ପ୍ରତିନିଧି ସଭାକେ ୪ ଭାରତୀୟ ବଂଶୋଦ୍ଭବ ନିର୍ବାଚିତ୍‌

ଫେର୍ ଘାଏ ନିର୍ବାଚିତ୍ ହେଇକରି ନିଜର ଜାଗା ସୁରକ୍ଷିତ୍ ରଖିଛନ୍ ୪ ଭାରତୀୟ ବଂଶୋଦ୍ଭବ

0

ଆମେରିକାନେ ଚାଲିଥିବାର ରାଷ୍ଟ୍ରପତି ନିର୍ବାଚନ୍ ଉପରେ ଇହାଦେ ସବକର ନଜର ରହିଛେ । ଡୋନାଲ୍ଡ ଟ୍ରମ୍ପ ଆରୁ ଜୋ ବିଡେନ୍‌କଁର ଭିତରେ କଡା ଟକ୍କର ଚାଲିଥିବାର ବେଲକେ କିଏ ଜିତବା ଆର କିଏ ହାରବା ସେ ନେଇକରି ଚାଲିଛେ ଗଣିତ କଷା । ଇତାର ଭିତରେ ହାଉସ୍ ଅଫ୍ ରିପ୍ରେଜେଣ୍ଠିଟିଭ୍ ହିସାବେ ଡେମୋକ୍ରେଟିକ୍ ପାର୍ଟିନୁ ଲଢୁଥିବାର ୪ ଭାରତ ବଂଶୋଦ୍ଭବ ଜିତିଛନ୍ । ଡଃ ଆମି ବେରା, ପ୍ରମିଳା ଜୟପାଲ, ରୋ ଖାନ୍ନା ଆରୁ ରାଜା କୃଷ୍ଣମୂର୍ତ୍ତି ଇଥରେ ଜିତ୍ ହାସିଲ କରିଛନ୍ । ଇ ଚାରି ଚାରି ଜନ୍ ପହେଲାନୁ ଆମେରିକା କଂଗ୍ରେସର ତଲ ସଦନନେ ରହିଥିଲେ ।

ସେଆଡେ ଡଃ ହିରାଲ ତିପିର୍‌ନେନିକଁର ଭିଲ୍ ଆରୀଜୋନାନୁ ଜିତବାର ଆଶ୍ କରାଯାଉଛେ । ଯଦି ସେ ଜିତୁଛନ୍ ତାହାଲେ ସେ ଦୁଇ ନମ୍ବର ଭାରତ ବଂଶୋଦ୍ଭବ ମହିଲା ହେବେ ଯେ କି ପ୍ରତିନିଧି ସଭାର ସଦସ୍ୟତା ହାସିଲ କରବେ । ରୋ ଖନ୍ନା କାଲିଫର୍ଣ୍ଣିଆନୁ ତିନ୍ ନମ୍ବର ଥର ଲାଗି ନିର୍ବାଚିତ୍ ହେଇଛନ୍ । ସେନ୍ତା ଆମି ବେରା ପାଂଚ ନମ୍ବର ଥର ଲାଗି ବିଜୟ ଲାଭ୍ କରିଛନ୍ । ପ୍ରତିନିଧି ସଭାନେ ଇତାର ଆଗରୁ ୫ଜନ୍ ଭାରତୀୟ ରହିଥିଲେ । କମଳା ହାରିସ୍ ଇ ପାଂଚ ଜନ୍‌କଁର ଭିତରୁ ଜନେ ହେଇଥିବାର ବେଲକେ ଇ ବଛର ନିର୍ବାଚନନେ ସେ ଡେମୋକ୍ରେଟିକ୍ ଦଲନୁ ଉପରାଷ୍ଟ୍ରପତି ପଦ ଲାଗି ପ୍ରତିଦ୍ୱନ୍ଦିତା କରୁଛନ୍ ।

Leave A Reply

Your email address will not be published.