ରାଜ୍ୟନେ ହେବା ପ୍ରକୃତି ପର୍ଯ୍ୟଟନକେନ୍ଦ୍ରର୍‌ ବିକାଶ୍‌

୮ଟା ପ୍ରକୃତି ପର୍ଯ୍ୟଟନକେନ୍ଦ୍ରର ବିକାଶ୍‌ କରବେ ରାଜ୍ୟସର୍‌କାର୍‌

0

ଗଲା ୫ ବଛର ଭିତରେ ପର୍ଯ୍ୟଟନ୍‌ ବିଭାଗ୍‌ନେ ୧୦୧ପ୍ରତିଶତ ରାଜସ୍ୱ ବଢିଛେ । ଫି ବରଷ୍‌ ବରେହିପାନି, ଚାନ୍ଦିପୁର, ଚିତ୍ରକୋଣ୍ଡା, ସିତାଗୁଡା, ନୃସିଂନାଥ, କୋରାପୁଟ ର ପାଇନ ଜଙ୍ଗଲ୍‌ ,ପାଟୋରା ଡେମ୍‌, ଆର ଟେନସାକେ ପ୍ରକୃତି ପର୍ଯଟନକେନ୍ଦ୍ର ହିସାବେ ତାର ବିକାଶ୍‌ କରବାର ଲାଗି ରାଜ୍ୟ ସରକାର କହିଛନ । ଲୋକସଭା ଭବନଥି କରାଯାଇଥିବାର ମିଟିଙ୍ଗ୍‌ନେ ପିସିସିଏଫ୍‌ଙ୍କର କହେବାର ହିସାବେ ୨୦୧୫ -୧୬ନେ ଇକୋ ପର୍ଯ୍ୟଟକ ଆଡୁ ୧୮ଟା ଜିଲ୍ଲାନେ ୪୭ଟା ଇକୋ ସ୍ପଟର ବିକାଶ କାମ୍‌ ଆରମ୍ଭ ହେଇଛେ ଯେନେକି ୩୫୦ଟା ବଖରାନେ ୭୦୦ନୁ ଅଧ୍‌କା ପର୍ଯ୍ୟଟକ ରହେବାର ସୁବିଧା କରାଯାଇଛେ । ଆର୍‌ ସାତକୋଶିାଆ, ବିଚିତ୍ରପୁର, ସିମିଲିପାଲ, ଟିକରପଡା, ଖଣ୍ଡାଧାର , ଦେବ୍ରିଗଡ, ଡେରାସ କେ ଆସୁଥିବାର ପର୍ଯ୍ୟଟ୍‌କ ସଂଖ୍ୟା ବଢୁଛେ । ୨୦୧୭-୧୮ନେ ୧୭୧୪୮ଆର ୨୦୧୯-୨୦ନେ ୪୬୦୧୯କେ ବଢିଛେ ୨୦୧୫-୧୬ନେ ୪୬ଲାଖ୍‌ ରାଜସ୍ୱ ଥିବାରବେଲେ ୨୦୧୯-୨୦କେ ୬.୮୫କୋଟି ହେଇଛେ ।

ରାଜସ୍ୱର ୮୦ଭାଗ ପର୍ଯ୍ୟଟନ ଜାଗାକେ ଦେଖାରଖା କରୁଥିବାର କମିଟି ମାନକୁଁ ଦିଆଯାଇଛେ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ୍‌ ଡ.ମୋନା ଶର୍ମା କହିଛନ । ଇକୋ ଟୁରିଜିମ ପରିବେଶ ଆର ସ୍ଥାନିୟ ଲୋକମାଙ୍କର ଉନ୍ନତି କରବାର ମାଧ୍ୟମ ବନବା ବୋଲି ଶାସନ ସଚିବ୍‌ ଅସିତ ତ୍ରିପାଠୀ କହିଥିଲେ । ଇକୋ ସ୍ପଟ୍‌ନେ ସଫାରୀ, ବୋଟିଂ ,ୱାଚ୍‌ ଟାୱାର ସୁବିଧା କରାଯିବା ବୋଲି ମିଟିଙ୍ଗ୍‌ନେ କହିଥିଲେ ।

Leave A Reply

Your email address will not be published.