ଦେଶ ସୋର କରୁଛେ ଇ ମାଏଟର ଦୁହି ମହାନ୍ ନାରୀକୁଁ

ରାଣୀ ଲକ୍ଷ୍ମୀବାଇ ଆରୁ ଇନ୍ଦିରା ଗାନ୍ଧୀକଁର ଆଏଜ୍ ଜନମ୍ ତିଥି

0

ଭାରତ ଦେଶନେ କେତନିଟେ ମହାପୁରୁଷ ଆରୁ ମହାନ୍ ନାରୀ ଜନମ୍ ହେଇକରି ଇ ମାଏଟ୍‌କେ ଗରବ୍ ଆନିଦେଇଛନ୍ । ଇଂରେଜ ଶାସନ ସମିଆଁନେ ଦେଶକେ ସ୍ୱାଧୀନ୍ କରବାର ଲାଗି କେତେ ମହାନ୍ ମହାନ୍ ଲୋକ୍ ନିଜର ଜୀବନ୍ ବାଜି ଲଗେଇଥିଲେ । ସେମାନକଁର ଭିତରୁ ଜନେ ହେଉଛନ୍ ଝାନ୍ସି ରାନୀ ଲକ୍ଷ୍ମୀବାଇ । ଆଏଜ୍ ହେଉଛେ ସେ ମହାନ୍ ନାରୀକଁର ଜନମ୍ ତିଥି । ୧୮୨୮ ମସିହା ନଭେମ୍ବର ୧୯ ତାରିଖନେ ବାରଣାସୀନେ ଗୁଟେ ମରାଠା ପରିବାରନେ ଜନମ୍ ହେଇଥିଲେ । ରାଣୀ ଲକ୍ଷ୍ମୀବାଇକଁର ନାଁ ହେଉଛେ ମଣିକର୍ଣ୍ଣିକା ତାମ୍ବେ । ତାକଁର ବାପା ପେଶୱା ବାଜିରାଓକଁର ପାଶେ ରହିକରି କାମ୍ କରୁଥିଲେ । ସେ ଝାନ୍ସୀର ରାଜା ଗଙ୍ଗାଧର ରାଓ ନେୱାଲକରକୁଁ ବିହା ହେଇଥିଲେ । ରାଜା ରାଓକଁର ପରେ ନିଜେ ଲକ୍ଷ୍ମୀବାଇ ରାଜଶାସନ ସମ୍ଭାଲିକରି ଇଂରେଜକଁର ବିରୁଧନେ ଯୁଦ୍ଧ କରିଥିଲେ । ୧୯୫୭ନେ ଇଂରେଜ ମାନକଁର ବିରୁଧନେ ଲଢିଥିଲେ ରାନୀ ଲକ୍ଷ୍ମୀବାଇ । ନିଜର ଛୋଟ୍ ଛୁଆକେ ପିଠିରେ ଲଦି କରି ଯୁଦ୍ଧଭୂମି ବୀରତା ଦେଖେଇକରି ଦେଶର ଲାଗି ନିଜର ଜୀବନ୍ ଦେଇଥିଲେ । ଆଏଜ୍ ଭିଲ୍ ବୀରତାର କଥା ଉଠଲେ ରାନୀ ଲକ୍ଷ୍ମୀବାଇକଁର ନାଁ ଆଘୋ ଆସିଥିସି । ସେ ଛୁଆଦିନୁ ଯୁଦ୍ଧ କରବାରନୁ ନେଇକରି ଘୁଡାଚଢା ଇ ସବୁ ଜିନିଷର ତାଲିମ୍ ନେଇଥିଲେ । ଯେନଟାକି ତାକୁଁ ପଛେ ବହୁତ୍ କାମ୍ ଦେଇଥିଲା । ପ୍ରଜାକଁର ଲାଗି ବହୁତ୍‌ଟେ କାମ୍ କରିଯାଇଛନ୍ ଲକ୍ଷ୍ମୀବାଇ ।

ରାଣୀ ଲକ୍ଷ୍ମୀବାଇକଁର ସାଙ୍ଗେ ଆଏଜ୍ ଜନେ ମହାନ୍ ନାରୀକଁର ଭିଲ୍ ଜନମ୍ ଦିନ୍ । ଭାରତର ପହେଲା ମହିଲା ପ୍ରଧାନମନ୍ତ୍ରୀ ସ୍ୱର୍ଗତ୍ ଶ୍ରୀମତୀ ଇନ୍ଦରା ଗାନ୍ଧୀକଁର ଆଏଜ୍ ଜନମ୍ ତିଥି । ୧୯୧୭ ନଭେମ୍ବର ୧୯ ତାରିଖନେ ଆହ୍ଲାବାଦ୍‌ନେ ଇନ୍ଦିରକଁର ଜନମ୍ ଗୁଟେ କଶ୍ମିରୀ ପଣ୍ଡିତକଁର ଘରେ ହେଇଥିଲା । ସେ ଦେଶର ସ୍ୱାଧିନତା ଲାଗି ବହୁତ୍‌ଟେ କାମ୍ କରିଥିଲେ । ଭାରତର ପହେଲା ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁକଁର ଟୁକେଲ ହେଉଛନ୍ ଇନ୍ଦିରା । ପଛେ ନିଜେ ଭିଲ୍ ରାଜନୀତିନେ ପଶିକରି ଇନ୍ଦିରା ଦେଶର ପ୍ରଧାନମନ୍ତ୍ରୀ ହେଇକରି ବନେ ଦିନ୍ ତକ୍ ଦେଶର ଶାସନ୍ ଭାର ସମ୍ଭଲେଇଥିଲେ । ସେ ପ୍ରଧାନମନ୍ତ୍ରୀ ଥିଲା ସମିଆଁନେ ପାକିସ୍ତାନର ବଦମାସିକେ କାଟବାର ଲାଗି ଭାରତୀୟ ଆଡୁ ପାକିସ୍ତାନନୁ ବାଙ୍ଗଲାଦେଶକେ ଅଲଗା କରିଥିଲେ । ୧୯୬୬ ଜାନୁୟାରୀନୁ ନେଇକରି ମାର୍ଚ୍ଚ ୧୯୭୭ ତକ୍ ପହେଲା ଖେପ୍ ଆରୁ ଦୁଇ ନମ୍ବର ଥର ୧୯୮୦ନୁ ୧୯୮୪ ତକ୍ ପ୍ରଧାନମନ୍ତ୍ରୀ ପଦନେ ରହିଥିଲେ । ତାକଁର ସମିଆଁନେ ଦେଶର କେତନି ବିକାଶ କାମ୍ ସବୁ ହେଇଥିଲା । ଆଏଜ୍ ତାକଁର ଜନମ୍ ତିଥିନେ ତାକୁଁ ପୂରା ଦେଶ ସୋର ପକଉଛେ ।

Leave A Reply

Your email address will not be published.