ବିରାଟ୍‌@ ୩୩

ହ୍ୟାପି ବର୍ଥଡେ କ୍ୟାପଟେନ୍ କୋହଲି

0

କ୍ରିକେଟ୍ ପଡିଆନେ ଛକ୍କା ଚଉକାର ଯାଦୁ ଦେଖାସନ୍ ସେ । ଦୁନିଆଁର ନାଁକରା କ୍ରିକେଟ୍ ତାରକା ମାନକଁର ଭିତରୁ ସେ ଝନେ । ତାକୁଁ ପରିଚୟର କେନସି ଦରକାର ନାଇଁନ । ଭାରତ କ୍ରିକେଟ୍ ଟିମ୍‌୍‌ର କ୍ୟାପଟେନ୍ ବିରାଟ କୋହଲିକଁର କଥା ଆମେ କହୁଛୁ । ଆଝି ହେଉଛେ ବିରାଟକଁର ଜନମ୍ ଦିନ୍ । ୩୨ ପୁରିକିରି ୩୩ ବରଷ୍‌ଥି ପାହା ଥାପିଛନ୍ କୋହଲି । ୫ ନଭେମ୍ବର ୧୯୮୮ଥି ଦିଲ୍ଲୀନେ ଜନମ୍ ହେଇଥିଲେ ବିରାଟ୍ । ଛୁଆବେଲୁ ହିଁ ବିରାଟକଁର କ୍ରିକେଟ୍ ଖେଲ ଲାଗି ମନ୍ ରହିଥିଲା । ଆଉ ଇ କଥା ତାକଁର ବାପା ଜାନଲା ପରେ ତାକୁଁ ୯ ବରଷନୁ କ୍ରିକେଟ୍ ଟ୍ରେନିଂ ଲାଗି ପଠେଇଥିଲେ ।

୨୦୦୮ ମସିହାନେ କୋହଲିକଁର କ୍ୟାପ୍ଟେନସିପ୍‌ନେ ଇଣ୍ଡିଆନ୍ ଟିମ୍ ଅଣ୍ଡର-୧୯ ୱାର୍ଲ୍ଡକପ୍‌ନେ ଜିତିଥିଲେ । ଆର ଇତାର ବାଦ୍ ବିରାଟକୁଁ ଟିମ୍ ଇଣ୍ଡିଆ ଲାଗି ପହେଲା ଥର ଅନ୍ତର୍ଜାତୀୟ ସ୍ତରନେ ଖେଲବାର ସୁଯୋଗ ମିଲିଥିଲା । ୨୦୧୧ ୱାର୍ଲଡ କପ୍‌ନେ ସେ ଖେଲିକରି ପହେଲା ଶତକ୍ ମାରିଥିଲେ । ଇତାର ବାଦ୍ ଅନ୍ତର୍ଜାତୀୟ କ୍ରିକେଟ୍ ଜଗତ୍‌ନେ ବିରାଟକଁର ନାଁ ବଢି ବଢି ଚାଲଲା । ଦିନକିଆ କ୍ରିକେଟ୍‌ନେ ଲଗାତାର ୩ଟା ଶତକ୍ ଲଗାତାର ମାରିଥିବାର ପହେଲା ଭାରତୀୟ କ୍ରିକେଟର ହେଉଛନ୍ ବିରାଟ୍ । ଇହାଦେ ଆଇପିଏଲ-୨୦୨୦ ମେଚ୍ ଲାଗି ୟୁଏଇନେ ଅଛନ୍ ବିରାଟ୍ । ଆଗକେ ବାପା ହେବାକେ ଯାଉଥିବାର ବିରାଟକୁଁ ତାକଁର ଜନମ୍ ଦିନେ ଫ୍ୟାନ୍ ଆରୁ ଶୁଭେଚ୍ଛୁ ଗୁରଦୁଟେ ଭଲପାଏବାର ଆର ଶୁଭକାମନା ଜନେଇଛନ୍ ।

Leave A Reply

Your email address will not be published.