ଏକେ-୨୦୩ ରାଇଫଲ କିଣିବ ଭାରତ

0

() ଭାରତ ଚୀନ୍ ସୀମା ବିବାଦ ବଢି ବଢି ଚାଲିଛି । ଉଭୟ ରାଷ୍ଟ୍ରର ସେନାଙ୍କ ଭିତରେ ବାରମ୍ବାର ସଂଘର୍ଷ ହେଉଛି । ଯାହା ଆଉ ଏକ ଯୁଦ୍ଧର ପୂର୍ବାଭାଷ ଦେଉଛି । ଭାରତ ସବୁବେଳେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରୁଛି । କିନ୍ତୁ ଚୀନ୍ ବଦମାସି ବନ୍ଦ କରୁନି ଏବଂ ବାରମ୍ବାର ନିୟମ ଉଲଘଂନ କରୁଥିବା ଘଟଣା ସାମ୍ନାକୁ ଆସୁଛି । ତେବେ ଭାରତ ମଧ୍ୟ ଯୁଦ୍ଧ ହେଲେ ପ୍ରସ୍ତୁତ ହୋଇ ରହୁଛି । ସେମିତିରେ ଭାରତ ପାଖରେ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଭରପୂର ରହିଥିବା ବେଳେ ଏବେ ପୁଣି ନୂଆ ଅସ୍ତ୍ର କିଣିବା ପାଇଁ ଚୁକ୍ତି ସ୍ୱାକ୍ଷର କରିଛି । ଗତ କିଛି ଦିନ ତଳେ ପିନାକ ରକେଟ୍ ଲଂଚର ଆଣିବା ପାଇଁ ଚୁକ୍ତି ସ୍ୱାକ୍ଷର କରିଥିବା ବେଳେ ଏବେ ଏକେ-୨୦୩ ରାଇଫଲ କିଣିବା ପାଇଁ ଚୁକ୍ତି ସ୍ୱାକ୍ଷର କରିଛି । ଋଷିଆ ଠାରୁ ଏକେ-୨୦୩ ରାଇଫଲ କିଣିବ ଭାରତ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମସ୍କୋ ଗସ୍ତରେ ଯାଇଥିବା ବେଳେ ଭାରତ-ଋଷିଆ ଭିତରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏକେ-୨୦୩ ରାଇଫଲ ହେଉଛି ଏକେ-୪୭ର ଆଡଭାନ୍ସଡ ଭର୍ସନ ରାଇଫଲ । ଭାରତ ସେନା ପାଇଁ ୭ଲକ୍ଷ ୭୦ ହଜାର ଏକେ-୨୦୩ ରାଇଫଲର ଆବଶ୍ୟକତା ରହିଛି । ଏବେ ଏକ ଲକ୍ଷ ଏକେ-୨୦୩ ରାଇଫଲ ଋଷଠୁ ଆଣିବ ଭାରତ । ବର୍ତମାନ ଜାଣିବା ଏକେ-୨୦୩ ରାଇଫଲର ଖାସିୟତ କଣ କଣ ରହିଛି ।

Leave A Reply

Your email address will not be published.