ରାତି ସାରା ର‌୍ୟାଗିଂ

ସତେ ହେଇଛେ କାଏଁ ବୁର୍ଲା ଭିମସାର କଲେଜନେ ର‌୍ୟାଗିଂ?

0

ସିନିଅର ଛାତ୍ର ଡାକିଥିବାର ମିଟିଂକେ ନାଇଁ ଗଲେ ବଲି ର‌୍ୟାଗିଂର ଶିକାର ହେଲେ ଜୁନିଅର ଛାତ୍ର । ସମ୍ବଲପୁର ବୁର୍ଲା ଭିମସାର ମେଡିକାଲ କଲେଜନୁ ଆସିଛେ ଏନ୍ତା ଅଭିଯୋଗ । କଲେଜର ଚତୁର୍ଥ ବଛରର ଛାତ୍ରକଁର ବିରୋଧନେ ଅଭିଯୋଗ କରିଛନ୍ କଲେଜର ଦୁଇ ନମ୍ବର ବଛରର ଏମବିବିଏସ୍ ଛାତ୍ର । ସୂଚନା ହିସାବେ ଭିସାର ୟୁଜି ଛାତ୍ର ସଂଘ ଆଡୁ ବାର୍ଷିକ ଉତ୍ସବର ଆୟୋଜନ୍ କରବାର ଲାଗି ଗୁଟେ ମିଟିଂ କରାଯିବାର ନେଇକରି ସବୁ ଛାତ୍ରଛାତ୍ରୀକୁଁ ଡକେଇଥିଲେ । ହେଲେ ଇ ମିଟିଂନେ ଦ୍ୱିତୀୟ ବଛରର କିଛି ଛାତ୍ର ନାଇଁଯାଇଥାଇ । ଯେନଥିର ଲାଗି ଚତୁର୍ଥ ବଛରର ସିନିଅର ଛାତ୍ର ରାଗିଯାଇଥିଲେ । ଅଧାରାତିନେ ହଷ୍ଟେଲ ଭିତରେ ଯାଇକରି ଯେନ ଛାତ୍ର ନାଇଁ ଯାଇଥିଇ ସମସ୍ତକୁଁ ବାହାରକେ ଡାକିଥିଲେ । କିଛି ଛାତ୍ରକଁର କବାଟ ଭାଙ୍ଗିକରି ବାହାରକରିକିନା ସେମାନକୁଁ ମାଡ୍ ମାରିଥିବାର ଅଭିଯୋଗ ହେଇଛେ । ଇ ର‌୍ୟାଗିଂ କିଛି ସମିଆଁଲାଗି ନୁହେଁ ବରଂ ରାତି ୧୨ନୁ ଭୋର ୩ ବଜା ତକ୍ ଚାଲିଥିଲା । ସେଆଡେ ଛାତ୍ରକଁର ଅଭିଯୋଗ ଉତାରୁ ଭିମସାର ଅଧକ୍ଷ ଆଣ୍ଟିଂ ର‌୍ୟାଗିଂ ସେଲକେ ଇତାର ତଦନ୍ତ କରବାର ଲାଗି କହିଛନ୍ । ଇ ଘଟନାକେ ୟୁଜି ଛାତ୍ର ସଂଘ ଆଡୁ ଖଣ୍ଡନ୍ କରାଯାଇଛେ ।

ଖାଲି ମିଟିଂ ଲାଗି ଛାତ୍ର ମାନକୁଁ ଡକାଯାଇଥିବାର ନେଇକରି କହିଛନ୍ ୟୁଜି ଛାତ୍ର ସଂଘ ସଭାପତି ପିନାକୀ ଧଳ । ଇତାର ଆଘୋନୁ ଭିଲ୍ ବହୁତ୍ ସମିଆଁନେ ଭିମସାର କଲେଜନେ ର‌୍ୟାଗିଂ ହେବାର କଥା ଦେଖବାର ଲାଗି ମିଲିଥିଲା । ଘଟନା ଯାହା ବି ହେଇଥାଉ ହେଲେ ଅଧାରାତିନେ ଛାତ୍ରକୁଁ ଡାକବାରଟା ହିଁ ଭୁଲ୍ ବଲି କହିଛନ୍ କଲେଜ ଅଧକ୍ଷା ପ୍ରଫେସର ଜୟଶ୍ରୀ ଦୋରା । ଇହାଦେ ଫେର୍ ର‌୍ୟାଗିଂ ହେଇଥିବାର କଥା ଜନାପଡଲା ଉତାରୁ ଇତାକେ ନେଇକରି ଚର୍ଚ୍ଚା ଜୋର ଧରିଛେ । ଆଣ୍ଟିର‌୍ୟାଗିଂ ସେଲ୍ ଘଟନାର ତଦନ୍ତ କରୁଥିବାର ବେଲକେ ରିପୋର୍ଟ ଆଏଲା ଉତାରୁ ପୂରା ତଥ୍ୟ ଜନାପଡବା ।

Leave A Reply

Your email address will not be published.