ପ୍ରଧାନମନ୍ତ୍ରୀକଁର ସାଙ୍ଗେ କଥାହେଲେ ନୂଆପଡ଼ା ଚାଷୀ

କିଷାନ୍ କ୍ରେଡିଟ୍ ବାବଦେ ଭିଡିଓ କନଫରେନ୍ସିଂନେ ଚାଷୀକୁଁ ଅଏତକା ସୂଚନା ଦେଲେ ପ୍ରଧାନମନ୍ତ୍ରୀ

0

କୃଷକ୍ ଆନ୍ଦୋଲନ୍ ଲାଗି ଦେଶ ଉଠୁଛେ ପଡୁଛେ । ଇହାଦେ ଭିଲ୍ ସିଂଘୁ ସୀମାନେ ହଜାର ହଜାର ଚାଷୀ ଧାରନାନେ ବସିଛନ୍ । କେନ୍ଦ୍ର ସରକାରକଁର କୃଷି ଆଇନ୍‌କେ ବିରୋଧ କରିକିନା ଚାଷୀ ଗୁଟେ ଆଡେ ଆନ୍ଦୋଲନ୍ କରୁଥିବାର ବେଲକେ ଦୁଶରା ଆଡେ ପ୍ରଧାନମନ୍ତ୍ରୀ ଚାଷୀ ମାନକଁର ସାଙ୍ଗେ ସିଧାସଲଖ୍ କଥା ହେଇଛନ୍ । ଭିଡିଓ କନଫରେନ୍ସିଂ ଆଡୁ ପ୍ରଧାନମନ୍ତ୍ରୀ ଚାଷୀକଁର ସାଙ୍ଗେ କଥା ହେଇଛନ୍ । ଇ ସମିଆଁନେ ନୂଆପଡ଼ାର ଚାଷୀ ନବୀନ ଠାକୁରକଁର ସାଙ୍ଗେ ଭିଲ୍ ଭିଡିଓ କନଫରେନ୍ସିଂନେ କଥା ହେଇଛନ୍ ପ୍ରଧାନମନ୍ତ୍ରୀ ।

କିଷାନ୍ କ୍ରେଡିଟ୍ କାର୍ଡ ମିଲିଛେ କି ନାଇଁ ଆରୁ ସେ ଇଟାକେ କେନ୍ ହିସାବେ କାମେ ଲଗେଇପାରିଛନ୍‌, କେତେ ଜମିନୁ ଚାଷ କରୁଛନ୍ ସେ ବାବଦେ ଭିଲ୍ ପଚରେଇ ବୁଝିଥିଲେ । କିଷାନ୍ କ୍ରେଡିଟ୍ କାର୍ଡ ବାବଦେ ଅଏତକା କଥା ଚାଷୀକୁଁ ବତେଇଥିଲେ ପ୍ରଧାନମନ୍ତ୍ରୀ । ସେଆଡେ ଚାଷୀ ନବୀନ ଠାକୁରକଁର ସାଙ୍ଗେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବାବାଜୀ ଚରଣ ବେହେରା, ନୂଆଁପଡା ଆତ୍ମା ଉପପ୍ରକଳ୍ପ ନିର୍ଦ୍ଦେଶକ ସୁଧାଂଶୁ ଶେଖର ସାହୁ ଉପସ୍ଥିତ ଥିଲେ । ସୂଚନା ହିସାବେ କେନ୍‌ଦ୍ର ସରକାର ‘କିଷାନ୍ ସମ୍ମାନ୍ ନିଧି’ ଯୋଜାନାର ଆର ଗୁଟେ କିସ୍ତି ଚାଷୀକୁଁ ଦିଆଯାଇଛେ । ୯ କୋଟି ଚାଷୀକଁର ଆକାଉଣ୍ଟକେ ୧୮,୦୦୦ କୋଟି ଟଙ୍କା ଦିଆଯାଇଛେ । ଇ ଯୋଜନା ଆଡୁ ପହେଲା କିସ୍ତି ୨୦୧୯ନେ ଦିଆଯାଇଥିଲା ଚାଷୀକୁଁ ।

Leave A Reply

Your email address will not be published.