କରୋନା ସମିଆଁନେ କେନସି ଭିଲ୍ ରୁଗୀ ରକତ୍ ଅଭାବନୁ ନାଇଁ ମରୁନ୍

0

ଇହାଦେ କରୋନା ରୋଗୀ ବଢୁଥିବାରନୁ ଚିନ୍ତା ବଢିଛେ । ଏନ୍ତାଥି ଦୁଶରା ବେମାରୀ ମାନେ ରହିଛନ୍ ଯେନମାନେ ଡାକ୍ତରଖାନାନେ ଚିକିତ୍ସିତ୍ ହେଉଛନ୍ । ହେଲେ କରୋନା ସମିଆଁନେ ରକତ୍ ଅଭାବ ଲାଗି କେତନି ଅସବିଧା ଦେଖବାର ଲାଗି ମିଲୁଛେ ଏନ୍ତା କି କିଛି ଜନ୍ ରକତ୍ ନାଇଁ ପାଇକରି ମରିଯାଉଛନ୍ । ରକତ୍ ଦାନ୍ ଶିବିର ମାନେ ବେଶୀ ନାଇଁ ହେଉଥିବାର ବେଲକେ ଲୋକ୍ ଭିଲ୍ ରକତ୍ ନାଇଁ ଦେବାର ଯେନଥିର ଲାଗି ଅସବିଧା ହେଉଛେ । ସୁନ୍ଦରଗଡ଼ କନିକାନେ ବିଜୁ ଛାତ୍ର ସଂଗଠନ୍ ଆଡୁ ଗୁଟେ ରକତ୍ ଦାନ୍ କାର୍ଯ୍ୟକ୍ରମ୍ କରାଯାଇଥିଲା । ଯେନଠାନେ କରୋନା ଗାଇଡଲାଇନ୍ ମାନିକରି ରକତ୍ ନିଆଯାଇଛେ । ଆଘରର ବିଧାୟକ ଯୋଗେଷ ସିଂ ଭିଲ୍ ଇଠାନେ ସାମିଲ୍ ହେଇକରି ଛାତ୍ର ସଂଗଠନ୍ ତଥା ରକତ୍‌ଦାତାକୁଁ ଉତ୍ସାହିତ୍ କରିଥିଲେ ଆରୁ ଏନ୍ତା ସମିଆଁନେ ରକତ୍ ଦେବାର ଲାଗି କହିଥିଲେ । ରକତ୍ ଅଭାବନେ ଯେନ୍ତା କେହି ନାଇଁ ମରବେ ହେତିର ଲାଗି ସମକୁଁ ସହଯୋଗ କରବାର ଲାଗି ମୁଖ୍ୟମନ୍ତ୍ରୀ ଭିଲ୍ ଆହ୍ୱାନ୍ ଦେଇଛନ୍ । ରକତ୍ ଦାନ୍ ଶିବିରନେ କେନ୍ତା କାଣା କରାଯାଇଥିଲା ଦେଖୁନ୍ ପହରାର ଇ ଭିଡିଓନେ ।

Leave A Reply

Your email address will not be published.