇ ଆଡୁ ୫ କୋଟି ଟଁକାର୍ ବୋନସ୍ ଘୋଷଣା କରାଯାଇଛେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆର୍ ରାଏଜର୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକବ ଭାରତର୍ କ୍ରକେଟ୍ ଦଲ୍‌କେ ଅଭିନନ୍ଦନ୍ ଜନେଇଛନ୍ ।

Leave A Reply

Your email address will not be published.