ଦୁନିଆଁ ମାନୁଛେ “ବିଶ୍ୱ ପାଇଖାନା ଦିବସ୍‌’

0

 


ଆଏଜ୍‌କା ସାରା ଦୁନିଆଁ ମାନୁଛେ “ବିଶ୍ୱ ପାଇଖାନା ଦିବସ୍‌’ । “ମିଳିତ ଜାତିସଂଘ’ଆଡୁ ସାରା ଦୁନିଆଁର୍ ଲୋକମାନେ ପାଇଖାନା ବେଭାର୍ କରବାର୍‌ଟା କେତେ ଜରୁରୀ ଆଏ ଯେ ସେ ବାବଦରେ ସମକୁ ସଚେତନ୍ କରବାର୍ ଲାଗି ନଭେମ୍ବର୍ ୧୯ ଦିନକେ ସବୁଦେଶେ ଟଏଲେଟ୍ ଡେ ହିସାବେ ପାଲନ କରାଯାଉଛେ । ଆମର୍ ଦେଶର୍ ମାନ୍ୟବର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଇ ଉପରେ ଆଏଜ୍ ତାଁକର୍ ମତାମତ୍ ରଖିଛନ୍ । “ଆଜିର୍ ଦିନେ ଭାରତ ସବୁ ନାଗରିକ୍ ମାନକର୍ ଲାଗି ପାଇଖାନା ତିଆର୍ କରବାର୍ କଥାକେ ଆହୁରି ଜୋର୍ ସୋର୍‌ରେ ଆଗକେ ବଢାବା । ନିଜର୍ ପାଇଖାନାଟା ଖାଲି ଗୁଟେ ସଫାସୁତରାର୍ କଥା ନୁହେ ବରଂ ସାରା ଦେଶର୍ ନାରୀଶକ୍ତିର୍ ଗୁଟେ ସ୍ୱାଭିମାନ ଆଏ ” ବଲିକରି ସେ କହିଛନ୍ ।


ଇହାଦେ ଭିଲ୍ ସାରା ଦୁନିଆଁନେ ପ୍ରାଏ ଅଧା ଲୋକ୍ (୪୦୦ କୋଟି) ଗୁଟେ ସଫାସୁତରା ପାଇଖାନାଟେ ବେଭାର୍ ନାଇଁ କରିପାରବାର୍ ଆର୍ ପ୍ରାଏ ୬୭ କୋଟି ଲୋକ୍ ଖୁଲାନେ ଝାଡା ବସୁଛନ୍ ତାଲି । ଇଥିର୍ ଲାଗି କେତେ କେତେ ବେମାର୍ ଆର୍ ଅଲଗା ଦିହିପାହା ଅସବିଧା ସବୁ ଦେଖବାର୍ କେ ମିଲୁଛେ । ଲୁକର୍ କେତେ କେତେ ଧନ୍‌-ଜୀବନ୍ ଯଉଛେ । ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନକର କହେବାର୍ ହିସାବେ ୫୮% ଡାଏରିଆ ବେମାରିଁକୁ ବାହାରେ ଝାଡା ବସବାର୍ ଲାଗି ହିଁ ଇ ବେମାର୍ ହେସି । ଖାସ୍ କରି ଛୋଟ୍ ଛୁଆ ଆର୍ ମହିଲା ମାନକର୍ ଉପରେ ବାହାରେ ଝାଡା ବସବାର୍ ବହୁତ୍ ଖରାପ୍ ପ୍ରଭାବ୍ ପଡସି । ତ ଇ ସବୁ ଅସବିଧାକେ କମ୍ କରବାର୍‌କେ ହେଲେ ସବୁ ଲୋକ୍ ପାଇଖାନା ବେଭାର୍ କରବାଟା ଜରୁରି ଆଏ । ଆର୍ ସେଥିର୍ ଲାଗି ସବୁ ଦେଶ ମିଶିକରି କାମକରବାର୍ ଜରୁରୀ ଆଏ ବଲିକରି ମିଳିତ ଜାତିସଂଘର୍ ଚେଷ୍ଟାନେ ଇ “ବିଶ୍ୱ ପାଇଖାନା ଦିବସ୍‌’ କରାଯାଉଛେ ।

Leave A Reply

Your email address will not be published.