ରାଏଜ୍ ନେ ଦିନେ ଥି ହେଲା ୩୨,୨୫୬ ଟିକାଦାନ୍

0

ରାଏଜ୍‌ନେ ସୋମବାର୍ ଦିନ ୩୮୦ଟା ଟିକାଦାନ୍ କେନ୍ଦ୍ରନେ ଟିକାଦାନ୍ କରାଯାଇଥିଲା । ସୋମବାର୍ ଦିନ ରାଏଜ ଦିନେ ଥି ରେକର୍ଡ ନୁ ଅଧିକା ଟିକାଦାନ୍ କରାଯାଇଥିଲା । ସୋମବାର୍ ଦିନ ମୋଟ୍ ୩୨ହଜାର୨୫୬ ସ୍ୱାସ୍ଥ୍ୟକର୍ମୀ ଟିକା ନେଇଛନ୍ । ଯେନଥିର୍ ଲାଗି ଟିକାକରଣ୍ ୧୦୨ ଶତକଡା ତକ୍ ପହଂଚିପାରିଛେ ବଲିକରି ସ୍ୱାସ୍ଥ୍ୟ ବିଭାଗ୍ ର ମୁଖ୍ୟ ଶାସନ ସଚିବ୍ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ । ତାକଁର୍ କହେବାର୍ ହିସାବେ ମହାମାରୀ ର୍ ମୁକାବିଲା କାମ୍ ନେ ବାଧା ଦେଉଥିବାର୍ ଲୋକମାନକଁର୍ ଉପ୍‌ରେ କଡା କାର୍ଯ୍ୟାନୁଷ୍ଠାନ୍ ନିଆଯିବା । ରାଏଜ୍ ନେ ୪ଲାଖ୍ କୋଭିସିଲ୍ଡ ଆର୍ ୨୦ହଜାର୍ କୋଭେକ୍ସିନ୍ ଟିକା ଇହାଦେ ତକ୍ ଦିଆଯାଇଥିବାର୍ ବେଲ୍‌କେ ଆଏଜ୍ ୩ଲାଖ୍ ୩୪ହଜାର୍ ୫୦୦କୋଟି ଟିକା ରାଏଜର୍ ଭିନ ଭିନ୍ ଜାଗାକେ ପହଁଚିବା । ସେଆଡେ ୨୫ ଜାନୁଆରୀ ୨୦୨୧ ତକ୍ ସବୁ ପଞ୍ଜୀକରଣ୍ ଶେଷ୍ କରାଯିବା ବଲିକରି ରାଏଜର୍ ସବୁ ଜିଲ୍ଲା ଆର୍ ମହାନଗର୍ ନିଗମର୍ କମିଶନର୍ ମାନକୁଁ କୁହାଯାଇଛେ ।

Leave A Reply

Your email address will not be published.