ରାଷ୍ଟ୍ରୀୟ ମେଧାବୀ ଆବିଷ୍କାର ପୁରସ୍କାର ବଲାଙ୍ଗିରର ଟୁକେଲ ଚିରସ୍ମିତା ପାଣିଗ୍ରାହୀ

0

ରାଷ୍ଟ୍ରୀୟ ଅନୁସନ୍ଧାନ ବିକାଶ ନିଗମ୍ ତରଫୁଁ ଦିଆଯାଉଥିବାର୍ ସମ୍ମାନଜନକ୍ ରାଷ୍ଟ୍ରୀୟ ମେଧାବୀ ଆବିଷ୍କାର ପୁରସ୍କାର ୨୦୨୦ ପାଏବେ ବଲାଙ୍ଗିରର ଟୁକେଲ ଚିରସ୍ମିତା ପାଣିଗ୍ରାହୀ । ଆଇଆଇଟି ଖଡଗପୁରଠାନେ ପିଏଚଡି କରୁଥିବାର୍ ଚିରସ୍ମିତା କୁସେର ରସକେ ଯେନ୍ତା ବେଶୀ ଦିନ୍ ତକ୍ ତାକେ ତାଜା ରଖିହେବାର୍ ଉପରେ କାମ୍ କରିକି ସେ ଇ ସଫଲତା ପାଇଛନ୍ ।

ଖାସ୍ କରି ଖରା ଦିନେ କୁସେର ରସ୍ ପିଲେ ଟିକେ ଉସାସ୍ ଲାଗସି ସମକୁଁ ।ହେଲେ ଇଟାକେ ବେଶୀ ଦିନ୍ ସଂରକ୍ଷଣ କରିକି ନାଇଁ ରଖି ହେଉଥିବାର୍ ବେଲକେ ସାଙ୍ଗେ ସାଙ୍ଗ ବେଭାର କରବାରକେ ପଡସି । ନାଇଁ ହେଲେ ତାର ରଙ୍ଗ ଆର୍ ସୁଆଦ୍ ଫିକା ପଡିଯାଏସି । ଇତାର ଉପରେ ରିସର୍ଚ୍ଚ କରି କେନ୍ତା ବିନା ତାପ ଆର୍ କେମିକାଲ କିଛି ନାଇଁ ଦେଇକରି କୁସେର ରସକେ ୩ ମାସ୍ ତକ୍ ରଖିହେବା ତାର ଉପାୟ ବାହାର କରିଛନ୍ ଚିରସ୍ମିତା । କୁସେରନୁ ରସ୍ ବାହାର କଲା ଉତାରୁ ତାକେ କେନ୍ତା ଫିଲଟର କରଯାଏସି । ଯେନ୍ତାକି ରସକେ ଖରାଫ୍ କରୁଥିବାର୍ ବ୍ୟାକ୍ଟେରିଆ , ଇଷ୍ଟ ଇସବୁ ବାହାର କରିଦିଆଯାଏସି । ଇତାର ଉତାରୁ ସେହି ରସକେ ଫ୍ରିଜନେ ତିନ୍ ମାସ୍ ତକ୍ ରଖିହେବା ସେତାର ଉପରେ କାମ୍ କରିଛନ୍ ଚିରସ୍ମିତା । ଆର୍ ତାର ପେଟେଣ୍ଟ ବି ଫାଇଲ କରିସାରିଛନ୍ । ଚିରସ୍ମିତା ବଲାଙ୍ଗିର ଜିଲ୍ଲାର ଇଚ୍ଛାପଡାନେ ତାକଁର୍ ଘର ହେଇଥିବାର୍ ବେଲକେ ତାକଁର୍ ବର ଶ୍ରୀ ସଞ୍ଜିତ ନାୟକ ବି ଚେନ୍ନାଇ କାଞ୍ଚିପୁରମ ଆଇଆଇଟି କମ୍ପ୍ୟୁଟର ସାଇନସ ଆସିଷ୍ଟାଣ୍ଟ ପ୍ରଫେସର ଅଛନ୍

Leave A Reply

Your email address will not be published.